ବୃଦ୍ଧା ନିଖୋଜ ନେଇ ଥାନା ରେ ଅଭିଯୋଗ,ସନ୍ଧାନୀ କୁକୁର ସାହାଯ୍ୟ ରେ ତଦନ୍ତ ଆରମ୍ଭ |

Apr 3, 2026 - 23:41
 0  9
ବୃଦ୍ଧା ନିଖୋଜ ନେଇ ଥାନା ରେ ଅଭିଯୋଗ,ସନ୍ଧାନୀ କୁକୁର ସାହାଯ୍ୟ ରେ ତଦନ୍ତ ଆରମ୍ଭ |

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ଘଣ୍ଟିଗୁଡା ଧୋବେନପଡା ଗ୍ରାମ ର ବୃଦ୍ଧା ଡାଲିମ୍ବ ମୂଳକିଆ ଗତ ୩୦ ତାରିଖ ସନ୍ଧ୍ୟା ରୁ ନିକଟସ୍ଥ କାଜୁ ବଗିଚା କୁ କାଜୁ ସଂଗ୍ରହ କରିବା ପାଇଁ ଯାଇ ଆଉ  ଘର କୁ ଫେରି ନାହାଁନ୍ତି। ପରିବାର ଲୋକେ ଖୋଜାଖୋଜି କରିବା ପରେ ଜେଜେମା  ନିଖୋଜ ଥିବା ନେଇ ତାଙ୍କ ନାତି ସଞ୍ଜୀବ ମୁଲକିଆ ଆମପାଣି ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୋଲିସ ପହଞ୍ଚି କାଜୁ ବଗିଚା ରେ ପହଞ୍ଚି ପାରିପାର୍ଶ୍ବିକ ଅବସ୍ଥା ଅନୁଧ୍ୟାନ ସହ ତଦନ୍ତ ଆରମ୍ଭ କରିଥିଲେ।  ଏନେଇ ପୋଲିସ ସନ୍ଧାନୀ କୁକୁର ସାହାଯ୍ୟ ନେଇ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ସନ୍ଧାନ ମିଳି ପାରି ନ ଥିଲା!  ଆମପାଣି ଥାନା ରେ ନିଖୋଜ ମାମଲା ରୁଜୁ ହୋଇଥିବା ବେଳେ ଶୁକ୍ରବାର ଦିନ ଧର୍ମଗଡ଼ ଏସ୍ ଡି ପି ଓ ପହଂଚି ତଦନ୍ତ କରିଛନ୍ତି 

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ

What's Your Reaction?

like

dislike

love

funny

angry

sad

wow

SUJAYA EDITOR