ଭଙ୍ଗା ପୋଲ ଉପରେ ଜୀବନ କୁ ବାଜି ଲଗାଇ ଯାତାୟତ କରୁଛନ୍ତି ଲୋକେ।

Nov 24, 2025 - 18:39
0 93
ଭଙ୍ଗା ପୋଲ ଉପରେ ଜୀବନ କୁ ବାଜି ଲଗାଇ ଯାତାୟତ କରୁଛନ୍ତି ଲୋକେ।

ଝରିଗାଁ,୨୪l୧୧(ଷ୍ଟାର ନିୟୁଜ ଓଡିଶା ): ନିର୍ବାଚନ ଆସିଲେ ଲୋକ ପ୍ରତିିନିଧି,ଜନ ପ୍ରତିନିଧି ବିଭିନ୍ନ ଲୋଭ ଦେଖେଇ ଭୋଟ ଅକ୍ତିଆର କରି ନିଅନ୍ତି। କିନ୍ତୁ କିଛି ଦିନ ଗଲା ପରେ ଦେଇଥିବା ପ୍ରତିଶୃତି ଭୁଲି ଯାଆନ୍ତି। ସେମିତି ପ୍ରଶାସନିକ ଅଧିକାରୀ ମାନଙ୍କୁ ଅଭିଯୋଗ ଶୁଣିବାକୁ ଫୁରସତ ନାହିଁ। ଯେତେବେଳେ ସେମାନଙ୍କ ପ୍ରତିକ୍ରିୟା ନେବାକୁ ଗଲେ ସେମାନେ ଅନ୍ୟ କାମରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳିଛି। ଘଟଣା ପ୍ରକାରେ ଆଜକୁ ପ୍ରାୟ ଏକ ବର୍ଷ ରୁ ଉର୍ଦ୍ଧ ହେବ ଭାଙ୍ଗି ଯାଇଛି ନନ୍ଦପୁରା ପୋଲ। ଗୋଟିଏ ପଟେ ଡାବୁଗାଁ ବ୍ଲକ ତ ଅନ୍ୟ ପଟେ ଝରୀଗାଁ ବ୍ଲକ। ମଝିରେ ରହିଲା ଏହି ଦୁଇଟି ବ୍ଲକ କୁ ସଂଯୋଗ କରୁଥିବା ପୋଲ। ଲୋକେ ନିଜ ଜୀବନ କୁ ବାଜି ଲଗେଇ ଏହି ଭଙ୍ଗା ପୋଲ ଉପରେ ଯାତାୟାତ କରୁଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧୀନରେ ଥିବା ନନ୍ଦପୁରା ଗ୍ରାମକୁ ସଂଯୋଗ କରୁଥିବା ପୋଲର ଦୃଶ୍ୟ। ମରଣ ଯନ୍ତା ପାଲଟିଛି ଦୁଇଟି ବ୍ଲକ କୁ ସଂଯୋଗ କରୁଥିବା ପୋଲ। ଉକ୍ତ ପୋଲ ଉପରେ ଅନେକ ଗାଁ ର ଲୋକେ ନିର୍ଭର କରନ୍ତି। ପୋଲ ଭାଙ୍ଗିକି ଏକ ବର୍ଷରୁ ଉର୍ଦ୍ଧ୍ବ ହେବ କିନ୍ତୁ କୌଣସି ଜନ ପ୍ରତିନିଧି କିମ୍ବା ପ୍ରଶାସନ ର ଦୃଷ୍ଟି ପଡୁନାହିଁ।ଅନ୍ୟ ପଟେ ସରକାର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରାଉଥିବା ବେଳେ ଏଭଳି ସମସ୍ୟା ଗୁଡିକ କୁ ନଜର ଅନ୍ଦାଜ କରୁଥିବା ଅଭିଯୋଗ ହେଉଛି। ବର୍ତମାନ ଦେଖିବାକୁ ବାକି ରହିଲା ଲୋକଙ୍କୁ ଭୁଆଁ ବୁଲାଉଥିବା ଲୋକ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ନଜର ଏହି ମରଣ ଯନ୍ତା ପାଲଟିଥିବା ପୋଲ ଉପରେ କେବେ ପଡିବ ଓ ଲୋକଙ୍କ ସମସ୍ୟା କେବେ ଦୂରହେବ?

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User