ମନରେଗା କାର୍ଯ୍ୟର ପ୍ରାପ୍ୟ ପ୍ରଦାନ ନିମନ୍ତେ ମେଟ ସଙ୍ଘର ଦାବୀ ।

Nov 24, 2025 - 18:40
 0  19
ମନରେଗା କାର୍ଯ୍ୟର ପ୍ରାପ୍ୟ ପ୍ରଦାନ ନିମନ୍ତେ ମେଟ ସଙ୍ଘର ଦାବୀ ।

ଝରିଗାଁ,୨୪l୧୧ (ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ମେଟ ସଙ୍ଘ ପକ୍ଷରୁ ମନରେଗା କାର୍ଯ୍ୟର ପ୍ରାପ୍ୟ ପ୍ରଦାନ ନିମନ୍ତେ ଆଜି ସ୍ଥାନୀୟ ବିଡ଼ିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିବା ସୂଚନା ରହିଛି |ସୂଚନା ପ୍ରକାରେ ଝରିଗାଁ ବ୍ଲକର ପ୍ରତି ପଞ୍ଚାୟତରେ ମନରେଗା କାର୍ଯ୍ୟ ଜୋରସୋର ରେ ଚାଲିଛି, ହେଲେ ଆଜି ପର୍ଯ୍ୟନ୍ତ ମେଟ କାର୍ଯ୍ୟାଦେଶ ବା ଆଦେଶନାମା କୌଣସି ମେଟ (ଗାଁ ସାଥୀ)ଙ୍କୁ ଡିଆ ଯାଇନି |ଅନ୍ୟପକ୍ଷେ କିଛି ଠିକାଦାର ମେଟ ନାଁରେ ଏନ ଏମ ଏମ ଏସ ବ୍ଲକରୁ ନେଇ ବେଆଇନ ଭାବେ କାର୍ଯ୍ୟ କରୁଛନ୍ତି ଓ ମାଷ୍ଟର ରୋଲରେ ଦସ୍ତଖତ କରିବାକୁ ମେଟ ମାନଙ୍କୁ ବାଧ୍ୟ ବାଧକତା କରୁଛନ୍ତି |ବିଗତ ଦିନ ମାନଙ୍କରେ ଶେଷ ହୋଇଥିବା ମନରେଗା କାର୍ଯ୍ୟର ଭେଣ୍ଡର ସେମିସ୍କିଲ ଟଙ୍କା ଆଜିଯାଏ କୌଣସି ମେଟ ପାଇନାହାନ୍ତି|ଅନ୍ୟପକ୍ଷେ ଜିଆରଏସ ମାନେ ଇକେୱାଇସି କରିବା ପାଇଁ ମେଟ ମାନଙ୍କୁ ବାଧ୍ୟ କରୁଛନ୍ତି ଓ ବେଳେବେଳେ ଗଣ୍ଡଗୋଲ ମଧ୍ୟ କରୁଛନ୍ତି |ଏଣୁ ଏସବୁ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଝରିଗାଁ ମେଟ ସଙ୍ଘ ପକ୍ଷରୁ ଆଜି ଝରିଗାଁ ବିଡ଼ିଓ ମଧୁସୂଦନ ମାଝୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି |ଏହି ଦାବିପତ୍ର ପ୍ରଦାନ ସମୟରେ ଲକ୍ଷ୍ମୀକାନ୍ତ ପାଣ୍ଡେ,କାର୍ତିକ ପାତ୍ର,ସଦାନନ୍ଦ ପୂଜାରୀ,ଭକ୍ତବନ୍ଧୁ ଭତରା,ସୁଦରସିଂ ପୂଜାରୀ,ଥବିର ଭତରା,ଦୁର୍ଯ୍ୟୋଧନ ସାନ୍ତା,ଭୁଜବଳ ଭତରା,ଭଗବାନ ସାନ୍ତା,ଇନ୍ଦ୍ର ସାନ୍ତା,ସାରଙ୍ଗଧର ମାଝୀ,ପଦୁ ଭତରା, ଜୟଚନ୍ଦ ଯାନୀ,ଲକ୍ଷ୍ମଣ ଯାନୀ,ପ୍ରମୁଖ ଉପସ୍ଥିତ ରହିଥିଲେ |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR