ଅନୁଷ୍ଠିତ ହେଲା ବ୍ଲକ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ ମେଳା I

Nov 24, 2025 - 19:18
Updated: 9 months ago
0 29
ଅନୁଷ୍ଠିତ ହେଲା ବ୍ଲକ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ ମେଳା I
ଅନୁଷ୍ଠିତ ହେଲା ବ୍ଲକ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ ମେଳା I

ଫିରିଙ୍ଗିଆ,୨୪l୧୧(ଷ୍ଟାର ନିୟୁଜ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ନୁଆପଦର ପଞ୍ଚାୟତ ନୁଆପଦର ସରକାରୀ ବନବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବ୍ଲକ ସ୍ଥରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି l ବନବାସୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନୁଆପଦର ର ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପଲତା ସାହୁ ଙ୍କ ଅଧକ୍ଷତା ଅନୁଷ୍ଠିତ କାର୍ଯ୍ୟକ୍ରମ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ରେ ମୁଖ୍ୟ ଅତିଥି ଭାବରେ ନୁଆପଦର ଗ୍ରାମ ପଞ୍ଚାୟତ ସରପଞ୍ଚ ଭବାନୀ ଶଙ୍କର କହଁର ଯୋଗ ଦେଇ ଫିତା କାଟି ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବରେ ବାଳନ୍ଦା ପଡା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦୀପ୍ତି ରଞ୍ଜନ ନନ୍ଦ, ଲୁଇସିଂ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ବେହେରା, କାଶିନୀପଦର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର କହଁର, ହେମଲତା ମୁଖି, ନାରାୟଣ ପ୍ରଧାନ ଯୋଗ ଦେଇ ଥିଲେ l

ଏହି କାର୍ଯ୍ୟକ୍ରମ ରେ ଫିରିଙ୍ଗିଆ ବ୍ଲକ ର ପ୍ରତ୍ୟେକ ବିଦ୍ୟାଳୟ ରୁ ଆବଶ୍ୟକୀୟ ବିଭିନ୍ନ ବିଭାଗ ରେ ୮୧ ଜଣ ଛାତ୍ର ଛାତ୍ରୀ ଆଣିଥିବା ନିଜର ପ୍ରକଳ୍ପ ପ୍ରଦର୍ଶନ କରିଥିଲେ l ବିଚାରକ ଭାବରେ ଖଜୁରୀପଡା ବ୍ଲକ ର ବରିଷ୍ଠ ବିଜ୍ଞାନ ଶିକ୍ଷକ ପ୍ରଦୀପ ସାହୁ ଏବଂ ବାଲିଗୁଡା ବ୍ଲକ ର ବରିଷ୍ଠ ବିଜ୍ଞାନ ଶିକ୍ଷକ ବେଣୁଧର ପ୍ରଧାନ ଦାୟିତ୍ୱ ତୁଲାଇଥିଲେ l ବ୍ଲକ ର ୭ ଟି ପ୍ରକଳ୍ପ ଜିଲ୍ଲା ସ୍ଥରକୁ ମନୋନୀତ ହୋଇଥିବା ଲୁଇସିଂ ସରକାରୀ ଉଚ୍ଚ ବିଦ୍ୟାଳୟ ର ରାଜେଶ ସାହୁ, କାଶିନୀ ପଦର ଉଚ୍ଚ ବିଦ୍ୟାଳୟ ର ମୌସୁମୀ ସାହୁ, କ୍ରାଣ୍ଡି ବାଲି ଉଚ୍ଚ ବିଦ୍ୟାଳୟ ରୁ ଲଭଲି ଦିଗାଲ, ପାଦେରୀ ପଡା ପ୍ରାଥମିକ ବିଦ୍ୟାଳୟ ରୁ ମଣିକା ବିନ୍ଧାଣି, ଟେଲା ପାଲି ସେବାଶ୍ରମ ରୁ ଅଭିନାଶ ରଣା ଙ୍କୁ ମନୋନୀତ କରା ଯାଇଥିଲା l ଏବଂ ଅନ୍ୟ ବିଭାଗ ପାଇଁ ତିନି ଜଣ ଲେଖାଏଁ ୬ ଜଣକୁ ପ୍ରଥମ ଦ୍ୱତୀୟ ଏବଂ ତୃତୀୟ ସ୍ଥାନ ରେ ମନୋନୀତ କରା ଯାଇଥିଲା l

 ଉଦଯାପନୀ ଅବସରରେ ଫିରିଙ୍ଗିଆ ଅତିରିକ୍ତ ତହସିଲଦାର ପୃଥ୍ୱୀରାଜ ମହାନନ୍ଦିଆ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଫିରିଙ୍ଗିଆ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଞ୍ଜୟ ବେହେରା ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିକ୍ରମ ମଲିକ ଯୋଗ ଦେଇଥିଲେ l ଅତିଥି ମାନଙ୍କ ଦ୍ୱାରା ସମସ୍ତ କୃତି ବ୍ଲକ ରୁ ଜିଲ୍ଲା ସ୍ଥରକୁ ମନୋନୀତ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା l ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଜନ୍ମେଞ୍ଜୟ କହଁର, ଶିକ୍ଷୟିତ୍ରୀ ସସ୍ମିତା ବେହେରା, କ୍ରୀଡା ଶିକ୍ଷକ ଗୌର ଚନ୍ଦ୍ର ମହାନ୍ତି, ପ୍ରଦୀପ କୁମାର ବେହେରା, ଅଞ୍ଜଳି ମଲିକ, ଅସ୍ମିତା ପ୍ରଧାନ, ପଞ୍ଚାନନ ସାହୁ, ଅବକାଶ ମନ୍ତ୍ରୀ, ଶରତ ଚନ୍ଦ୍ର ମଲିକ, ସମର୍ଜିତ ସ୍ୱାଇଁ, ଆକାଶ ଦାସ, ଅଞ୍ଜନା ମଲିକ, ସୁନୀଲ ବଳିଆର ସିଂ, ବିଦ୍ୟାଳୟ ସଭାପତି ମୀନକେତନ ସାହୁ, ସମସ୍ତ ସହଯୋଗ କରିଥିବା ବେଳେ ଶିକ୍ଷକ ବିନୋଦ କୁମାର ସାହୁ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User