ସର୍ଦ୍ଦାର ପଟେଲଙ୍କ ୧୫୦ ତମ ଜୟନ୍ତୀରେ ଭାଜପାର ଏକତା ପଦଯାତ୍ରା ଅନୁଷ୍ଠିତ

Nov 24, 2025 - 19:24
 0  11
ସର୍ଦ୍ଦାର ପଟେଲଙ୍କ ୧୫୦ ତମ ଜୟନ୍ତୀରେ ଭାଜପାର ଏକତା ପଦଯାତ୍ରା ଅନୁଷ୍ଠିତ

ଜୁନାଗଡ ୨୩/୧୧(ଷ୍ଟାର ନିୟୁଜ ଓଡିଶା),ରାଜ୍ୟରେ ସରକାର ଗଠନ କରିଛି ଭାଜପା। ଏହାଦ୍ୱାରା ଦଳର ଦାଇତ୍ୱ ଓ ଉତ୍ତର ଦାଇତ୍ୱ ବଢିଯାଇଛି।ଲୋକଙ୍କ ସମସ୍ୟା ସମାଧାନ ଆମ ପ୍ରାଧାନ୍ୟ ହେବା ଉଚିତ। ଆମେ ସଙ୍ଗଠନକୁ ଲୋକାଭିମୁଖୀ କରିବାକୁ ହେବ। ଏହି ଭଳି ଚିନ୍ତାଧାରରେ ସଙ୍ଗଠନକୁ ସୁଧରୁଢ଼ କରିବାରେ ପ୍ରୟାସରତ ଭାଜପା। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଆରଏମସି ଠାରେ ଆଜି ଭାଜପା ପକ୍ଷରୁ ସର୍ଦ୍ଧାର ପଟେଲଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି।ପ୍ରଥମେ ଦଳୀୟ କାର୍ଯ୍ୟାଳୟ ଠାରୁ ଏକ ରାଲି ସଭାସ୍ଥଳ ପର୍ଯ୍ୟନ୍ତ ଆସିଥିଲା।ଏକତା ପଦଯାତ୍ରା ସଭାରେ ଜିଲ୍ଲା ସଭାପତି ଯୁଗଳ ପୋଢ଼, ପୂର୍ବତନ ସଭାପତି ଦେବେନ୍ଦ୍ର ମହାନ୍ତି, ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ଭାଜପାର ବରିଷ୍ଠ ନେତା ମନୋଜ ମେହେର, ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ଅଜୟ ପାଣିଗ୍ରାହୀ, ପୂର୍ବତନ ନଗରପାଳ ହିମାଂଶୁ ବରାଡ଼, ମୁକେଶ ଅଗ୍ରୱାଲ, ଟଙ୍କ ନାଏକ,କାଳିନ୍ଦୀ ପାଣିଗ୍ରାହୀ, ସତ୍ୟ ବେହେରା, କଲକୀ ବଣୁଆ, ପ୍ରଭୁଦତ୍ତ ପଣ୍ଡା, କାଞ୍ଚନ ବାଗ,ନୁର୍ଯ୍ୟ ମାଝୀ, ସତ୍ୟ ପଣ୍ଡା, ଯୁବନେତା ଦିବ୍ୟ ଦୀପ,ବିକ୍ରାନ୍ତ ପଟ୍ଟନାୟକ,ରଞ୍ଜନ ଜାଲ, ହାସ୍ୟ ବିଶ୍ୱାଳ, ଅଂଶୁମାନ ଯୋଶୀଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ କାର୍ଯ୍ୟକର୍ତା ମଞ୍ଚରେ ଆସିନ ଥିଲେ।ଏହି କର୍ଯ୍ୟରେ ଜିଲ୍ଲା ତଥା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ବହୁ ମଣ୍ଡଳ କାର୍ଯ୍ୟକର୍ତା, ବିଭିନ୍ନ ଛାମୁଆଁ ସଂଗଠନର କାର୍ଯ୍ୟକର୍ତା, ଶତାଧିକ ମହିଳା, ପୁରୁଷ କର୍ମୀ ଉପସ୍ଥିତ ଥିଲେ।ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ଓ ଧରତି ଆବା ବିରସା ମୁଣ୍ଡାଙ୍କ ଦେଶପାଇଁ ତ୍ୟାଗ ଓ ବଳିଦାନ ଉପରେ ବକ୍ତାମାନେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ୟାପକ କାର୍ଯ୍ୟକର୍ତାଙ୍କ ଉପସ୍ଥିତି ଯୋଗୁଁ ଭାଜପା ଶିବିରରେ ଉତ୍ସାହ ଦେଖିବାକୁ ମିଳିଥିଲା।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow

SUJAYA EDITOR