କ୍ରେତା ବିକ୍ରେତା ମୁହାଁ ମୁଁହି ବୈଠକ ଅନୁଷ୍ଠିତ

Nov 24, 2025 - 20:07
0 10
କ୍ରେତା ବିକ୍ରେତା ମୁହାଁ ମୁଁହି ବୈଠକ ଅନୁଷ୍ଠିତ

କଳାହାଣ୍ଡି ଜିଲ୍ଲା ୨୪/୧୧(ଷ୍ଟାର ନିୟୁଜ ଓଡିଶା) ଭବାନୀପାଟଣା ସ୍ଥିତ ହୋଟେଲ ଭାଗିରଥି ଇନ୍ ଠାରେ  ବି ଏମ୍ ଜେଡ୍ ଜର୍ମାନ୍ ଓ ଚାଇଲ୍ଡ ଫଣ୍ଡ ଙ୍କ ତରଫରୁ ଏକ ଦିବସୀୟ କ୍ରେତା ବିକ୍ରେତା ମୁହାଁ ମୁହିଁ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଶ୍ରୀପ୍ରଦୀପ କୁମାର ପାତ୍ର  କାର୍ଯ୍ୟକ୍ରମ ଅଧିକାରି ଆର୍ ସି ଡ଼ି ସି ସମସ୍ତଙ୍କୁ ସ୍ଵାଗତ ଜଣେଇ ଥିବାବେଳେ ଶ୍ରୀପ୍ରଶାନ୍ତ ମଣ୍ଡଳ ଜିଲ୍ଲା କାର୍ଯ୍ୟକ୍ରମ ପ୍ରବନ୍ଧକ ଚାଇଲ୍ଡ ଫଣ୍ଡ କାର୍ଯ୍ୟକ୍ରମର ଲକ୍ଷ୍ୟ ଉଦ୍ଦେଶ୍ୟ ବିଷୟରେ ଅବଗତ କରିଥିଲେ। ମୁଖ୍ୟ ଅତିଥି ଏମ୍ ଦାସ ଡି ଡି ଏମ୍ ନାବାର୍ଡ, ଶ୍ରୀ ନୂକେଶ୍ୱର୍ ନାଗ ଅତିରିକ୍ତ ଜିଲ୍ଲା  କୃଷି ଅଧିକାରୀ ଧରମ ଗଡ, ଅର୍ଧେନ୍ଧୁ ନାଏକ ସହକାରୀ କୃଷି ଅଧିକାରୀ ଧର୍ମଗଡ ଦେବାଶିଷ ଓର୍ ମା ସ ସଂସ୍ଥା କଳାହାଣ୍ଡି ଓ ସୁନିଲ କୁମାର୍ ମେହେର ଓର୍ ମା ସ ସଂସ୍ଥା ନୂଆପଡ଼ା ପ୍ରମୁଖ ଉପସ୍ଥିତ ଥିଲେ।ଏଥିରେ ୨୦ ଉର୍ଦ୍ଧ୍ବ କ୍ରେତା ଉପସ୍ଥିତ ରହି ସାମଗ୍ରୀ ପ୍ରକାର, ସ୍ବଚ୍ଛତା, ଆଦ୍ରତା, ପରିମାଣ, ମୂଲ୍ୟ ନିର୍ଦ୍ଧାରଣ, ଚାଷ ଉତ୍ପାଦିତ ସାମଗ୍ରୀ ଓ ବନଜାତ ଦ୍ରବ୍ୟ, ଗୁଣାତ୍ମକମାନ, ପ୍ୟାକେଟ, ମାର୍କେଟ ସର୍ଭେ,ସଠିକ୍ ଓଜନ ପ୍ରତି ଧ୍ୟାନ ଓ ଚାହିଦା ମୁତାବକ କ୍ରୟ ଓ ବିକ୍ରୟ ଉପରେ ବିଶଦ ଭାବରେ ଆଲୋଚନା କରଯାଇଥିଲା।କାର୍ଯ୍ୟକ୍ରମରେ ଆର୍ ସି ଡ଼ି ସି  ଓ ଦାପ୍ତା ସଂସ୍ଥା କାର୍ଯ୍ୟ କରୁଥିବା ଗୋଲାମୁଣ୍ଡା, ଧରମଗଡ, ବୋଡେନ ଓ କୋମନା ବ୍ଲକ ରୁ ୩୦ ରୁ ଉର୍ଦ୍ଧ୍ବ କୃଷକ ଉତ୍ପାଦକ କଂପାନୀର ନିର୍ଦ୍ଦେଶକ ଓ ନିର୍ଦ୍ଦେଶିକା ଅଂଶ ଗ୍ରହଣ କରିଥିଲେ।କାର୍ଯ୍ୟକ୍ରମକୁ ଆର୍ ସି ଡ଼ି ସି ଓ ଦାପ୍ତା ସଂସ୍ଥାର କର୍ମକର୍ତ୍ତା ସହଯୋଗ କରିଥିବା ବେଳେ ପ୍ରଦୀପ କୁମାର ପାତ୍ର କାର୍ଯ୍ୟକ୍ରମ ଅଧିକାରି ଆର୍ ସି ଡ଼ି ସି ଧନ୍ୟବାଦ୍ ଅର୍ପଣ କରିଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User