ଉପାନ୍ତ ଅଞ୍ଚଳରେ ୩୦ ବର୍ଷ ସେବା ଯୋଗାଇ ଅବସର ନେଲେ ଫାର୍ମାସିଷ୍ଟ ପ୍ରଦୀପ୍ତ ସେବା ଆରମ୍ଭ ଯେଉଁଠି, ଶେଷ ସେଇଠି।

Jul 1, 2025 - 20:00
 0  68
ଉପାନ୍ତ ଅଞ୍ଚଳରେ ୩୦ ବର୍ଷ ସେବା ଯୋଗାଇ ଅବସର ନେଲେ ଫାର୍ମାସିଷ୍ଟ ପ୍ରଦୀପ୍ତ ସେବା ଆରମ୍ଭ ଯେଉଁଠି, ଶେଷ ସେଇଠି।

ଝରିଗାଁ,୧l ୭(ଷ୍ଟାର ନିୟୁଜ ଓଡ଼ିଶା ): ନବରଙ୍ଗପୁର ଜିଲ୍ଲା ଉପାନ୍ତ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୩୦ ବର୍ଷ ନିଃସ୍ୱାର୍ଥପର ଭାବେ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଥିବା ବରିଷ୍ଟ ଫାର୍ମାସିଷ୍ଟ ପ୍ରଦୀପ କୁମାର ମିଶ୍ର ଆଜି ଚାକିରିରୁ ଅବସର ନେଇଛନ୍ତି।ଝରିଗାଁ ଗୋଷ୍ଠୀ ଚିକିତ୍ସା ଅଧିକାରୀ ଅରବିନ୍ଦ ପଣ୍ଡା,ଡାକ୍ତର ଭିଭୁତି ଭୂଷଣ ଦାସ,ଡାକ୍ତର ସନ୍ତୋଷ ପ୍ରଧାନ,ବିପିଏମ ଜଗନ୍ନାଥ ମିଶ୍ର,PHEO ଗୋପାଳ କୃଷ୍ଣ ପାଢ଼ୀ,MTS ସୁନୀଲ ପାତ୍ର,ହରେକୃଷ୍ଣ ମିଶ୍ର,କରବୀ ଶର୍ମା, ଟୁନି ସାହୁ, ଚଞ୍ଚଳା ନାୟକ ପ୍ରମୁଖ ଫୁଲଗୁଛ ଦେଇ ବିଦାୟ ଦେବା ସହ ଫାର୍ମାସିଷ୍ଟ ଶ୍ରୀ ମିଶ୍ରଙ୍କ ନିଷ୍ଠାପର କାର୍ଯ୍ୟ ପାଇଁ ପ୍ରସଂଶା କରିବା ସହ ଅବସରର ପରବର୍ତ୍ତୀ ଦିନ ଗୁଡିକ ସୁଖମୟ ହେଉ ବୋଲି କାମନା କରିଥିଲେ। ଉପାନ୍ତ ଅଞ୍ଚଳ ଗୁଡିକୁ ସରକାରୀ ବାବୁ ମାନେ ବଦଳି ହୋଇ ଯିବା ପାଇଁ ଅମଙ୍ଗ ହେଉଥିଲେ। ଯଦିବା ଗଲେ କିଛି ମାସ ବା କିଛି ବର୍ଷ ମଧ୍ୟରେ ଲବି କରି ବିଭିନ୍ନ ସହରକୁ ବଦଳି ହୋଇ ଯାଉଥିଲେ। ଏପରି ସମୟରେ ୧୯୯୫ ମସିହାରେ ରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଥମେ ଫାର୍ମାସିଷ୍ଟ ଭାବେ ନିଯୁକ୍ତି ହୋଇଥିଲେ ସୁଦୁର ଯାଜପୁର ଜିଲ୍ଲା ଅନ୍ୟାସୀପୁର ଗ୍ରାମର ପ୍ରଦୀପ୍ତ ମିଶ୍ର । ସେହି ସମୟରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଜଣେ ମାତ୍ର ଡାକ୍ତର ଥିବା ବେଳେ ସ୍ବାସ୍ଥ୍ୟ କର୍ମଚାରୀ ମାନଙ୍କ ଘୋର ଅଭାବ ରହିଥିଲା। ସେହି ସମୟରେ ଝରିଗାଁ ବ୍ଲକରେ ସଚେତନତା ଅଭାବ ଯୋଗୁଁ ଶହ ଶହ ଲୋକ ମ୍ୟାଲେରିଆ ରୋଗରେ ପୀଡିତ ହେଉଥିବା ବେଳେ ବର୍ଷା ଦିନ ମାନଙ୍କରେ ଗାଁ ଗାଁରେ ଝାଡା ବାନ୍ତି ଆକ୍ରାନ୍ତ ହେଉଥିଲେ। ଏପଟେ ଚନ୍ଦାହାଣ୍ଡି ଘାଟିରେ ସବୁବେଳେ ଦୁର୍ଘଟଣା ମାନ ଘଟୁଥିଲା। ୧୯୯୫ ମସିହା ଠାରୁ ୨୦୧୨ ମସିହା ପର୍ଯ୍ୟନ୍ତ ପ୍ରାୟ ୧୨ ବର୍ଷ ଧରି ଏକ ମାତ୍ର ଡାକ୍ତର ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତି ପାଇଥିବା ବେଳେ ଫାର୍ମାସିଷ୍ଟ ଶ୍ରୀ ମିଶ୍ର ଡାକ୍ତରଙ୍କୁ ସହଯୋଗ କରିବା ସହ ନିଜେ ସମସ୍ତ ରୋଗୀଙ୍କୁ ଦିନ ରାତି ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଥିଲେ। ୨୦୦୧ ମସିହା ଠାରୁ ୨୦୦୯ ମସିହା ପର୍ଯ୍ୟନ୍ତ ଯକ୍ଷ୍ମା ରୋଗୀଙ୍କ ପରୀକ୍ଷା ସହ କୃଷ୍ଣ ରୋଗୀ ମାନଙ୍କ ଚିହ୍ନଟ ସହ ଔଷଧ ସେବନ କାର୍ଯ୍ୟ ତୁଲାଇ ଥିଲେ। ବର୍ତ୍ତମାନ ଏକ ବର୍ଷ ହେବ ବରିଷ୍ଠ ଫାର୍ମାସିଷ୍ଟ ଭାବେ ପଦ ପଦୋନ୍ନତି ପାଇ ଷ୍ଟୋର ଦାଇତ୍ୱରେ ରହିଛନ୍ତି। ସେ ନିଯୁକ୍ତି ପାଇବା ପର ଠାରୁ ସେ କେବେ ବଦଳି ପାଇଁ ଲବି କରିନାହାନ୍ତି।୧୯୯୫ ମସିହାରେ ନିଯୁକ୍ତି ପାଇବା ବେଳେ ଯେଉଁ ଦଦରା ଘରେ ଫାର୍ମାସିଷ୍ଟ ଶ୍ରୀ ମିଶ୍ର ରହୁଥିଲେ ଏବେ ମଧ୍ୟ ସେହି ଦଦରା ଘରେ ହିଁ ରହି ଆସୁଛନ୍ତି। ଯୁବକ ଅବସ୍ଥାରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଥମ ଚାକିରୀ ଆରମ୍ଭ କରିବା ଥିବା ଶ୍ରୀ ମିଶ୍ର ଆଜି ଅବସର ନେଇଛନ୍ତି। ଚାକିରୀ ଆରମ୍ଭ ଯେଉଁଠି ଚାକିରୀ ଶେଷ ବି ହେବ ସେଇଠି ହୋଇଛି। ଡାକ୍ତରଖାନାରେ ରୋଗୀ ସେବା କରି ଆସିବା ପରେ ଏବେବି ସକାଳୁ ଓ ସନ୍ଧ୍ୟା ସମୟରେ ନିଜ ଘରେ ଗରୀବଙ୍କୁ ମାଗଣା ରୋଗୀ ସେବା କରି ଆସୁଛନ୍ତି। ଝରିଗାଁ ତଥା ଆଖପାଖ ଅଞ୍ଚଳର ରୋଗୀ ମାନେେ ଦିନ ରାତି ଯେଉଁ ସମୟରେ ଆବଶ୍ୟକ ପଡେ ସେହି ସମୟରେ ଫାର୍ମାଶିଷ୍ଟ ଶ୍ରୀ ମିଶ୍ରଙ୍କ ଦ୍ବାରକୁ ଯାଆନ୍ତି ଓ ସେବା ପାଉଛନ୍ତି। କେବଳ ଏତିକି ନୁହେଁ ଯେଉଁ ରୋଗୀ ଆସିବା ସମ୍ଭବ ନୁହେଁ ସେ ନିଜେ ଘରକୁ ଯାଇ ସେବା ଯୋଗାଇ ଆସୁଛନ୍ତି।ସ୍ଥାନୀୟ ଅଞ୍ଚଳରେ ମିଶ୍ର ସାର ଭାବେ ଘରେ ଘରେ ପରିଚିତ ହୋଇ ଥିବା ବେଳେ ଅବସର ପରେ ଝରିଗାଁରେ ରହିବେ ନା ନାହିଁ କୌଣସି ମତାମତ ଦେଇ ନାହାଁନ୍ତି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ|

What's Your Reaction?

like

dislike

love

funny

angry

sad

wow