ଭବାନୀପାଟଣାସ୍ଥିତ ସାପ୍ତାହିକ ବଜାର ଛକ, ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଛକ ରେ ନୂତନ କରି ଇଭି ଫିକ୍ସ ପ୍ରଯୋଜିତ ବ୍ୟାଟେରୀ ଚାଳିତ ଗାଡିର ମରାମତି ଓ ସ୍ପେୟାର ପାର୍ଟର ସେଣ୍ଟରର ଶୁଭ ଉଦଘାଟନ

Jul 02, 2025 - 06:37
0 19
ଭବାନୀପାଟଣାସ୍ଥିତ ସାପ୍ତାହିକ ବଜାର ଛକ, ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଛକ ରେ ନୂତନ କରି ଇଭି ଫିକ୍ସ ପ୍ରଯୋଜିତ ବ୍ୟାଟେରୀ ଚାଳିତ ଗାଡିର ମରାମତି ଓ ସ୍ପେୟାର ପାର୍ଟର ସେଣ୍ଟରର ଶୁଭ  ଉଦଘାଟନ

କଳାହାଣ୍ଡି ଜିଲ୍ଲା ତା ୧/୦୭(ଷ୍ଟାରନିୟୁଜ ଓଡିଶା)ସଦର ମହକୁମା ସାପ୍ତାହିକ ବଜାର ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଛକରେ ନୂତନ ଭାବେ ବ୍ୟାଟେରୀ ଗାଡି ମରାମତି ଏବଂ ବ୍ୟାଟେରୀ ଗାଡିର ସ୍ପେୟାର ପାର୍ଟସ ସେଣ୍ଟରର ଶୁଭ ଉଦଘାଟନ ହେଇଯାଇଛି। ଆଜିର ଏହି ଶୁଭ ଉଦଘାଟନ କାର୍ଯ୍ୟକ୍ରମ ରେ ମାନ୍ୟବର ବିଧାୟକ ଧର୍ମଗଡ଼ ଶ୍ରୀ ସୁଧୀର ରଞ୍ଜନ ପଟ୍ଟଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ସଦର ବିଧାୟକ ଅନାମ ନାଏକ , ବିଜେପି ଜିଲ୍ଲା ସଭାପତି ଶ୍ରୀ ଯୁଗଳ କିଶୋର ପୋଢ଼, ମହେଶ ହୋଣ୍ଡା ମୁଖ୍ୟ ମୁକେଶ ଅଗ୍ରୱାଲ, ଶ୍ରୀ ଲୋକନାଥ ମହାକୁଡ଼, ଇଭି ଫିକ୍ସ ପ୍ରତିଷ୍ଠାତା ଭୁବନେଶ୍ୱର ଶ୍ରୀ ଶକ୍ତି ସ୍ୱରୂପ ଦାସ, ଇଭି ଫିକ୍ସ ବିଜିନେସ ଡେଭଳପମେଣ୍ଟ ମେନେଜର ରାଜକିଶୋର ବେହେରା ଓ ଅନ୍ୟାନ୍ୟ ଆମନ୍ତ୍ରିତ ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ। କଳାହାଣ୍ଡି ଜିଲ୍ଲା ରେ ଇଭି ଗାଡିର ଚାହିଦା କୁ ଦୃଷ୍ଟି ରେ ରଖି ତଥା କଳାହାଣ୍ଡି ଜିଲ୍ଳାରେ ପ୍ରଥମ କରି ବ୍ୟାଟେରୀ ଗାଡି ମରାମତି ଓ ବ୍ୟାଟେରୀ ଗାଡିର ସ୍ପେୟାର ପାର୍ଟସ ମିଳିବ ବୋଲି ଦୋକାନ ମାଲିକ ଶ୍ରୀ ଶିବାଜୀ ପ୍ରଧାନ ଖୁସି ବ୍ୟକ୍ତ କରିବା ସହ ଜିଲ୍ଲା ଲୋକେ ଉପକୃତ ହେବା ପାଖ ପଡୋଶୀ ଜିଲ୍ଲା ନୂଆପଡା, ବଲାଙ୍ଗୀର, ରାୟଗଡା ଲୋକମାନେ ମଧ୍ୟ ଏହି ସୁବିଧା ପାଇପାରିବେ ବୋଲି ତାଙ୍କ ଅଭିଭାଷଣରେ ରଖିଥିଲେ। ବିଧାୟକ ପଟ୍ଟଯୋଶୀ ଏହି ସେଣ୍ଟର ଖୋଲିବା ଦ୍ୱାରା ନିଜେ ଆତ୍ମ ନିର୍ଭର ହେବା ସହ ଆଉ କେତେ ଜଣଙ୍କୁ ରୋଜଗାରକ୍ଷମ କରେଇପାରିବେବୋଲି ଶ୍ରୀ ପ୍ରଧାନ ଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User