ହାଇଟେକ୍ ପବ୍ଲିକ୍ ସ୍କୁଲ୍ରେ ୧୭ତମ ପ୍ରତିଷ୍ଠା ଦିବସ ଓ ଉତ୍କଳ ଦିବସ ଧୁମଧାମରେ ପାଳିତ
କଳାହାଣ୍ଡି , ତା. ୧ ଏପ୍ରିଲ (ଷ୍ଟାର ନିୟୁଜ ଓଡିଶା ):କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଦୁଆରଶୁଣିର ହାଇଟେକ୍ ପବ୍ଲିକ୍ ସ୍କୁଲ୍ରେ ବିଦ୍ୟାଳୟର ୧୭ତମ ପ୍ରତିଷ୍ଠା ଦିବସ ଓ ଉତ୍କଳ ଦିବସ ଧୁମଧାମରେ ପାଳିତ ହୋଇଯାଇଛି।
ଏହି ଅବସରରେ ସାନ୍ଧ୍ୟ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଭାପତିତ୍ୱ କରିଥିଲେ। ସେ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତରେ ଭଲ ମଣିଷ ହେବାର ଆବଶ୍ୟକତା ଓ ନୀତିମୂଳକ ଜୀବନ ଗଠନ ଉପରେ ମୁଲ୍ୟବାନ ଉପଦେଶ ଦେଇଥିଲେ। ସେହି ସହ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ଷେତ୍ରରେ କୃତକାର୍ଯ୍ୟ ହୋଇ ବିଦ୍ୟାଳୟର ଗୌରବ ବଢ଼ାଇ ଆସୁଥିବାରେ ସେ ଆନନ୍ଦ ବ୍ୟକ୍ତ କରିଥିଲେ।
ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ଗିରିଶ ଚନ୍ଦ୍ର ବେହେରା ଓ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସତ୍ୟଜିତ କର ବିଦ୍ୟାଳୟର ଆରମ୍ଭରୁ ଏପର୍ଯ୍ୟନ୍ତର ସଫଳ ଯାତ୍ରା ବିଷୟରେ ଆଲୋକ ପାତ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଅଳ୍ପନା ପଟ୍ଟନାୟକ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତାକର୍ଷକ ନୃତ୍ୟ, ସଙ୍ଗୀତ ଓ ବାଦ୍ୟଯନ୍ତ୍ର ପ୍ରଦର୍ଶନ ସହ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପରିବେଷଣ କରାଯାଇଥିଲା। ବିଶେଷ କରି ଓଡ଼ିଶାର ମହାନ ପୁରୁଷ ଓ ବିରାଙ୍ଗନାମାନଙ୍କର ଅବିକଳ ଅଭିନୟ କୁନି କୁନି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ହୋଇ ଅଭିଭାବକମାନଙ୍କୁ ବହୁତ ଆକର୍ଷିତ କରିଥିଲା।
ଉତ୍ସବରେ ୫୦୦ରୁ ଅଧିକ ଅଭିଭାବକ ଓ ୧୪୦୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗଦେଇ ପରିବେଶକୁ ଉତ୍ସବମୁଖର କରିଥିଲେ। ଶିକ୍ଷକ ସୌରଭ ପଣ୍ଡା ମଞ୍ଚ ପରିଚାଳନା କରିଥିବାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକୁ ଦିପ୍ତିମୟୀ ସାହୁ, ରୋଷ୍ନିମୟୀ ମୁର୍ମୁ, ପ୍ରତିମା ସାହୁ, ବିଜୟଲକ୍ଷ୍ମୀ ସାହୁ, କୁଞ୍ଜ ବିହାରୀ ଶାହା ଓ ଝାଂଶୀ ମିଶ୍ରଙ୍କ ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟତ୍ରୀମାନେ ସଫଳତାର ସହିତ ପରିଚାଳନା କରିଥିଲେ।
କାର୍ଯ୍ୟକ୍ରମଟି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ମିଶ୍ର, ଉପାଧ୍ୟକ୍ଷ ଭି. ସୁରେନ୍ଦ୍ରନାଥ ଓ ଶିବରାମ ମିଶ୍ରଙ୍କ ତତ୍ତ୍ୱାବଧାନରେ ସୁସଂଘଟିତ ଭାବେ ସମ୍ପନ୍ନ ହୋଇଥିଲା। ଶେଷରେ ଶିକ୍ଷୟତ୍ରୀ ପ୍ରିୟଙ୍କା ମିଶ୍ର ଧନ୍ୟବାଦ ଜ୍ଞାପନ କରିଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି: ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ
What's Your Reaction?