କୋଟଗଡ଼ ସୁନ୍ଦର ପଲ୍ଲୀରେ କୁଇ ଦିନା ଏଲୁଗିନା ପାର୍କ ଉଦ୍ ଘାଟିତ ‌ ଆସିଲେ ନାହିଁ ନିମନ୍ତ୍ରିତ ଅତିଥି ଜନ ପ୍ରତିନିଧି ଠାରୁ ଭରଷା ହରାଉଛନ୍ତି ଜନସାଧାରଣ ।

Apr 29, 2025 - 19:48
 0  24
କୋଟଗଡ଼ ସୁନ୍ଦର ପଲ୍ଲୀରେ କୁଇ ଦିନା ଏଲୁଗିନା ପାର୍କ ଉଦ୍ ଘାଟିତ ‌ ଆସିଲେ ନାହିଁ ନିମନ୍ତ୍ରିତ ଅତିଥି ଜନ ପ୍ରତିନିଧି ଠାରୁ ଭରଷା ହରାଉଛନ୍ତି ଜନସାଧାରଣ ।

କନ୍ଧମାଳ ,୨୯l୪: କନ୍ଧମାଳ ଜିଲ୍ଲାର କୋଟଗଡ଼ ବ୍ଲକ ଅନ୍ତର୍ଗତ ସୁନ୍ଦର ପଲ୍ଲୀ ଠାରେ ‍କୁଇଦିନା ଏଲୁଗିନା ପାର୍କ ଉଦ୍ ଘାଟିତ । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲାର କୋଟଗଡ଼ ବ୍ଳକ ଅନ୍ତର୍ଗତ ସୁନ୍ଦର ପଲ୍ଲୀ ଠାରେ କନ୍ଧମାଳ ଜିଲ୍ଲାର ସଂଗ୍ରାମୀ ଓ କୁଇ ସମାଜ ପ୍ରତିଷ୍ଠାତା ଏବଂ କ୍ଲାମ୍ବୁମୁଖିଆ ସ୍ମୃତି ସ୍ଥାପନ ଉଦ୍ଧେଶ୍ୟରେ ଶ୍ରୀ ମାଧବ ପ୍ରଧାନଙ୍କ ପ୍ରଚେଷ୍ଟା ବଳରେ ଶୁକ୍ରବାର ଦିନ ସୁନ୍ଦର ପଲ୍ଲୀ ଠାରେ ‍କୁଇଦିନା ଏଲୁଗିନା ପାର୍କ ଉଦଘାଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲାର କୁଇ ସମାଜ ସମନ୍ବୟ ସମିତି କନ୍ଧମାଳ ସଭାପତି ଶ୍ରୀ ଭାସ୍କର ପ୍ରଧାନ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ରୂପେ ପୂର୍ବତନ କୁଇକୁଳ ସମିତି ବାଲିଗୁଡା କେନ୍ଦ୍ର ସଭାପତି ମନୋଜ ମଲିକ,କୁଇ ସମାଜ ସେବା ସମିତି ଫୁଲବାଣୀ ସାଧାରଣ ସମ୍ପାଦକ ଅବନୀ କୁମାର କହଁର, କୋଷାଧ୍ୟକ୍ଷ ଭାବିନ୍ଦ୍ର କହଁର, କୁଇ ସମାଜ ଯୁବ ପରିଷଦ କନ୍ଧମାଳ ସମ୍ପାଦକ ଅଚ୍ୟୁତ ଯାନୀ, କୁଇକୁଳ କୋଟଗଡ଼ ବ୍ଲକ ସଭାପତି ସୁଜିତ୍ ଦଲେଇ ମାଝୀ, ସାଂସଦ ପ୍ରତିନିଧି ନାରାୟଣ ପାତ୍ର,ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ବ୍ଲକ ଅଧ୍ୟକ୍ଷା ସୁରେଖା ପାଟମାଝୀ,କୁଇକୁଳ ସମିତି କୋଟଗଡ଼ ବ୍ଲକ ଉପଦେଷ୍ଟା ଟୁଟି ସୁକା ମାଝୀ,କୁଇକୁଳ କୋଟଗଡ଼ ପଞ୍ଚାୟତ ସଭା ପତି ଶିରେସା ମଲିକ, ଉପସଭାପତି ମହେନ୍ଦ୍ର କହଁର, କୋଷାଧ୍ୟକ୍ଷ ଧନେଶ୍ଵର ମଲିକ,କୁଇକଳ ନୂଆଗାଁ ବ୍ଲକ ପୂର୍ବତନ ସଭାପତି ଗଜେନ୍ଦ୍ର ପ୍ରଧାନ,କୁଇକୁଳ ଗ୍ରାନ୍ଦ୍ରୀ ଗାଁ ପଞ୍ଚାୟତ ସଭାପତି ନାରାୟଣ ପ୍ରଧାନ , ଦୁର୍ଗାପଙ୍ଗା କୁଇକୁଳ ସମିତି ପଞ୍ଚାୟତ ସଭା ପତି ବନସାନ ମାଝୀ ପ୍ରମୁଖ ଯୋଗଦେଇ ଥିଲେ । ଏହି କୁଇଦିନା ଏଲୁଗିନା ପାର୍କ ସ୍ଥାପନର ଉଦ୍ଧେଶ୍ୟ ହେଉଛି କନ୍ଧମାଳ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପ୍ରାଚୀନ ଭୈଗଳିକ ସ୍ଥିତି ସଂସ୍କୃତି, ପରମ୍ପରା, କ୍ଲା‌ମ୍ବୁ, ଆଧାରିତ କଳାପେନୁ, ଜିଲ୍ଲା ଭିତରେ ରହିଥିବା ଧରଣୀ ପୂଜାର ମୂଳ ସ୍ଥଳ ପ୍ରଳୟ ପରେ ମାନବ ସୃଷ୍ଟି ,ସକଳ ଜୀବର ମୂଳ ବୀଜ ବିହନ ଓ ଆଦିବାସୀ ଉତ୍ପତ୍ତି ସ୍ଥଳ ଶ୍ରାମ୍ବୁଲି,ଡିମ୍ବଲି, କୁଇ ସମାଜ ର ହିତ ପାଇଁ କାର୍ଯ୍ୟ କରୁଥିବା ସଂଗ୍ରାମୀ ମହାନ ସମାଜ ସେବୀ,କବୀ, ଲେଖକ , ଆଦିବାସୀ ପୂଜା ସ୍ଥଳୀ ଏବଂ ବୁଦ୍ଧିଜୀବି ମହାନାୟକ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ଶୁଭ କାର୍ଯ୍ୟ ଉଦ୍ ଘାଟନ ପାଇଁ ବାଲିଗୁଡା ବିଧାୟକ ଶ୍ରୀଯୁକ୍ତ ଚକ୍ରମଣି କହଁର,ଜି. ଫୁଲବାଣୀ ବିଧାୟକ ଶ୍ରୀଯୁକ୍ତ ଉମାଚରଣ ମଲିକ, ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରଦନ ମଲିକ ଓ କୋଟଗଡ଼ ବ୍ଲକ ଅଧ୍ୟକ୍ଷ, କୋଟଗଡ଼ ସରପଞ୍ଚ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ପ୍ରାଣୀ ଚିକିତ୍ସା ଅଧିକାରୀ ମାନଙ୍କୁ ଉଦ୍ ଘାଟନ କରିବା ପାଇଁ ଅବଗତ କରାଯାଇଥିଲା କିନ୍ତୁ ଦୁଃଖର ବିଷୟ ଆସିବୁ କହି କୈାଣସି ଜନ ପ୍ରତିନିଧି ଆସିଲେ ନାହିଁ । ଏଣୁ ବହୁତ ସମୟ ଅପେକ୍ଷା କରି କେହି ନ ଆସିବାରୁ କୁଇ ସମାଜ ସମନ୍ୱୟ ସମିତି କନ୍ଧମାଳ ସଭାପତି ଓ ସମ୍ମାନୀତ ଅତିଥି ମାନଙ୍କ ଦ୍ୱାରା ପାର୍କ ଟି ଉଦଘାଟନ କରାଯାଇଥିଲା । ଶ୍ରୀ ମାଧବ ପ୍ରଧାନ ଜଣେ ଉନ୍ନତ ଧରଣର ଚାଷୀ ସେ ଆଜି ସୁଦ୍ଧା ଜିଲ୍ଲାସ୍ତରରେ ଓ ରାଜ୍ୟସ୍ତରେ ପ୍ରାୟ ୩୦ ରୁ ଉର୍ଦ୍ଧ ଥର ସଫଳ ଚାଷୀ ରୂପେ ସମ୍ମାନୀତ ହୋଇ ଛନ୍ତି । ତେବେ ସେ ଅନୁରୋଧ କରିଥିବା ଜନପ୍ରତିନିଧି ଓ ସରକାରୀ ଅଧିକାରୀ ନ ଆସିବାରୁ ବହୁତ ଦୁଃଖ କରିବା ସହିତ ଉପସ୍ଥିତ ସମାଜ କର୍ମ କର୍ତ୍ତା ଦୃଢ଼ ନିନ୍ଦା କରିଛନ୍ତି । ତେଣୁ ଏଥିପାଇଁ ଉପସ୍ଥିତ ଜନ ଅସନ୍ତୋଷ ଦେଖାଦେଇଛି । ଯଦି ଜନ ପ୍ରତିନିଧି ଓ ସରକାରୀ ଅଧିକାରୀ ଏହିପରି ଜନସାଧାରଣଧ ତଥା ଲୋକମାନଙ୍କୁ ଅଣଦେଖା କରିବେ । ତେବେ କୁଇ ସମାଜ ତରଫରୁ ଜିଲ୍ଲା ବ୍ୟାପି ବିରୋଧ କରାଯିବ ବୁଦ୍ଧିଜୀବି ମହଲରୁ ଦାବି ହେଉଛି । ଶେଷରେ ମାଦାଗୁଡା ଜିମେନ୍ଦ୍ର ମଲିକ ଓ ମାଧବ କହଁରଙ୍କ ନେତୃତ୍ୱରେ ଉପରଖୋଲ ସାଂସ୍କୃତିକ ଅନୁଷ୍ଠାନ ଯୋଗଦେଇ ମନୋରଞ୍ଜନ କରିଥିଲେ ।

What's Your Reaction?

like

dislike

love

funny

angry

sad

wow