ସ୍ବର୍ଗୀୟା ସୁମିତା ନାୟକ(ରୁବି ) ଙ୍କ ଚତୁର୍ଥ ବାର୍ଷିକ ଶ୍ରଦ୍ଧାଞ୍ଜଳି ଉପଲକ୍ଷେ " ଜଳଛତ୍ର " ଭବ୍ୟ ଆୟୋଜନ

Apr 29, 2025 - 19:32
0 35
ସ୍ବର୍ଗୀୟା ସୁମିତା ନାୟକ(ରୁବି ) ଙ୍କ ଚତୁର୍ଥ ବାର୍ଷିକ ଶ୍ରଦ୍ଧାଞ୍ଜଳି ଉପଲକ୍ଷେ " ଜଳଛତ୍ର " ଭବ୍ୟ ଆୟୋଜନ

ଭବାନୀପାଟଣା,୨୯l୪  (ଷ୍ଟାରନିଉଜ ଓଡିଶା) : ଅନୁଭୂତ ପ୍ରବଳ ଗ୍ରୀଷ୍ମ ପ୍ରବହାକୁ ଦୃଷ୍ଟିରେ ରଖି ତଥା ସ୍ବର୍ଗୀୟା ସୁମିତା ନାୟକ ଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକ ଶ୍ରଦ୍ଧାଞ୍ଜଳି ଉପଲକ୍ଷେ ସ୍ମାର୍ଟ ସୁପର ଓ ସ୍ମାର୍ଟ ଫୁଡ଼ିଜ ଏବଂ ନାୟକ ପରିବାର ପକ୍ଷରୁ ପ୍ରଦେଶୀ ପଡା, ବାଲାଜୀ ମନ୍ଦିର ପାଖ, ଜୁନାଗଡ଼ ରୋଡ ପରିସରରେ ଏକ ଭବ୍ୟ ଜଳଛତ୍ର ର ଆୟୋଜନ କରାଯାଇଥିଲା। ବିଶିଷ୍ଟ ସମାଜସେବୀକା ଶ୍ରୀମତୀ ଶର୍ମିଷ୍ଠା ନାୟକ ଓ ଶ୍ରୀ ଅତୁନୁ ନାୟକ ତଥା ସମସ୍ତ ପରିବାରବର୍ଗ ଆୟୋଜିତ ଏହି ପ୍ରୟାସରେ କଳାହାଣ୍ଡି ସାଂସଦ ମାନନୀୟା ଶ୍ରୀମତୀ ମାଲବିକା ଦେବୀଙ୍କ କରକାମଳରେ ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଥିଲା। ଏହି ଶୁଭ ଅବସରରେ, କଳାହାଣ୍ଡି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼, ଭବେନ୍ଦ୍ର ପଣ୍ଡା ପୂର୍ବତନ ଜିଲ୍ଲା ସଭାପତି, ଶ୍ରୀ ଦେବେନ୍ଦ୍ର ମହାନ୍ତି ପୂର୍ବତନ ବିଜେପି ସଭାପତି, ଶ୍ରୀ ଅନାମ ନାଏକ ପୂର୍ବତନ ବିଧାୟକ, ଶ୍ରୀ ରମେଶ ମାଝୀ ବିଧାୟକ ପାର୍ଥି ଲାଞ୍ଜିଗଡ, ସନ୍ତୋଷୀ ଦାସ ପୂର୍ବତନ ବ୍ଲକ ଅଧ୍ୟକ୍ଷ, ଜୟ ଶଙ୍କର ନାଏକ ବିଜେପି ସାଧାରଣ ସମ୍ପାଦକ, ସନ୍ତୋଷ ବିଶି ବିଜେପି ନଗର ସଭାପତି, ଶ୍ରୀ ବିଜୟ ଦେବ ସାହୁ, ଦିବ୍ୟଜ୍ୟୋତି ମୁଣ୍ଡ ସଭାପତି ରାଷ୍ଟ୍ର୍ଷୀୟ ଯୁବମୋର୍ଚା, ନରହରି ପଟନାୟକ ଜିଲ୍ଲା ବିଜେପି ଯୁବମୋର୍ଚା ସଭାପତି, କୈଶବ ବିହାରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଶ୍ରୀମତୀ ଶର୍ମିଷ୍ଠା ନାୟକଙ୍କ ନେତୃତ୍ୱ ରେ ତଥା ସାଂସଦ ମାଲବିକା ଙ୍କ ଉପସ୍ଥିତି ରେ ସେମାନଙ୍କ ସ୍ଵହସ୍ତରେ ପାନୀୟ ଜଳ ଓ ଦହି ସରବତ ବଣ୍ଟନ କରିଥିଲେ। ଶ୍ରୀମତୀ ମାଲବିକା ଦେବି ପାନୀୟ ଜଳକୁ ପ୍ରଦୂଷଣ ମୁକ୍ତ କରିବା, ଏହାର ସଂଘରକ୍ଷଣ ସହ ପ୍ରଚଣ୍ଡ ଗ୍ରୀଷ୍ମ ତାପରୁ ନିଜକୁ ସୁରକ୍ଷିତ ରହିବାକୁ ଉପସ୍ଥିତ ପଥଚାରି ଏବଂ ଭବାନୀପାଟଣା ସହରବାସୀଙ୍କୁ ପରାମର୍ଶ ଦେଇଥିଲେ। ଏହି ଭବ୍ୟ ଜଳଛତ୍ର ଆୟୋଜନ କାର୍ଯ୍ୟକ୍ରମ ରେ ପରିବାରବର୍ଗ ଅଳ୍ପନା ନାୟକ, ଗୋପୀନାଥ ନାୟକ, ଜୟନ୍ତ ନାୟକ, ସୁଜାତା ନାୟକ, ସତ୍ୟମ ନାୟକ, ଅରୁଭା ନାୟକ, ଅତ୍ରିଷ୍ଠା ନାୟକ ପ୍ରମୁଖ ସହଯୋଗ କରିବା ସହ ଦହି ସରବତ ବଣ୍ଟନ ରେ ସାହାଯ୍ୟ କରିଥିଲେ। ଏହି କାର୍ଯ୍ୟକ୍ରମ ଗ୍ରୀଷ୍ମ ପ୍ରବାହ ଶେଷ ପର୍ଯ୍ୟନ୍ତ ଚାଲିବ ଏବଂ ଏହି କାର୍ଯ୍ୟରେ ସ୍ବେଷଚ୍ଛାକୃତ ଭାବେ ସମସ୍ତଙ୍କୁ ଯୋଗଦେବାକୁ ପରାମର୍ଶ ପ୍ରଦାନ କରିବା ସହ ପ୍ରତି ବର୍ଷ ଭଳି ଏହାକୁ ସାମୁହିକ ସହଯୋଗ ଦ୍ୱାରା ସଫଳ କରାଯିବ ବୋଲି ସମାଜସେବି ଶର୍ମିଷ୍ଠା ନାୟକ ଅସାବ୍ୟକ୍ତ କରିଛନ୍ତି। ଏଭଳି ଏକ ମହନୀୟ କାର୍ଯ୍ୟକୁ ସମଗ୍ର ଭବାନୀପାଟଣା ସହର ବାସୀ ଶ୍ରୀମତୀ ନାୟକ ଙ୍କୁ ଭୁୟସୀ ପ୍ରଂଶସା କରିଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User