ପ୍ରହସନ ପାଲଟିଛି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା,ଘର ପାଇବାରୁ ବଂଚିତ ପ୍ରକୃତ ହିତାଧିକାରୀ ।

Apr 20, 2025 - 13:15
Apr 20, 2025 - 13:19
 0  127
ପ୍ରହସନ ପାଲଟିଛି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା,ଘର ପାଇବାରୁ ବଂଚିତ ପ୍ରକୃତ ହିତାଧିକାରୀ ।

ଫିରିଙ୍ଗିଆ,୨୦l୪: ସରକାର ଗରିବ, ଖଟିଖିଆ, ଦିନ ମଜୁରିଆ ଓ ଅସହାୟ ପରିବାର ମାନଙ୍କ ମୁଣ୍ଡ ପାଇଁ ଛାତ ଖଣ୍ଡେ ଖଣ୍ଡେ ଯୋଗେଇ ଦେବା ଉଦେଶ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା କରିଛନ୍ତି । ହେଲେ ଏହି ଯୋଜନାରେ ବି ବାଟ ମାରଣା ହେଉଥିବା ଅଭିଯୋଗ ହେଉଛି । ପ୍ରକୃତ ହିତାଧିକାରୀ ସରକାରଙ୍କ ଏହି ପକ୍କା ଘର ଯୋଜନାରୁ ବଂଚିତ ରହୁଥିବା ନେଲେ ଧନୀ ଓ ମଧ୍ୟବିତ୍ତ ପରିବାରମାନେ ଏହି ଯୋଜନାର ଲାଭ ଉଠାଉଛନ୍ତି । ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରା଼ଗାଁ ପଂଚାୟତ ଅନ୍ତର୍ଗତ କୁଡୁକି ଗ୍ରାମରୁ । ଗ୍ରାମର ପଣ୍ଡିତ ବିନ୍ଧାଣୀ ନିଜ ସ୍ତ୍ରୀ ଓ ପିତା ଲେଙ୍ଗୁ ବିନ୍ଧାଣୀଙ୍କୁ ନେଇ ବର୍ଷ ବର୍ଷ ଧରି ଏକ ଝାଟିମାଟି ଘରେ ଦିନ କଟୁଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଙ୍କ ପାଇଁ ସାତ ସପନ ପାଲଟିଛି ।ପ୍ରଶାସନିକ ଅଧିକାରୀ ମାନଙ୍କୁ ବାରମ୍ବାର ଗୁହାରୀ କରି ଆସୁଥିଲେ ମଧ୍ୟ ଏଯାଏ ତାଙ୍କୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରୁ ବଂଚିତ ରଖାଯାଇଛି ।ବର୍ତମାନ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ସର୍ଭେ ଚାଲିଛି, ହେଲେ ଏଯାଏ କୌଣସି ପ୍ରଶାସନିକ ଅଧିକାରୀ ପଣ୍ଡିତଙ୍କ ଘର ବାରଣ୍ଡା ମାଡି ନଥିବା ପଣ୍ଡିତ କହିଛନ୍ତି ଆଗକୁ ବର୍ଷା ଋତୁ ଆସୁଥିବାରୁ ଘରକୁ ନେଇ ଚିନ୍ତିତ ପଣ୍ଡିତଙ୍କ ପରିବାର ।ପଣ୍ଡିତଙ୍କ ଘର ଅଧାଅଧି ଭାଙ୍ଗି ଗଲାଣି, ଅର୍ଥ ଅଭାବ ଯୋଗୁଁ ଘରର ମରାମତି କରି ପାରୁନାହାନ୍ତି ପଣ୍ଡିତ । କୁଲି ମଜୁରୀ କରି ପରିବାର ପୋଷୁଥିବା ପଣ୍ଡିତଙ୍କ ପାଖରେ ଏତେ ଟଙ୍କା ବା ଆସିବ କେଉଁଠୁ, ଯେଉଁଥିରେ ସେ ଘର ମରାମତି କରିବ ।ସରକାରୀ ସହାୟତାରେ ମାତ୍ର ୧୦ କେଜି ଚାଉଳ ପାଉଥିବା ପଣ୍ଡିତଙ୍କୁ ବର୍ତମାନ ଘର ଚିନ୍ତା ଘାରିଛି । ପ୍ରଶାସନ ତୁରନ୍ତ ଏହି ଗରିବ ପରିବାରକୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ସାମିଲ କରି ଘର ଖଣ୍ଡେ ଯୋଗେଇ ଦେବାକୁ ସାଧାରଣରେ ଦାବୀ ହେଉଛି ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR