ଅସହାୟ ବିଧବା ବୃଦ୍ଧା ମହିଳା ଙ୍କୁ ମିଳୁନି ଆବାସ ଗୃହ, ଯୋଜନା ଏଠି ବାଟବଣା

Apr 20, 2025 - 09:57
0 57
ଅସହାୟ ବିଧବା ବୃଦ୍ଧା ମହିଳା ଙ୍କୁ ମିଳୁନି ଆବାସ ଗୃହ, ଯୋଜନା ଏଠି ବାଟବଣା

ଫିରିଙ୍ଗିଆ ,୨୦l୪: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ଗେରୁପଡା ଗାଁ ର ଅସହାୟ ବିଧବା ବୃଦ୍ଧା ମହିଳା ବିମଳା ବେହେରା ଙ୍କ ପାଇଁ ସରକାର ଙ୍କ ଯୋଜନା ତରଫରୁ ପକ୍କା ଘର ଅପହଞ୍ଚ ହୋଇପଡିଛି । ବହୁତ ଦିନ ରୁ ଝାଟିମାଟି ଘରେ ବିପଦ ସଙ୍କୁଳ ଅବସ୍ଥାରେ ଦୁର୍ଦ୍ଦିନରେ ଜୀବନ ବିତାଉଛନ୍ତି ବିମଳା ବେହେରା । ତାଙ୍କ ସ୍ବାମୀ ମୃତ୍ୟୁ ହେବା ବହୁ ବର୍ଷ ବିତିଯାଇଥିଲେ ମଧ୍ୟ ଏକୁଟିଆ ରହିବା ପାଇଁ ଭଲ ଘର ଖଣ୍ଡିଏ ନଥିବାରୁ ମାଟି କୁଡିଆ ଘରେ ରହୁଥିବା କହିଛନ୍ତି ‌। ପକ୍କା ଘର ଖଣ୍ଡିଏ ନଥିବାରୁ ଅଧିକ ବର୍ଷା ପବନ ବହିବା ସମୟରେ ଏହି ବିପଦ ସଙ୍କୁଳ ଘର ଛାଡ଼ି ଅନ୍ୟ ଘରେ ଆଶ୍ରୟ ନେଉଥିବା କହିଛନ୍ତି । ଅର୍ଥ ଅଭାବରୁ ଘର ମରାମତି ନପାରି ଝାଟିମାଟି ତଳେ ବିପଦ ଅବସ୍ଥାରେ କାଳାତିପାତ କରୁଛନ୍ତି । ବିମଳ ଙ୍କ ପରିବାର କୁ ମାସିକ ମୁଣ୍ଡ ପିଛା ୫ କେଜି ରାସନ୍ ଚାଉଳ ଓ ୧୦୦୦ ଟଙ୍କା ବିଧବା ଭତ୍ତା ମିଳୁଥିଲେ ମଧ୍ୟ ଚଳିବା କଷ୍ଟକର । ପକ୍କା ଘର ଖଣ୍ଡିଏ ପାଇବା ପାଇଁ ଦୀର୍ଘ ବର୍ଷରୁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଗୁହାରି କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କୁ ସୁଫଳ ମିଳିନାହିଁ । ଏଣୁ ସରକାର ଙ୍କୁ ନିବେଦନ କରିଛନ୍ତି ତାଙ୍କୁ ଅନ୍ତଦୟ ଯୋଜନା ରେ ସାମିଲ କରି ମାସିକ ୩୫ କିଲୋ ଚାଉଳ ଦେବା ସହିତ ଆବାସ ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ଗ୍ରାମ ବାସୀ ଦାବୀ କରିଛନ୍ତି।

ରିପୋର୍ଟ୍: ଫିରିଙ୍ଗିଆ ରୁ ମୋନଜ ସାହୁ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User