କାଳବୈଶାଖୀର ମହା ତାଣ୍ଡପ, ପୋଡ଼ିଗଲା ଟ୍ରାନ୍ସଫର, ୧୭ ପରିବାର ୭ ଦିନ ହେଲା ଅନ୍ଧାରରେ ଶିଙ୍କୁଳି ପଦର ଗ୍ରାମବାସୀ

Apr 19, 2025 - 21:02
Updated: 1 year ago
0 84
କାଳବୈଶାଖୀର ମହା ତାଣ୍ଡପ, ପୋଡ଼ିଗଲା ଟ୍ରାନ୍ସଫର,  ୧୭ ପରିବାର  ୭ ଦିନ ହେଲା ଅନ୍ଧାରରେ ଶିଙ୍କୁଳି ପଦର ଗ୍ରାମବାସୀ

ଫିରିଙ୍ଗିଆ, ୧୯l୪ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରା ଗାଁ ପଞ୍ଚାୟତ ର ଟେଲା ପାଲି ଗ୍ରାମ ଶିଙ୍କୁଳିପଦର ଗାଁରେ ଲଗାଣ ବର୍ଷା ସହ ବିଜୁଳି ଘଡ଼ଘଡ଼ି ରେ ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡିଯାଇଛି। ଫଳରେ ଗ୍ରାମବାସୀ ଅନ୍ଧାରରେ ୭ ଦିନ ହେଲା ରହିଛନ୍ତି।ଗତ ୧୩ ତାରିଖରେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ହେବାରୁ ଗାଁ ରେ ଲାଗିଥିବା ଟ୍ରାନ୍ସଫର୍ମର ପୋଡି ଯାଇଥିଲା । ଗ୍ରାମଟି ଜଙ୍ଗଲକୁ ଲାଗିକି ରହିଥିବାରୁ ଗ୍ରାମବାସୀ ଭୟଭିତ ଅବସ୍ଥାରେ କାଳ କାଟୁଛନ୍ତି ।ସନ୍ଧ୍ୟା ହେବା ସାଙ୍ଗେ ସାଙ୍ଗେ ତାଟି କବାଟ ବନ୍ଦ କରି ଘର ଭିତରେ ରହୁଛନ୍ତି ।ହିଂସ୍ର ଜୀବଜନ୍ତୁ ମାନଙ୍କ ଭୟରେ ଘର ବାହାରେ ରାତିରେ ନିଆଁ ଜାଳି ରଖୁଛନ୍ତି ସରକାର କିରୋସିନ ବନ୍ଦ କରିଦେବାରୁ ଗୋରା ତେଲ କିଣି ବତୀ ଜାଳି ରାତି କାଟୁଥିବା ଗ୍ରାମବାସୀ କହିଛନ୍ତି । ଗ୍ରାମବାସୀ ନୂତନ ଟ୍ରାନ୍ସଫର ବସେଇ ଦେବା ପାଇଁ ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରିବାରୁ, ସେ ବକେୟା ବିଲ ବାନ୍ଧିଲେ ଯାଇକି ଟ୍ରାନ୍ସଫର ଲଗାଯିବ ବୋଲି ସଫା ସଫା ମନା କରିଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।ଏଇଠି ପ୍ରଶ୍ନ ଉଠୁଛି କି ନିର୍ବାଚନ ପୂର୍ବରୁ ବିଜେପି ସରକାର ୩୦୦ ୟୁନିଟ ମାଗଣା ବିଜୁଳି ଯୋଗେଇ ଦେବାର ଯେଉଁ ପ୍ରତିଶୃତି ଦେଇଥିଲେ, ତାହା ଗଲା କୁଆଡେ?ଯେତେଦିନ ପର୍ଯ୍ୟନ୍ତ ଗ୍ରାମବାସୀ ବକେୟା ବିଲ ନବାନ୍ଧିଛନ୍ତି ସେତେଦିନ ପର୍ଯ୍ୟନ୍ତ ଗ୍ରାମବାସୀ ଅନ୍ଧାରରେ ରହିବେ କି?। ଟ୍ରାନ୍ସଫରମର ପୋଡିଯିବା ପରେ ଏହି ଶିଙ୍କୁଳି ପଦର ଗାଁ ଏବଂ ୧୦ ନମ୍ବର ୱାର୍ଡ ର ୱାର୍ଡମେମ୍ବର ହରିଶ୍ଚନ୍ଦ୍ର କହଁର ଙ୍କ ସହ ଗ୍ରାମବାସୀ ଫିରିଙ୍ଗିଆ ବିଦ୍ୟୁତ ବିଭାଗ ଅଧିକାରୀ ଏବଂ ଫୁଲବାଣୀ ବିଦ୍ୟୁତ ବିଭାଗରେ ଯନ୍ତ୍ରୀଙ୍କୁ ଭେଟି ସମସ୍ୟା ବିଷୟରେ ଅବଗତ ମଧ୍ୟ କରିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ସମାଧାନ ହୋଇ ପାରିନାହିଁ l ବର୍ତ୍ତମାନ ଦିନରେ ପ୍ରବଳ ଖରା ସାଙ୍ଗକୁ ଗରମ ବଡୁଥିବାରୁ ଘରେ ରହିବା ଅସମ୍ଭବ ହେଉଥିବା ବେଳେ ପିଲା ମାନଙ୍କୁ ପାଠ ପଢ଼ାରେ ମଧ୍ୟ ଅସୁବିଧା ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମ ବାସୀ l ଗାଁରେ ପୋଡିଥିବା ଟ୍ରାନ୍ସଫରମର ତୁରନ୍ତ ମରାମତି କରି ଗାଁକୁ ବିଦ୍ୟୁତ ଯୋଗାଇବାକୁ ଗାଁର ୱାର୍ଡ ମେମ୍ବର ହରିଶ୍ଚନ୍ଦ୍ର କହଁର ଙ୍କ ସହ ପୁଷ୍ପଲତା କହଁର, ଲଳିତା କହଁର, ସୁଷମା କହଁର, ସୁଲୋଚନା କହଁର ଓ ଗ୍ରାମବାସୀ ଦାବୀ କରିଛନ୍ତି l ଏହି ଟ୍ରାନ୍ସଫର୍ମର ପୋଡ଼ି ଘଟଣାରେ ଦାୟିତ୍ୱରେ ଥିବା ଯନ୍ତ୍ରୀ ସତ୍ୟବ୍ରତ ସାହୁଙ୍କୁ ପଚାରିବାରୁ ଅଭିଯୋଗ ପରେ ଆମେ ଶିଙ୍କୁଳି ପଦର ଗାଁକୁ ଯାଇ ଦେଖିଛୁ । ଆସନ୍ତା ୨ ରୁ ୩ ଦିନ ଭିତରେ ସମସ୍ୟାର ସମାଧାନ ହୋଇଯିବ ବୋଲି କହିଛନ୍ତି l

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User