ବିଦ୍ୟୁତ ବିଭାଗ ଯନ୍ତ୍ରୀ ଙ୍କ ଆନ୍ତରିକତା ପାଇଁ ଖବର ପ୍ରସାରଣ ର ଛଅ ଘଣ୍ଟା ମଧ୍ୟ୍ୟରେ ଶିଙ୍କୁଳି ପଦର ଗାଁ ରେ ଲାଗିଲା ନୂତନ ଟ୍ରାନ୍ସଫରମର I

Apr 20, 2025 - 16:25
 0  64
ବିଦ୍ୟୁତ ବିଭାଗ ଯନ୍ତ୍ରୀ ଙ୍କ ଆନ୍ତରିକତା ପାଇଁ ଖବର ପ୍ରସାରଣ ର ଛଅ ଘଣ୍ଟା ମଧ୍ୟ୍ୟରେ ଶିଙ୍କୁଳି ପଦର   ଗାଁ ରେ ଲାଗିଲା ନୂତନ ଟ୍ରାନ୍ସଫରମର I

ଫିରିଙ୍ଗିଆ,୨୦l୦୪: ଖବର ପ୍ରସାରଣ ର ଛଅ ଘଣ୍ଟା ନପୂରୁଣୁ ସାତଦିନ ଧରି ଅନ୍ଧାରରେ ଥିବା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରା ଗାଁ ପଞ୍ଚାୟତ ର ଶିଙ୍କୁଳି ପଦର ଗାଁ ରେ ଲଗାଯାଇଛି ଏକ ବିଦ୍ୟୁତ ଟ୍ରାନ୍ସଫର୍ମର I ଯାହା ସମ୍ଭବ ହୋଇପାରିଛି ଫିରିଙ୍ଗିଆ ବ୍ଲକ ଦାୟିତ୍ୱ ରେ ଥିବା ବିଦ୍ୟୁତ ବିଭାଗ ର କନିଷ୍ଠ ଯନ୍ତ୍ରୀ ସତ୍ୟବ୍ରତ ସାହୁ ଙ୍କ ପାଇଁ I ଯାହାପାଇଁ ସମଗ୍ର ଫିରିଙ୍ଗିଆ ବ୍ଲକ ରେ ଯନ୍ତ୍ରୀ ଙ୍କ ମହାନତା କୁ ପ୍ରଶଂସା ମଦ୍ୟ କରାଯାଇଛି I ସୂଚନା ଅନୁସାରେ ଏହି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରା ଗାଁ ପଞ୍ଚାୟତ ର ଶିଙ୍କୁଳି ପଦର ଗାଁରେ ଲଗାଣ ବର୍ଷା ସହ ବିଜୁଳି ଘଡ଼ଘଡ଼ି ରେ ଗାଁ କୁ ବିଦ୍ୟୁତ ଯୋଗାଉଥିବା ଟ୍ରାନ୍ସଫର୍ମର ପୋଡି ଯିବାରୁ ସମ୍ପୂର୍ଣ୍ଣ ଗ୍ରାମ ବାସୀ ଅନ୍ଧାରରେ ଥିଲେ I ଗତ ୧୩ ତାରିଖରେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ହେବାରୁ ଗାଁ ରେ ଲାଗିଥିବା ଟ୍ରାନ୍ସଫର୍ମର ପୋଡି ଯାଇଥିଲା l ସାତ ଦିନ ହେବ ଗାଁରେ ଥିବା ସତର ଟି ପରିବାର ଅନ୍ଧାରରେ ରହି ବହୁ ଅସୁବିଧା ର ସମ୍ମୁଖୀନ ହେଉଥିଲେ l ବର୍ତମାନ ଦିନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ବଢ଼ୁଥିବାରୁ ଘରେ ରହିବା ଅସମ୍ଭବ ହେଉଥିବା ବେଳେ ପିଲା ମାନଙ୍କୁ ପାଠ ପଢ଼ାରେ ମଧ୍ୟ ଅସୁବିଧା ହେଉଥିବା ଅଭିଯୋଗ କରିଥିଲେ ଗ୍ରାମ ବାସୀ l ଟ୍ରାନ୍ସଫରମର ପୋଡିଯିବା ପରେ ଏହି ଶିକୁଳି ପଦର ଗାଁ ଏବଂ ଦଶ ନମ୍ବର ୱାର୍ଡ ର ୱାର୍ଡମେମ୍ବର ହରିଶ୍ଚନ୍ଦ୍ର କହଁର ଙ୍କ ସହ ଗ୍ରାମବାସୀ ଫୁଲବାଣୀ ଯାଇ ବିଦ୍ୟୁତ ବିଭାଗରେ ବରିଷ୍ଠ ଅଧିକାରୀ ଙ୍କୁ ଭେଟି ସମସ୍ୟା ବିଷୟରେ ଅବଗତ ମଧ୍ୟ କରିଥିଲେ I କିନ୍ତୁ କୌଣସି ସମାଧାନ ହୋଇ ପାରିନଥିଲା l ଗାଁରେ ପୋଡିଥିବା ଟ୍ରାନ୍ସଫରମର ତୁରନ୍ତ ମରାମତି କରି ଗାଁକୁ ବିଦ୍ୟୁତ ଯୋଗାଇବାକୁ ଗାଁର ୱାର୍ଡ ମେମ୍ବର ହରିଶ୍ଚନ୍ଦ୍ର କହଁର ଙ୍କ ସହ ପୁଷ୍ପଲତା କହଁର, ଲଳିତା କହଁର, ସୁଷମା କହଁର, ସୁଲୋଚନା କହଁର ଓ ଗ୍ରାମବାସୀ ଦାବୀ କରିଥିଲେ l ତେବେ ଏହି ଖବର ରବିବାର ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶ ପାଇଥିବା ବେଳେ ଖବର ପ୍ରକାଶ ପାଇବା ର ଛଅ ଘଣ୍ଟା ନପୂରୁଣୁ ଖୋଦ ବିଭାଗ ର କନିଷ୍ଠ ଯନ୍ତ୍ରୀ ସତ୍ୟବ୍ରତ ସାହୁ ତାଙ୍କ ଟିମ ସହ ଉପସ୍ଥିତ ରହି ତିବ୍ର ଖରା କୁ ମଧ୍ୟ ଖାତିର ନକରି ପୋଡ଼ିଯାଇଥିବା ଟ୍ରାନ୍ସଫର୍ମର କୁ ବଦଳାଇ ସେଇ ଜାଗାରେ ଏକ ନୂତନ ଟ୍ରାନ୍ସଫର୍ମର ସ୍ଥାପନ କରିଛନ୍ତି I ଏବେ କରେଣ୍ଟ ଆସିବା ପରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ରୁ ମୁକ୍ତିମିଲିଛି ବୋଲି କହିବା ସହ କାର୍ଯ୍ୟରତ ଯନ୍ତ୍ରୀ ଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି  ଶିଙ୍କୁଳିପଦର ର ଗ୍ରାମବାସୀ I 

ସୁବ୍ରତ କୁମାର ମହାନ୍ତି (ଫିରିଙ୍ଗିଆ )

What's Your Reaction?

like

dislike

love

funny

angry

sad

wow