ବିଜେଡି ଛାଡି ବିଜେପିରେ ମିଶିଲେ ଚିକଲପଦର ସମିତି ସଭ୍ୟ ।

May 26, 2025 - 15:54
 0  241
ବିଜେଡି ଛାଡି ବିଜେପିରେ ମିଶିଲେ ଚିକଲପଦର ସମିତି ସଭ୍ୟ ।

ଝରିଗାଁ,୨୬l୫(ଷ୍ଟାର ନିୟୂଜ ଓଡ଼ିଶା): ଝରିଗାଁ ବିଧାନସଭା ଆସନରୁ ଭୋଟ ଲଢ଼ି ନରସିଂହ ଭତରା ବିଧାୟକ ହେବା ପରେ ଝରିଗାଁ ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ବିଜେପିର ଲୋକ ପ୍ରିୟତା ବଢୁଥିବା ଦେଖିବାକୁ ମିଳିଛି |ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଲୋକଙ୍କୁ ଆକୃଷ୍ଟ କରୁଛି |ଅନେକ ନେତା ଓ କର୍ମୀ ବିଭିନ୍ନ ଦଳ ଛାଡି ବିଜେପିରେ ସାମିଲ ହେଉଥିବା ଦେଖିବାକୁ ମିଳୁଛି |ଆଜି ଚିକଲପଦର ପଂଚାୟତର ସମିତି ସଭ୍ୟ ସନତ ହାଲଦାର ଓ ବରିଷ୍ଠ କର୍ମୀ ସପନ ମିସ୍ତ୍ରୀ ବିଜେଡି ଛାଡି ବିଜେପିରେ ମିଶିଥିବା ସୂଚନା ମିଳିଛି |ଆଗାମୀ ଦିନରେ ତାଙ୍କର ସମସ୍ତ କର୍ମୀ ଓ ସମର୍ଥକ ମଧ୍ୟ ବିଜେପିରେ ମିଶିବା ନେଇ ସମିତି ସଭ୍ୟ ସନତ ହାଲଦାର ସୂଚନା ଦେଇଛନ୍ତି |ଏହି ପରିପ୍ରେକ୍ଷୀରେ ପୂର୍ଲା ସ୍ଥିତ ବିଜେପି କାର୍ଯ୍ୟାଳୟରେ ଏକ ବୈଠକ କରି ବିଧାୟକ ନରସିଂହ ଭତରା ସମିତି ସଭ୍ୟଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣେଇବା ସହ ଜନ ସ୍ୱାର୍ଥକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି |ଏହି ମିଶ୍ରଣ ପର୍ବରେ ଅନ୍ୟ ଦଳୀୟ କର୍ମୀ ଓ କର୍ମକର୍ତା ମାନଙ୍କ ମଧ୍ୟରେ ସମିରଣ ରାୟ, ପଞ୍ଚlନନ ବାବଳୀ, ଶ୍ୟାମଲାଲ ବିଶ୍ୱାସ, ସୁଜନ ଭକ୍ତ, ବଳରାମ ଗଣ୍ଡ,ମଣ୍ଡଳ ସଭାପତି ଉତମ ହରିଜନ, ସନୁ ଗୌଡ଼ ସମେତ ଅନେକ କର୍ମୀ ଓ କର୍ମକର୍ତା ଉପସ୍ଥିତ ରହି ଦଳରେ ନୂତନ ଭାବେ ସାମିଲ ହୋଇଥିବା ସମିତି ସଭ୍ୟଙ୍କୁ ସ୍ୱାଗତ ଜଣେଇଛନ୍ତି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

like

dislike

love

funny

angry

sad

wow