ପଂଚାୟତ ସ୍ତରୀୟ ଯାଦବ ମହାସଭା ସଂଗଠନ କମିଟି ଗଠିତ।

Jun 10, 2025 - 11:08
0 41

ଝରିଗାଁ,୧୦l୬ (ଷ୍ଟାର ନିୟୁଜ ଓଡିଶା ): ଆଜି ଝରିଗାଁ ବ୍ଲକ ଅନ୍ତର୍ଗତ ଧୋଡ୍ରା ଓ ଭିକ୍ଷା ଗ୍ରାମ ପଞ୍ଚାୟତକୁ ନେଇ ପଞ୍ଚାୟତ ସ୍ତରୀୟ ଯାଦବ ମହାସଭା ସଂଗଠନ କମିଟି ଗଠନ କରାଯାଇଛି।ଏହି କମିଟି ଗଠନ କାର୍ଯ୍ୟକ୍ରମ ପ୍ରଥମେ ମାଁ ବିଡ୍ରୀ ଠାକୁରାଣୀଙ୍କୁ ଆରାଧନା କରି ଧୋଡ୍ରା ସ୍ଥିତ ମାଁ ଇଂଲାଜିନୀ ମନ୍ଦିର ଓ ଭୋଲା ବାବା ଶିବ ଶଙ୍କର ଙ୍କ ଆସ୍ଥାନରେ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ସର୍ବ ପ୍ରଥମେ ସମସ୍ତ ଦେବାଦେବୀଙ୍କ ସହ ଭଗବାନ ରାଧାକୃଷ୍ଣଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲା ଯାଦବ ମହାସଭା ର ଯୁବ ସଭାପତି ନବ କିଶୋର ଗୈାଡ, ଝରିଗାଁ ବ୍ଳକ ସଭାପତି ନନ୍ଦ ଗୈାଡ, ଉମରକୋଟ ବ୍ଳକ ଉପ ସଭାପତି ଯଦୁନାଥ ଗୈାଡ, ଝରିଗାଁ ବ୍ଳକ ଉପ ସଭାପତି ସହଦେବ ଗୈାଡ, ଝରିଗାଁ ବ୍ଳକ ସହ ସମ୍ପାଦକ ସଗନୁ ଗୈାଡ, ନବରଙ୍ଗପୁର ଜିଲ୍ଲା ଯୁବ ଯାଦବ ମହାସଭା ର ଆଇ ଟି ସେଲ୍ ଏକ୍ସପୋର୍ଟ ଲିଙ୍ଗରାଜ ଗୈାଡ, ମିଡ଼ିଆ ପବ୍ଲିକେସନ ଏଣ୍ଡ ଫଟୋଗ୍ରାଫି ବିଭାଗ ହିରନ ଗୈାଡ, ଝରିଗାଁ ବ୍ଳକ ସଦସ୍ୟ ଇଶ୍ବର ଗୈାଡ ଙ୍କ ସହ 2 ଗୋଟି ଗ୍ରାମ ପଞ୍ଚାୟତର ସମସ୍ତ ଯାଦବ ଭାଇ ଭଉଣୀ ମାନେ ଉପସ୍ଥିତ ହୋଇଥିଲେ। ଯାଦବ ମହାସଭାର ସଂଗଠନକୁ କେମିତି ତୃଣମୂଳ ସ୍ତରରୁ ସଂଗଠିତ କରିବା ସହ କେମିତି କୁସଂସ୍କାର କୁ ଦୂର କରିବା ସହ ଅନେକ ଗୁଡିଏ ଲୋକାଭିମୁଖୀ କାର୍ଯ୍ୟକ୍ରମ କୁ ପରିଚାଳନା କରିବା ପାଇଁ ନିଷ୍ପତି ନିଆଯାଇଥିଲା।ପରିଶେଷରେ ଧୋଡ୍ରା ଗ୍ରାମ ପଞ୍ଚାୟତର ସଭାପତି ଭାବେ ମନେଶ୍ବର ମାଝୀ, ଉପ ସଭାପତି ଭାବେ ପ୍ରସାଦି ଗୈାଡ, ସମ୍ପାଦକ ଭାବେ ଭିମ ଗୈାଡ, କୋଷାଧ୍ୟକ୍ଷ ଭାବେ ପୂର୍ଣ୍ଣ ମାଝୀ,ସମାଜିକ ସଂଯୋଜକ ଭାବେ ଲକ୍ଷୀ ଗୈାଡ, କମିଟି ସଦସ୍ୟ ଭାବେ ଶ୍ରୀ କୃଷ୍ଣ ଗୈାଡ, ଚୈତନ ଗୈାଡ, ଇଶ୍ବର ଗୈାଡ, ରଘୁନାଥ ଗୈାଡ ଓ ଶ୍ରୀ ମକରନ୍ଦ ଗୈାଡଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଗଲା। ଭିକ୍ଷା ପଞ୍ଚାୟତ ର ସଭାପତି ଭାବେ ସନାତନ ଗୈାଡ, ଉପ ସଭାପତି ଭାବେ ସୁକମନ ଗୈାଡ,ସମ୍ପାଦକ ଭାବେ ରାଜେନ୍ଦ୍ର ଗୈାଡ, କୋଷାଧ୍ୟକ୍ଷ ଭାବେ ସୁନ୍ଦର ଗୈାଡ, ସଂଯୋଜକ ଭାବେ ସୁବାଷ ଗୈାଡ ଓ ସଦସ୍ୟ ଭାବେ ସାମ ଗୈାଡ ଙ୍କୁ ମନୋନୀତ କରାଯାଇଛି। ମନୋନୀତ ସମସ୍ତ କର୍ମକର୍ତ୍ତାଙ୍କୁ ପୁଷ୍ପ ମାଲ୍ୟାର୍ପଣ କରି ସପଥ ପାଠ କରେଇ ଧନ୍ୟବାଦ ଦେଇ ସଭାସାଙ୍ଗ କରାଯାଇଥିଲା।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ 

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User