ଅପରେସନ୍ ସିନ୍ଦୂରର ସଫଳତା କୁ ନେଇ ଝରିଗାଁରେ ପରାକ୍ରମ ଶୋଭାଯାତ୍ରା।

May 21, 2025 - 14:24
0 203

ଝରିଗାଁ,୨୧l୫( ଷ୍ଟାର ନିୟଜ ଓଡ଼ିଶା): ଅପରେସନ୍ ସିନ୍ଦୂର’ର ସଫଳତା ପରେ ଏହାର ବୀର ଗାଥାକୁ ଲୋକ ଲୋଚନରେ ପ୍ରସାର କରି ଭାରତୀୟ ଯବାନ ମାନଙ୍କୁ ସମ୍ମାନ ଜଣାଇବାକୁ ଯାଇ ଝରିଗାଁ ପଞ୍ଚାୟତ ସମିତି ଓ ଜନ ପ୍ରତିନିଧିଙ୍କ ମିଳିତ ଆନୁକୂଲ୍ୟରେ ଝରିଗାଁ ଠାରେ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ଝରିଗାଁ ବିଧାୟକ ନରସିଂହ ଭତ୍ରା ଯୋଗଦେଇ ପତାକା ଦେଖାଇ ଏହି ତ୍ରିରଙ୍ଗା ବାଇକ୍ ଶୋଭା ଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ତିନି ବାହିନୀ ( ସ୍ଥଳ ବାହିନୀ, ଆକାଶ ବାହିନୀ ଓ ଜଳ ବାହିନୀ) ର ବୀର ଯବାନ ମାନଙ୍କୁ କୃତଜ୍ଞତା ଭାବ ପ୍ରକାଶ କରି ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରା ଝରୀଗାଁ ସହର ପରିକ୍ରମା କରିଥିଲେ । ଏହି ଶୋଭାଯାତ୍ରା ଝରିଗାଁ ହନୁମାନ ମନ୍ଦିର ଠାରୁ ବାହାରି ଆଦର୍ଶ ବିଦ୍ୟାଳୟ ହୋଇ ପହଞ୍ଚିଥିଲା I ବୀର ଯବାନ ମାନଙ୍କ ସମ୍ମାନାର୍ଥେ ଏହି ଶୋଭା ଯାତ୍ରାରେ ଝରୀଗାଁ ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧୁ ସୁଦନ ମାଝୀ,ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ବିରୋଜା ମୋହିନୀ ପାଙ୍ଗି,ବ୍ଲକ୍ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମାଝୀ,ଆତ୍ମା ଚେୟାରମ୍ୟାନ ଚିତ୍ର ପ୍ରସାଦ ତିୱାରୀ,ପଞ୍ଚାନନ ବାବାଲି ,ଗିରି ପାଣ୍ଡେ, ପ୍ରଫୁଲ୍ଲ ପ୍ରଧାନୀ, ମହେଶ୍ୱେର ତିୱାରୀ, ଗଣପତି ସାହୁ,ସରପଞ୍ଚ, ଗଣମାଧ୍ୟମ ପ୍ରତିନିଧି ଓ ସମସ୍ତ ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀଙ୍କ ସମେତ ଅନେକ ବୁଦ୍ଧିଜୀବୀ, ସ୍ଵୟଂ ସହାୟକ ମହିଳା ଗୋଷ୍ଠୀ, ବିଭିନ୍ନ ବିଭାଗୀୟ କର୍ମଚାରୀ ଜନସାଧାରଣଙ୍କ ସହ ବାଇକ‌ରେ ବସି ସହର ପରିକ୍ରମା କରିଥିଲେ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User