ବିର୍ସାମୁଣ୍ଡାଙ୍କ ବଳିଦାନ ଦିବସ ପାଳିତ ।

Jun 10, 2025 - 05:27
0 93

ଝରିଗାଁ, (ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଫୁଫୁଗାଁ ପଂଚାୟତ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମର ନୀଳଗିରି ବାଡ଼ି ମଧ୍ୟରେ ଝରି ଗାଁ ମଣ୍ଡଳ ସଭାପତି ସୁକାଳୁ ଗଣ୍ଡଙ୍କ ସଭାପତିତ୍ବରେ ବିର୍ସାମୁଣ୍ଡାଙ୍କ 125ତମ ବଳିଦାନ ଦିବସ ପାଳିତ ହୋଇଯାଇଛି |ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଝରିଗାଁ ନିର୍ବାଚନ ମଣ୍ଡଳୀ ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଧୋଡ୍ରା ମଣ୍ଡଳ ସଭାପତି ଭୁଜବଳ ଗୌଡ଼, ଚଚା ମଣ୍ଡଳ ସଭାପତି ତଥା ମୂଳ ନିବାସୀ ଅନୁସୂଚିତ ଜାତିସଙ୍ଘର ଝରିଗାଁ ବ୍ଲକ ସଭାପତି ପ୍ରତାପ ଦୁରିଆ, ପୂର୍ବତନ ଧୋଡ୍ରା ମଣ୍ଡଳ ସଭାପତି ମନୁରାମ ମାଝୀ, ଚିତାବେଡା ସରପଞ୍ଚ ତୁଳାବତୀ ସାନ୍ତା, ଝରିଗାଁ ମଣ୍ଡଳ ପୂର୍ବତନ ସଭାପତି ଗଣପତି ସାହୁ, ଆତ୍ମା ଚେୟାରମ୍ୟାନ ଚିତ୍ର ପ୍ରସାଦ ତିୱାରୀ, ପଦ୍ମନ ସାନ୍ତା,ଳମ୍ବୁ ପୂଜାରୀ, ଖଗ ଭତରା, ବଳବ ଗଣ୍ଡଙ୍କ ସମେତ ଅନ୍ୟାନ୍ୟ ବିଜେପି କାର୍ଯ୍ୟକର୍ତାମାନେ ମଞ୍ଚାସିନ ରହିଥିଲେ |ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିମାନେ ପ୍ରଭୁ ବିର୍ସାମୁଣ୍ଡାଙ୍କ ଜୀବନୀ ଇଂରେଜ ମାନଙ୍କ ବିରୁଦ୍ଧରେ ଲଢେଇ ଉପରେ ଉପସ୍ଥିତ ଜନସାଧାରଣ ମାନଙ୍କୁ ପ୍ରାଞ୍ଜଳ ଭାବେ ବୁଝେଇବା ସହ ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିବାରୁ ପ୍ରତିବର୍ଷ ତାଙ୍କ ଜନ୍ମ ଜୟନ୍ତୀ ଓ ବଳିଦାନ ଦିବସ ପାଳନ କରିବାକୁ ପରାମର୍ଶ ଦେଇଥିଲେ |ତତ ସହିତ ବିଜେପି ସରକାର ଦେଶ ପାଇଁ ଯେଉଁ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀମାନେ ନିଜ ପ୍ରାଣ ବଳି ଦେଇଛନ୍ତି ସେମାନଙ୍କ ବଳିଦାନ ଦିବସ ଗୁଡିକୁ ଭାରତୀୟ ଜନଜାତି ଗୌରବ ଦିବସ ରୂପେ ପାଳନ କରୁଥିବା ଜଣେଇଥିଲେ |ଶେଷରେ ସମସ୍ତ ଜନସାଧାରଣ ଙ୍କୁ ଧନ୍ୟବାଦ ଜଣେଇ ସଭା ସାଙ୍ଗ କରାଯାଇଥିଲା |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User