ବିକଶିତ କୃଷି ସଂକଳ୍ପ ଅଭିଯାନ ।

Jun 10, 2025 - 05:25
 0  2
ବିକଶିତ କୃଷି ସଂକଳ୍ପ ଅଭିଯାନ ।

କଳାହାଣ୍ଡି,୧୦l୬(ଷ୍ଟାରନିଉଜ ଓଡିଶା) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ରିସିଗାଁ ଠାରେ ବିକଶିତ କୃଷି ଅଭିଯାନ ଅନୁଷ୍ଠିତ ହୋଇଯାଇଅଛି। କୃଷି ଓ କୃଷକଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା । ଏହି ଅବସରରେ ଉପସ୍ଥିତ ଚାଷୀ ଭାଇ ଭଉଣୀମାନଙ୍କୁ ଉନ୍ନତ କୃଷି ପ୍ରଣାଳୀ, ବୈଜ୍ଞାନିକ ପହଞ୍ଚ, ସ୍ଥାୟୀ ଅଭ୍ୟାସ ଏବଂ କୃଷକ ସଶକ୍ତିକରଣ, ଆଧୁନିକୀକରଣ କରିବା ପାଇଁ ବୀକ୍ଷିତ କୃଷି ସଂକଳ୍ପ ଅଭିଯାନ ଏକ ଦେଶବ୍ୟାପୀ ଅଭିଯାନ। ଏବଂ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମଳୟ କୁମାର ପରିଡା, ସମ୍ମାନିତ ଅତିଥି ମାନନୀୟ ସାଂସଦ ଙ୍କ ପ୍ରତିନିଧି ଅନିଲ କୁମାର ନନ୍ଦ, ଅଧ୍ୟକ୍ଷ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଭବାନିପାଟଣା ଶ୍ରୀ ସଚିଦାନଁଦ ମହାକୁଡ, ଅଧ୍ୟକ୍ଷ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଜୁନାଗଡ ଶ୍ରୀ ଅଶୋକ କୁମାର ପଟ୍ଟନାୟକ, ବରିଷ୍ଠ ବୈଜ୍ଞାନିକ ଏବଂ ମୁଖ୍ୟ କୃଷି ବିଜ୍ଞାନ କେନ୍ଦ୍ର କଳାହାଣ୍ଡି ଡ.ଅମିତାଭ କୁମାର ପଣ୍ଡା, ରୋଗ ପୋକ ନିୟନ୍ତ୍ରଣ ବୈଜ୍ଞାନିକ ଡ. ବିନୋଦ କୁମାର ଜେନା, କୃଷି ଜିଲ୍ଲା ଅଧିକାରୀ ଭବାନୀପାଟଣା ଶ୍ରୀ ପ୍ରମୋଦ କୁମାର ବେହେରା, ଯୋଜନା ଅଧିକାରୀ କଳାହାଣ୍ଡି ଶ୍ରୀଯୁକ୍ତ ବିଶ୍ଵନାଥ ମହାପାତ୍ର, ସହକାରୀ ଉଦ୍ୟାନ ଅଧିକାରୀ, ଭବାନୀପାଟଣା ଶ୍ରୀଯୁକ୍ତ ବିମଳ କୁମାର ନାଏକ, ସହକାରୀ କୃଷି ଅଧିକାରୀ, ଭବାନୀପାଟଣା ରୋହିତ ରାଜ ସିଂହ ସହକାରୀ କୃଷି ଅଧିକାରୀ, ଭବାନୀପାଟଣା ଏଲୋରା ପ୍ରିୟଦର୍ଶିନୀ, ମୃତ୍ତିକା ସରଂକ୍ଷଣ ସଂପ୍ରସାରଣ କର୍ମଚାରୀ, ଭବାନୀପାଟଣା ତୁଷାର ଭୋଇ, ଗୋଷ୍ଠୀ କୃଷି ଅଧିକାରୀ, ଭବାନୀପାଟଣା ସୁଶୀଲ କୁମାର ସେଠୀ, ଜିଲ୍ଲା ନୋଡାଲ ଅଧିକାରୀ APICOL, କଳାହାଣ୍ଡି, ଏଲିନା ନାୟକ,ସହକାରୀ ମତ୍ସ୍ୟ ଅଧିକାରୀ ଶ୍ରୀମତୀ ଅଲକା ତାଣ୍ଡି, ଉଦଘୋଶିକା ସୁନିତା ଶର୍ମା ଉପସ୍ଥିତ ଥିଲେ l ମୁଖ୍ୟ ଅତିଥି ମଳୟ କୁମାର ପରିଡା,ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସ୍ଵାଗତ ସମ୍ଭାସନ ପରିବେଷଣ କରିଥିଲେ l ସମ୍ମାନିତ ଅତିଥି ଗଣ କୃଷି ଏବଂ ଆନୁସାଙ୍ଗୀକ କୃଷି ବିଭାଗର ସମସ୍ତ ଯୋଜନା ଏବଂ ବୈଜ୍ଞାନିକ ପଦ୍ଧତିରେ ଚାଷ କଲେ ଆୟ ଅଭିବୃଦ୍ଧି ହେବ ବୋଲି ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ ଏବଂ ସମସ୍ତଙ୍କୁ ସଂକଳ୍ପ ବଦ୍ଧ ହୋଇ ନିଷ୍ଠାପର ଭାବରେ କଠିନ ପରିଶ୍ରମ କରିବା ପାଇଁ ଅନୁରୋଧ କରିଥିଲେ l ଅତିଥି ବୃନ୍ଦ ମାନଙ୍କର ଜରିଆରେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିଲା ଏବଂ ଶେଷରେ ରୋହିତ ରାଜ ସିଂହ, ସହକାରୀ କୃଷି ଅଧିକାରୀ, ଭବାନୀପାଟଣା ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ l

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ

What's Your Reaction?

like

dislike

love

funny

angry

sad

wow