ବଡ଼ନୀ ମା ଠାକୁରାଣୀ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ | ଚଚରା଼ଗୁଡା ଚମ୍ପିୟାନ, ପାଲିଆ ରନର୍ସ ଅଫ ।

Jun 10, 2025 - 05:30
0 164

ଝରିଗାଁ,୯l୬ (ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଂଚାୟତ ଅନ୍ତର୍ଗତ ବଡ଼ନୀ ଗ୍ରାମର ଖେଳ ପଡିଆରେ ଗତ ମଇ ମାସ 30ତାରିଖରେ ଉଦଘାଟିତ ହୋଇଥିବା ମା ଠାକୁରାଣୀ କ୍ରିକେଟ ଟୁର୍ନାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି |ଆଜିର ଏହି ଉଦଯାପନୀ ଦିବସରେ ମୁଖ୍ୟ ଅତିଥିଭାବେ ବିଜେପି ଚଚା ମଣ୍ଡଳ ସଭାପତି ମହେଶ୍ୱର ତିୱାରୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ବିଜେପି ଚଚା ମଣ୍ଡଳ ସାଧାରଣ ସମ୍ପାଦକ ପ୍ରତାପ ଦୁରିଆ, ପାଲିଆ ପଂଚାୟତ ସଭାପତି ଲକ୍ଷ୍ମଣ ମାଝୀ, ଫୁଫୁଗାଁ ସଭାପତି ରାମକୃଷ୍ଣ ସାନ୍ତା, ବଡ଼ନୀ ବୁଥ ସଭାପତି ନିତ୍ୟାନନ୍ଦ ଗୌଡ଼, ବଡ଼ନୀ ୱାର୍ଡ ସଭ୍ୟ ଖଗେଶ୍ୱର ଗୌଡ଼ ୱାର୍ଡ ସଭ୍ୟ ଲଖଣ ହରିଜନ, ବରିଷ୍ଠ କର୍ମୀ ଡମ୍ବରୁ ଭତରା, ପୂର୍ଣ୍ଣ ସାନ୍ତା, ଗୋବିନ୍ଦ ଗୌଡ଼ ପ୍ରମୁଖ ମଞ୍ଚାସିନ ରହିଥିଲେ |ଗ୍ରାମବାସୀ ନିମନ୍ତ୍ରିତ ଅତିଥି ମାନଙ୍କୁ ବନ୍ଦାପନା କରିବା ସହ ପୁଷ୍ପମାଳ ଦେଇ ବାଜା ବଜେଇ ଖେଳ ପଡିଆକୁ ପାଛୋଟି ନେବା ପରେ ଅତିଥି ମାନଙ୍କୁ ମଞ୍ଚାସିନ କରେଇଥିଲେ |ନଅ ଦିନ ଧରି ଚାଲିଥିବା ଏହି ଟୁର୍ନାମେଣ୍ଟରେ ଝରିଗାଁ ଓ ଡାବୁଗାଁ ବ୍ଲକର ମୋଟ ଷୋହଳ ଗୋଟି ଦଳ ଭାଗ ନେଇଥିବା ବେଳେ ଆଜି ଶେଷ ଦିବସରେ ପାଲିଆ ଓ ଚଚରାଗୁଡା ମଧ୍ୟରେ ଫାଇନାଲ ଖେଲ ହୋଇଥିଲା |ଚଚରା଼ଗୁଡା ଖେଳାଳିମାନେ ପ୍ରଥମେ ଟଚ ଜିତି ବ୍ୟାଟିଂ କରିବାର ନିଷ୍ପତି ନେଇଥିଲେ ଓ 15 ଓଭର ଖେଳି 195 ରନ ସଂଗ୍ରହ କରିଥିଲେ |ପରେ ପାଳିଆ ଖେଳାଳି ମାନେ 11 ଓଭର ରେ 81ରନ ସଂଗ୍ରହ କରି ଅଲ ଆଉଟ ହୋଇଥିଲେ |ମୁଖ୍ୟ ଅତିଥି ମହେଶ୍ୱର ତିୱାରୀ ବିଜୟୀ ଦଳକୁ ଟ୍ରଫି ସହିତ ଦଶ ହଜାର ନଗଦ ରାଶି ପ୍ରଦାନ କରି ଭବିଷ୍ୟତରେ ଭଲ ଖେଳ ପ୍ରଦର୍ଶନ କରି ବ୍ଲକ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ ଟୁର୍ନାମେଣ୍ଟ ଗୁଡିକରେ ଭାଗ ନେବା ପାଇଁ ଉପଦେଶ ଦେଇଥିବା ବେଳେ ପ୍ରତାପ ଦୁରିଆ ପାଳିଆ ଦଳକୁ ଟ୍ରଫି ସହିତ ଆଠ ହଜାର ନଗଦ ରାଶି ପ୍ରଦାନ କରି ପ୍ରଚେଷ୍ଟା ଜାରିରଖି ବ୍ଲକ ଓ ଜିଲ୍ଲା ସ୍ତରରେ ଖେଳିବାକୁ ପରାମର୍ଶ ଦେଇଥିଲେ |ତତ ସହିତ ଟୁର୍ନାମେଣ୍ଟର ଆୟୋଜକ କମିଟିଙ୍କୁ ଧନ୍ୟବାଦ ଜଣେଇବା ସହିତ ଖେଳ ପ୍ରତି ଏମିତି ଆଗ୍ରହ ଜାରି ରହୁ ବୋଲି ଉପଦେଶ ଦେଇଥିଲେ |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User