କେସିଙ୍ଗା ରେଲୱେ ଷ୍ଟେସନ ରୁ ୨୪ ଜଣ ଦାଦନ ଶ୍ରମିକ ଙ୍କୁ ଶ୍ରମ ବିଭାଗ ଉଦ୍ଧାର କଲା।

May 26, 2025 - 16:01
0 78

କେସିଙ୍ଗା, ୨୬l୫ (ଷ୍ଟାର ନିୟୁଜ ଓଡିଶା ) : କଳାହାଣ୍ଡି ଜିଲ୍ଲାରୁ ତଥା ପଶ୍ଚିମ ଓଡିଶାରୁ ପ୍ରତିଦିନ ଟ୍ରେନ ଯୋଗେ ଦାଦନ ଶ୍ରମିଜ ବାହାର ରାଜ୍ୟ କୁଜlଇ ହଇରାଣ ହରକତା ହେବାର ଦେଖା ଯାଇଛି l କଳାହାଣ୍ଡି ଜିଲ୍ଲା ଶ୍ରମ ଅଧିକାରୀଙ୍କ ଦ୍ୱରା କେସିଙ୍ଗା ରେଲୱେ ଷ୍ଟେସନ ରୁ ରବିବାର ସନ୍ଧ୍ୟା ରେ ଦାଦନ ଖଟିଯିବl ଶ୍ରମିକ ମାନଙ୍କୁ ଉଦ୍ଧାର କାରିଥିଲେ l ପରିବାର ଗୁଜୁରାଣ ପାଇଁ କେତେ ଆଶା ରଖି ଦାଦନ ଶ୍ରମିକମାନେ ବାହାର ରାଜ୍ୟକୁ ଯାଇଥାନ୍ତି। କିନ୍ତୁ ପରିବାର ପ୍ରତି ପୋଷଣ ଆଶା ରଖି ଦଲାଲ କବଜାରେ ପଡ଼ି ଅଗ୍ରୀମ ବାବଦକୁ ମୋଟା ଅଙ୍କରେ ଶ୍ରମିକମାନେ ଦଲାଲଠାରୁ ନେଇଥାନ୍ତି। କରଜ ଶୁଝିବା ପାଇଁ ଦଲାଲ ହାଇଦ୍ରାବାଦ, ଚେନ୍ନାଇ, ବାଙ୍ଗାଲୋର ଇତ୍ୟାଦି ବାହାର ରାଜ୍ୟକୁ ନେଇଥାଏ। କଳାହାଣ୍ଡି ଜିଲ୍ଲା ର ୧୩ଟି ବ୍ଲକରୁ ହଜାର ହଜାର ସଂଖ୍ୟାରେ ଦାଦନ ଶ୍ରମିକମାନେ ଦାଦନ ଖଟିବାକୁ ସପରିବାର ସହିତ ବିଭିନ୍ନ ପ୍ରଦେଶକୁ ଯାଇଥାନ୍ତି। ସେହିଭଳି କଣ୍ଟାବାଞ୍ଜି ର ବଲାଙ୍ଗୀର ଜିଲାରୁ ମଧ୍ୟ ଦୈନିକ ଟ୍ରେନ୍‌ ଯୋଗେ ବାହାର ରାଜ୍ୟକୁ ଯାଉଛନ୍ତି। କିଛି ଦିନ ଭଲରେ କାମ କରିବା ପରେ ଦାଦନ ଶ୍ରମିକଙ୍କୁ ମାଲିକ ଓ ଦଲାଲମାନେ ନିର୍ଯାତନା ଦେଇ ମାଡ଼ ମାରି କାମ କରାଇଥାନ୍ତି। କିଏ ଯଦି ଏହି ଅନ୍ୟାୟ ଅତ୍ୟାଚାର ବିରୋଧରେ ସ୍ବର ଉତ୍ତୋଳନ କଲେଶ୍ରମିକଙ୍କ କାମର ଉଚିତ ମୂଲ୍ୟ ନ ମିଳିବାରୁ ଏବେ ମଧ୍ୟ ବାହାର ରାଜ୍ୟରେ ଜିଲ୍ଲା ର ହଜାର ହଜାର ସଂଖ୍ୟାରେ ଦାଦନ ଶ୍ରମିକମାନେ ଅନ୍ୟ ରାଜ୍ୟରେ କାମ କରୁଛନ୍ତି। ସେହିଭଳି ତେଲେଙ୍ଗାନା ରାଜ୍ୟର ହାଇଦ୍ରାବାଦରେ କେସିଙ୍ଗା, ଜୁନାଗଡ଼ ମ. ରାମପୁର ବ୍ଲକର ୨୪ ଜଣ ଦାଦନ ବହୁ ନିର୍ଯାତନା ଦେବା ସହ ମାଡ଼ ମାରି ହଇରାଣ ହରକତ କରି ଖାଇବା ପିଇବା ପାଇଁ ଠିକ୍‌ ଭାବେ ଦିଆ ଯାଉ ନ ଥିଲା। ଶ୍ରମିକମାନେ ବହୁ କଷ୍ଟ ଅନୁଭବ କଲା ପରେ ପରିବାର ଲୋକଙ୍କୁ ଏହି ସବୁ ଦୁଃଖ ଯନ୍ତ୍ରଣା ଜଣାଇଲା ପରେ ପରିବାର ବର୍ଗ ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଜିଲ୍ଲା ଶ୍ରମ ବିଭାଗ ସେଠାକାର ଜିଲ୍ଲା ପ୍ରଶାସନଙ୍କ ସହ ଯୋଗାଯୋଗ କରି ୨୪ ଜଣ ଦାଦନ ଶ୍ରମିକଙ୍କୁ ଫେରାଇ ଦେବା ପାଇଁ ଚିଠି ଲେଖିଥିଲେ। ଶ୍ରମିକମାନେ ଏରନାକୁଲମ୍‌ ଏକ୍ସପ୍ରେସରେ ୨୪ ଜଣ ଦାଦନକୁ କେସିଙ୍ଗା ରେଳ ଷ୍ଟେଶନଠାରେ ଗତକାଲି ସନ୍ଧ୍ୟାରେ ପହଞ୍ଚିବା ପରେ ଜିଲ୍ଲା ଶ୍ରମ ଅଧିକାରୀ ଜିତାମ ମାଝୀ ସମସ୍ତଙ୍କୁ ସ୍ବାଗତ କରିବା ସହ ସମସ୍ତଙ୍କ ନାମ ଗ୍ରାମ ଠିକଣା ନୋଟ୍‌ କରିଥିଲେ। ଦାଦନଶ୍ରମିକଙ୍କୁ ଜଳପାନର ବ୍ୟବସ୍ଥା କରି ନିଜନିଜ ଗ୍ରାମକୁ ପଠାଇବାର ବ୍ୟବସ୍ଥା କରିଥିଲେ। ଏହି ଉଦ୍ଧାର କାର୍ଯ୍ୟକ୍ରମରେ ଶ୍ରମବାହିନୀ ସଭାପତି ଝସକେତନ ବାଗ, ବିଏସ୍‌ସିଏସ୍‌ଡବ୍ଲ୍ୟୁ ୟୁନିଅନର ସୂର୍ଯ୍ୟନାରାୟଣ ପଟ୍ଟନାୟକ ଓ ରେଳବାଇ ପୋଲିସ ଉପସ୍ଥିତ ରହି ସହଯୋଗ କରିଥିଲେ l 

କେସିଙ୍ଗା ରୁ ପ୍ରମୋଦ ସାହୁ ଙ୍କ ରିପୋର୍ଟ ଷ୍ଟାରନିୟୁଜ ଓଡିଶା

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User