ବିଜେଡି ପକ୍ଷରୁ ଜୁନାଗଡରେ “ନାରୀ ଅଧିକାର ଅଭିଯାନ” ରାଜ୍ୟ ସରକାର ବିରୋଧରେ ପଦଯାତ୍ରା ଓ ସ୍ମାରକପତ୍ର ପ୍ରଦାନ
କଳାହାଣ୍ଡି ଜିଲ୍ଲା ତା. ୨୬l୦୫) ( ଷ୍ଟାର ନିୟୁଜ ଓଡ଼ିଶା ) ଜୁନାଗଡରେ ବିଜେଡିର ନାରୀ ଅଧିକାର ଅଭିଯାନ
ବିଜୁ ଜନତା ଦଳ ପକ୍ଷରୁ ମଙ୍ଗଳବାର ଜୁନାଗଡ ନିର୍ବାଚନ ମଣ୍ଡଳୀରେ ବିଶାଳ ଜନସମାଗମ ମଧ୍ୟରେ “ନାରୀ ଅଧିକାର ଅଭିଯାନ” କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଜୁନାଗଡ ସ୍ଥିତ ରେଣ୍ଡୋ ମାଝୀ ସଂସ୍କୃତି ଭବନ ଠାରୁ ଜୁନାଗଡ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ପଦଯାତ୍ରା କରାଯାଇଥିଲା ।
ଏହି ଅଭିଯାନ ସମୟରେ ବିଜେଡି କର୍ମୀ ଓ ମହିଳା ନେତୃବୃନ୍ଦ ରାଜ୍ୟ ସରକାରଙ୍କ ବିଭିନ୍ନ ନୀତି ଓ କାର୍ଯ୍ୟକ୍ରମକୁ ନିନ୍ଦା କରି ନାରାବାଜି କରିଥିଲେ । ଓଡ଼ିଶାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଦେବାରେ ବିଫଳତା ଏବଂ ନାରୀ ନିର୍ଯାତନା ନିୟନ୍ତ୍ରଣରେ ସରକାର ଅସମର୍ଥ ବୋଲି ଅଭିଯୋଗ କରାଯାଇଥିଲା ।
ଏହି ପରିପ୍ରେକ୍ଷୀରେ ରାଜ୍ୟର ଭାରତୀୟ ଜନତା ପାର୍ଟି ସରକାର ବିରୋଧରେ ପ୍ରତିବାଦ ସ୍ୱରୂପ “ନାରୀ ଅଧିକାର ଅଭିଯାନ” ଆୟୋଜନ କରାଯାଇଥିଲା । ପରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜୁନାଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା ।
ଏହି ପ୍ରତିବାଦ କାର୍ଯ୍ୟକ୍ରମ ଦିବ୍ୟ ଶଙ୍କର ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ପ୍ରଦୀପ୍ତ କୁମାର ଦିଶାରି, ଜିଲ୍ଲା ମହିଳା ସଭାନେତ୍ରୀ ସବିତା ପ୍ରଧାନ, ପୂର୍ବତନ ନାରୀନେତ୍ରୀ ଲଳିତା ନାଏକ, ଜୁନାଗଡ NAC ଚେୟାରମ୍ୟାନ ହିମାଦ୍ରି ନାଏକ, ଜୁନାଗଡ ବ୍ଲକ ଅଧ୍ୟକ୍ଷା ସବିତା ମେହେରଙ୍କ ସହ ବିଜୁ ମହିଳା ଜନତା ଦଳ, ଯୁବ, ଛାତ୍ର ଓ ମହିଳା ଶାଖାର ବହୁ କର୍ମୀ ଓ ବରିଷ୍ଠ ନେତୃବୃନ୍ଦ ଯୋଗଦେଇଥିଲେ ।
ସମସ୍ତେ ଏକତ୍ରିତ ହୋଇ ରାଜ୍ୟ ସରକାର ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ ଓ ନାରୀ ସୁରକ୍ଷା ଓ ଅଧିକାର ପ୍ରସଙ୍ଗରେ ସରକାର ତତ୍କାଳ ପଦକ୍ଷେପ ନେବାକୁ ଦାବି କରିଥିଲେ ।
କଳାହାଣ୍ଡିରୁ ବିଷ୍ଣୁ ଚରଣ ସ୍ୱାଇଁଙ୍କ ରିପୋର୍ଟ
What's Your Reaction?