ବାଲିଗୁଡ଼ା ପ୍ରଶାସନ ପକ୍ଷରୁ ଜବର୍ ଦଖଲ ଉଚ୍ଛେଦକୁ ଜୋରଦାର କରିଛିନ୍ତି।

Apr 28, 2025 - 20:08
Updated: 1 year ago
0 148
ବାଲିଗୁଡ଼ା ପ୍ରଶାସନ ପକ୍ଷରୁ ଜବର୍ ଦଖଲ ଉଚ୍ଛେଦକୁ ଜୋରଦାର କରିଛିନ୍ତି।

ବାଲିଗୁଡ଼ା,୨୮l୪( ଷ୍ଟାର ନିୟୁଜ ଓଡିଶା) :ବାଲିଗୁଡ଼ା ସହରରେ କିଛି ଦିନ ପରେ ପୁଣି ଥରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଜୋରଦାର କରାଯାଇଛି।ସୂଚନା ମୁତାବକ ସହରରେ ସରକାରୀ ଚାକିରୀ କରି ସରକାରୀ ଜମିକୁ ଜବରଦଖଲ କରି ବ୍ୟବସାୟୀ କରୁଥିବା ଅର୍ଥାତ୍ ସରକାରୀ ଜମିରେ ଘର କରି ଭଡ଼ା ଦେଉଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବାଲିଗୁଡ଼ା ବ୍ଲକ ତହସିଲ ଦାର ଏବଂ ପୁଲିସ ପ୍ରଶାସନ ଙ୍କ ଉପସ୍ଥିତିରେ ଘର ଉଛେଦ କରାଯାଇଥିବା ଜଣାପଡ଼ିଛି l ବାଲିଗୁଡ଼ା ତହସିଲ ଦାର କହିଛନ୍ତି ଯେ. ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳରେ ଜମି କମ ରହିଛି l କିନ୍ତୁ ଆଦିବାସୀ ମହା ବିଦ୍ୟାଳୟ ର ଅଧ୍ୟାପକ ଶ୍ରୀଯୁକ୍ତ ତେଜଶ୍ୱର ନାୟକ ସରକାରୀ ଜମି ଜବରଜସ୍ତ ଦଖଲ କରି ୫ ଟି ଘରକରି ଭଡ଼ା ଦେଇ ବେପାର ଚଲେଇଛନ୍ତି, ଅଧ୍ୟାପକ ଜେଜଶ୍ୱର ନାୟକ ବୋଲି କହିଛନ୍ତି ବାଲିଗୁଡ଼ା ତହସିଲ ଦାର ଗରିବ ଲୋକମାନଂଙ୍କୁ ଘର ଖଣ୍ଡିଏ କରି ରହିବା ପାଇଁ ମିଳୁନି କିନ୍ତୁ ସରକାରୀ ଅଧ୍ୟାପକ ତେଜଶ୍ୱର ନାୟକ ୫ଟା ଘର କରିସାରିଛନ୍ତି l ସରକାରୀ ନୋଟିସ କଲାପରେ ମଧ୍ୟ ଆଦେଶକୁ ଅବମାନନା କରି ଭଡ଼ା ଦେବାରେ ପଛ ଗୁଞ୍ଛା ହୋଇନଥିଲେ l ଆଜି ବାଲିଗୁଡ଼ା ପ୍ରଶାସନ ଉଛେଦ ଜାରି ରଖିଥିବାବେଳେ ଭଡ଼ା ରେ ଥିବା ଲୋକମାନେ ଲୁହପୋଛି ଗଛତଳେ ଆଶ୍ରା ନେଇଥିବା ଦେଖିବାକୁ ମିଳିଛି l ପ୍ରଶାସନ ଜନ ସାଧାରଣଙ୍କୁ ଚେତା ବନିଦେଇଛନ୍ତି l ସରକାରୀ ଜମି ବ୍ୟବସାୟୀ ରେ ଲଗେଇଥିବା ମାଫିଆଙ୍କୁ ଦୃଡ଼ କାର୍ଯାନୁଷ୍ଠାନ ଗ୍ରହଣ କରାଯିବା ନେଇ କହିଛନ୍ତି ପ୍ରଶାସନ l 

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରୁ ସ୍ଵତନ୍ତ୍ର ପ୍ରତିନିଧି ସଲମନ ଦିଗାଲ ଷ୍ଟାର ନିୟୁଜ l

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User