ରାଜସ୍ବ ନିରୀକ୍ଷକ ଓ ଅସାଧୁ ବ୍ୟବସାୟୀଙ୍କ ମଧୁଚନ୍ଦ୍ରିକାରେ ବରକିଭଟ୍ଟାରେ ଗଢି ଉଠୁଛି ମାଲ ମାଲ ଷ୍ଟାଲ ଘର |ପ୍ରଶାସନ ଏଠି ନିରବ ଦ୍ରଷ୍ଟା ।

May 27, 2025 - 08:25
 0  116
ରାଜସ୍ବ ନିରୀକ୍ଷକ ଓ ଅସାଧୁ ବ୍ୟବସାୟୀଙ୍କ ମଧୁଚନ୍ଦ୍ରିକାରେ ବରକିଭଟ୍ଟାରେ ଗଢି ଉଠୁଛି ମାଲ ମାଲ ଷ୍ଟାଲ ଘର |ପ୍ରଶାସନ ଏଠି ନିରବ ଦ୍ରଷ୍ଟା ।

ଝରିଗାଁ,୨୭l୫ ( ଷ୍ଟାର ନିୟୁଜ ଓଡ଼ିଶା): ଦୁର୍ନୀତିର ଗନ୍ଥାଘର ଭାବେ ପରିଚିତ ଝରିଗାଁ ବ୍ଲକରେ ପୁଣି ଏକ ଦୁର୍ନୀତି ଦେଖିବାକୁ ମିଳିଛି |କିଛି ଅସାଧୁ ବ୍ୟବସାୟୀ ରାଜସ୍ବ ନିରୀକ୍ଷକଙ୍କ ସହିତ ଶଳା ସୁତରା କରି ଚକଳା ପଦର ପଂଚାୟତ ଅନ୍ତର୍ଗତ ବରକିଭଟ୍ଟା ଗ୍ରାମର ରାସ୍ତାର ଉଭୟ ପାର୍ଶ୍ଵରେ ମାଲ ମାଲ ଷ୍ଟାଲ ଘର ସବୁ ନିର୍ମାଣ କରିଚାଲିଛନ୍ତି |ଝରିଗାଁ ବ୍ଲକ ର ଚକଳାପଦର ପଂଚାୟତ ଏକ ଉପାନ୍ତ ଅଂଚଳ ହୋଇଥିବା ବେଳେ ଏ ଅଂଚଳରେ ଶତ ପ୍ରତିଶତ ନିରୀହ ଆଦିବାସୀମାନେ ବସବାସ କରନ୍ତି |ଏ ଅଂଚଳରେ ବସବାସ କରୁଥିବା ଆଦିବାସୀ ମାନଙ୍କ ପାଖରେ ଧାନ ବିଲ କମ ପରିମାଣର ରହିଥିବା ବେଳେ ଡ଼ଙ୍ଗର ଜମି କିନ୍ତୁ ଯଥେଷ୍ଟ ପରିମାଣରେ ରହିଛି, ଯେଉଁଥିରେ ମକା, ବିରି, ମାଣ୍ଡିଆ, କୋଳଥ ଓ ଅନ୍ୟାନ୍ୟ ଶସ୍ୟ ସବୁ ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି|ସବୁଠାରୁ ପରିତାପର ବିଷୟ, ଅତ୍ୟଧିକ ଡଙ୍ଗର ଜମି ରହିଥିବାରୁ ସେମାନେ ଏତେ ଜମିରେ ଚାଷ କରିବା ପାଇଁ ଟଙ୍କା ଖର୍ଚ୍ଚ କରିନ ପାରି ଏହି ଅସାଧୁ ବ୍ୟବସାୟୀ ମାନଙ୍କ ପାଖରେ ବନ୍ଦକ ରଖିବାକୁ ବାଧ୍ୟ ହୁଅନ୍ତି |ଯାହାର ଲାଭ ଅସାଧୁ ବ୍ୟବସାୟୀ ମାନେ ଉଠେଇ ଚାଲିଛନ୍ତି |ଅସାଧୁ ବ୍ୟବସାୟୀ ମାନେ କମ ଟଙ୍କାରେ ଜମି ସବୁ ବନ୍ଦକ ରଖି ବିଭିନ୍ନ ପ୍ରକାର ରାସାୟନିକ ସାର ସବୁ ଆବଶ୍ୟକତା ଠାରୁ ଅଧିକ ପ୍ରୟୋଗ କରି ମକା ଚାଷ କରି ବେଶ ଦୁଇ ପଇସା ରୋଜଗାର କରନ୍ତି |ଏମାନେ ଅଧିକ ଅମଳ ଆଶାରେ ଜମିରେ ଅତ୍ୟଧିକ ରାସାୟନିକ ସାର ପ୍ରୟୋଗ କରି ଜମିର ଉର୍ବରତା ନଷ୍ଟ କରି ଦେଉଛନ୍ତି |ଚକଳା ପଦର ପଂଚାୟତ ଏକ ବଣ ଜଙ୍ଗଲ ଘେରା ଅଂଚଳ ହୋଇଥିବାରୁ ଅଂଚଳବାସି ଆବଶ୍ୟକ ସାର ଓ ବିହନ ପାଇଁ ଝରୀଗାଁ ବ୍ଲକ ସଦର ମହକୁମାକୁ ସବୁବେଳେ ଆସିବା ସମ୍ଭବ ହୋଇନଥାଏ, ତେଣୁ କିଛି ଅସାଧୁ ବ୍ୟବସାୟୀ ସେମାନଙ୍କ ଏହି ଦୁର୍ବଳତାର ଫାଇଦା ନେଇ ଗ୍ରାମେ ଗ୍ରାମେ ଘର କରି ଚଢା ଦରରେ ବିହନ ଓ ସାର ମଧ୍ୟ ବିକ୍ରୟ କରୁଥିବା ମଧ୍ୟ ଅଭିଯୋଗ ହେଉଛି |ବର୍ତମାନ ଚକଳାପଦର ପଂଚାୟତ ର ବରକିଭଟ୍ଟା ଗ୍ରାମ ରାସ୍ତାର ଉଭୟ ପାର୍ଶ୍ଵରେ ଅନେକ ଷ୍ଟାଲ ଘର ସବୁ ନିର୍ମିତ ହେଉଥିବା ଦେଖିବାକୁ ମିଳୁଛି |ଘର ସବୁ ଛାତ ଲେବେଲ କୁ ପହଂଚି ଗଲାଣି ହେଲେ ପଂଚାୟତ ପ୍ରଶାସନ ପାଖରେ ଖବର ନାହିଁ |ଏହି ଷ୍ଟାଲ ସବୁ କିଏ ନିର୍ମାଣ କରୁଛି ଓ କେଉଁ ଉଦେଶ୍ୟରେ କରୁଛି ବୋଲି ପଚାରିବାରୁ ଝରୀଗାଁ ବନ ବିଭାଗ ଆମ ଅଧୀନରେ ଏ ଜାଗା ଜମି ଯାଉନାହିଁ, ତେଣୁ ଏ ଉପରେ ତଦନ୍ତ କରିବା ଆମ ପରିସରଭୁକ୍ତ ନୁହେଁ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି |ଅନ୍ୟପକ୍ଷେ ସାର ବିହନ ଓ ଅନ୍ୟାନ୍ୟ କୀଟ ନାଶକ ଔଷଧ ବିକ୍ରି କରିବା ଉଦେଶ୍ୟରେ କିଛି ଅସାଧୁ ବ୍ୟବସାୟୀ ଏହି ଷ୍ଟାଲ ଘର ସବୁ ନିର୍ମାଣ କରୁଛନ୍ତି ବୋଲି ଗ୍ରାମର ଜନସାଧାରଣ ଅଭିଯୋଗ କରିଛନ୍ତି |ତେଣୁ ବ୍ଲକ ପ୍ରଶାସନ ଏ କାର୍ଯ୍ୟର ତଦାରଖ କରିବା ସହ ଅସାଧୁ ବ୍ୟବସାୟୀ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

like

dislike

love

funny

angry

sad

wow