ଗୋଲାମୁଣ୍ଡା ପଞ୍ଚାୟତରେ ସରପଞ୍ଚଙ୍କ ଆନୁକୁଲ୍ୟରେ ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା,

Aug 7, 2025 - 17:12
 0  3
ଗୋଲାମୁଣ୍ଡା ପଞ୍ଚାୟତରେ ସରପଞ୍ଚଙ୍କ ଆନୁକୁଲ୍ୟରେ ନିଶୁଳ୍କ ସ୍ୱାସ୍ଥ୍ୟ  ପରୀକ୍ଷା,

ଗୋଲାମୁଣ୍ଡା/୭/୮/୨୫/ (ଷ୍ଟାର ନିୟୁଜ ଓଡିଶା )ଗୋଲାମୁଣ୍ଡା ପଞ୍ଚାୟତରେ ସରପଞ୍ଚ ପୁରୁଷୋତ୍ତମ ବିଶି ଙ୍କ ଆନୁକୁଲ୍ୟରେ  ନିଃଶୁଳ୍କ ସ୍ଵାସ୍ଥ୍ୟ ପରୀକ୍ଷା ସେବା ଅନୁଷ୍ଠିତ ହୋଇଥିଲା, ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ କଳାହାଣ୍ଡି ଜିଲ୍ଲା ରାଜ୍ଯ ସଭା ସାଂସଦ  ଶ୍ରୀ ଯୁକ୍ତ ସୁଜିତ୍ କୁମାର ସେଠ୍ ଙ୍କ ନିର୍ଦେଶ କ୍ରମେ ଆଜି ଗୋଲାମୁଣ୍ଡା ପଞ୍ଚାୟତରେ ଓ ସରପଞ୍ଚ ପୁରୁଷୋତ୍ତମ ବିଶି ଙ୍କ ଉପସ୍ଥିତିରେ ଗ୍ରାମ୍ୟ ପଞ୍ଚାୟତ ଅଧିନରେ ଥିବା ଅନେକ ସଧାରଣ ଲୋକେ ଆସି ସ୍ଵାସ୍ଥ୍ୟ ପରୀକ୍ଷା ହୋଇ ଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା, ଏହି ସ୍ଵାସ୍ଥ୍ୟ ପରୀକ୍ଷା ନିଃଶୁଳ୍କ ଭାବରେ ପରୀକ୍ଷା ନିରୀକ୍ଷା ହୋଈ ଥିଲା, ଯାହାକି ଗ୍ରାମ ପଞ୍ଚାୟତ ଅଧିନରେ ଥିବା ବହୁ ସଂଖ୍ୟକ ଭାବେ ପୁରୁଷ ଓ ମହିଳା ମାନେ ଆସି ସ୍ଵାସ୍ଥ୍ୟ ପରୀକ୍ଷା କରି ଥିବା ବେଳେ ଅନ୍ୟାନ ଗ୍ରାମର ଲୋକେ ମଧ୍ୟ ସ୍ଵାସ୍ଥ୍ୟ ପରୀକ୍ଷା କରି ଥିବା ବେଳେ ଗୋଲାମୁଣ୍ଡା ବ୍ଲକ ଜନ କଲ୍ୟାଣ ସାମ୍ବାଦିକ ସଂଘର ସଭାପତି ରାମ କୁମାର ସେନାପତି, ଉପ ସଭାପତି ପୀତାମ୍ବର ବେହେରା, ମଧ୍ୟ ଉକ୍ତ ସ୍ଵାସ୍ଥ୍ୟ ପରୀକ୍ଷା କରି ଥିଲେ, ଏହି ପରୀପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ପକ୍ଷରୁ ସ୍ଵାସ୍ଥ୍ୟ ପରୀକ୍ଷା ଭାବରେ ଆସି ଥିବା  କର୍ମଚାରୀଙ୍କ ଠାରୁ ପରାମର୍ଶ ନେଇ ଥିଲୁ ଯେ ରାଜ୍ଯ ସଭା ସାଂସଦ ଶ୍ରୀ ଯୁକ୍ତ ସୁଜିତ କୁମାର ସେଠ ଙ୍କ ନିର୍ଦେଶ କ୍ରମେ ଓ ଭାରତ ପେଟ୍ରୋଲିୟମ୍ କର୍ପୋରେସନ ପକ୍ଷରୁ ବିନା ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିରୀକ୍ଷା କରା ଯାଇଛି ବୋଲି ପ୍ରତିକ୍ରିୟା ପ୍ରକାଶ କରି ଥିଲେ ତତ୍ ସହିତ ସରପଞ୍ଚ ପୁରୁଷୋତ୍ତମ ବିଶି ମଧ୍ଯ ତାଙ୍କର ମତ ପ୍ରକାଶ କରି ଥିଲେ, ଏହି ଅବସରରେ ସ୍ଵାସ୍ଥ୍ୟ ପରୀକ୍ଷାରେ ଆସି ଥିବା ବ୍ୟକ୍ତି ସାଂସଦ ଶ୍ରୀ ଯୁକ୍ତ ସୁଜିତ କୁମାର ସେଠ ଙ୍କୁ ଓ ସରପଞ୍ଚ ମହୋଦୟ ଙ୍କୁ ବିଶେଷ ବିଶେଷ ଧନ୍ୟବାଦ୍ ଜ୍ଞାପନ ଜଣାଇ ଥିଲେ,
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାରନିୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow