ଆଦିବାସୀ ପରମ୍ପରା ରେ ଡ଼ଙ୍ଗର ଯାତ୍ରା ବର୍ଷା ପାଇଁ ପାହାଡ଼ ଚଢିଲେ ୧୨ ଖଣ୍ଡ ଗାଁର ଦେବାଦେବୀ

Aug 7, 2025 - 16:52
 0  18
ଆଦିବାସୀ ପରମ୍ପରା ରେ ଡ଼ଙ୍ଗର ଯାତ୍ରା  ବର୍ଷା ପାଇଁ ପାହାଡ଼ ଚଢିଲେ ୧୨ ଖଣ୍ଡ ଗାଁର ଦେବାଦେବୀ

କୋକସରା ବ୍ଲକ ତା. ୭/୮( ଷ୍ଟାର ନିୟୁଜ ଓଡିଶା )ଗାଁ ମୁଣ୍ଡ ଦେବୀ ପୀଠରେ ରୁଣ୍ଡ ହୋଇଛନ୍ତି ଶହ ଶହ ଲୋକେ। ଆଉ ଦୁଲୁକି ଯାଉଛି ନାଗରା ବାଜା, ଶିରାଙ୍କ ଦେହରେ କାଳିଶୀ ଚଢିଛି, ଆଉ ପୂଜାପାଠ ସହ ଦେବୀପୀଠରେ ଧରଣୀ ଦିଆଯାଇଛି। ହେଉଛି ଆଦିବାସୀଙ୍କ ଅଦ୍ଭୁତ ପରମ୍ପରା। ସନାତନ ଧର୍ମଧାରାରେ ସ୍ବର୍ଗାଧିପତି ଦେବରାଜ ଇନ୍ଦ୍ର ବର୍ଷାର ଦେବତା ଭାବେ ସର୍ବମାନ୍ୟ ମାନ୍ୟତା ପାଇ ଆସୁଛନ୍ତି। ତେବେ ଆଦିବାସୀଙ୍କ ଆଦିମ ଧର୍ମଧାରାରେ ବର୍ଷାର ଦେବତା ଭାବେ ପ୍ରକୃତି ବିଶେଷ କରି ମାତୃଦେବତୀ ମାନଙ୍କ ଉପାସନା କରାଯାଇଥାଏ। ଯେଉଁଠି ସ୍ଥଳ ବିଶେଷରେ ସେମାନଙ୍କ ନାମ ଭିନ୍ନଭିନ୍ନ ମଧ୍ୟ ହୋଇଥାଏ। ଏହି ପ୍ରାଚୀନ ଧାରାର ଏକ ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ମହିମା ଗ୍ରାମରେ। ବର୍ଷାର ଆଗମନ ପାଇଁ ଚାଲିଛି ଧରଣୀ ଉପାସନା। କୁହାଯାଏ' ପାହାଡ଼ ଚଢ଼ିଲେ ନିଶ୍ଚିତ ବର୍ଷା ହୋଇଥାଏ ବୋଲି ବିଶ୍ଵାସ ରହିଛି। ଏଥିପାଇଁ ଆଜି ୧୨ଖଣ୍ଡ ଗାଁର ଲୋକେ ଦେବାଦେବୀଙ୍କ ସହ ମହିମା ପାହାଡ଼ ଚଢ଼ିଛନ୍ତି। ପାହାଡ଼ର ଶୀର୍ଷ ସ୍ଥାନରେ ପହଞ୍ଚି ଦେବୀ ସରଗ ମାଉସୀଙ୍କ ଉପାସନା କରିଛନ୍ତି। ଆଶ୍ଚର୍ଯ୍ୟର କଥା ଦୀର୍ଘ ଦିନ ହେଲା ଅଞ୍ଚଳରେ ଆବଶ୍ୟକ ହିସାବରେ ବର୍ଷା ପଡି ନଥିବାବେଳେ ମଙ୍ଗଳବାର ପାହାଡ଼ ଉପରେ ସରଗ ମାଉଲୀଙ୍କ ପୂଜା ନସରଣୁ ବର୍ଷା ଆରମ୍ଭ ହୋଇଥିଲା। ଦେବୀ ଦନ୍ତପାଟିଣୀଙ୍କ ସ୍ବରୂପା ସରଗ ମାଉଲୀ ଭକ୍ତମାନଙ୍କ ଭକ୍ତିରେ ପ୍ରୀତ ହୋଇ ବର୍ଷା କରାଇଲେ ବୋଲି ନାଚି ଉଠିଲେ ଲୋକେ। ସକାଳୁ ପୀଠରେ ପୂଜାର୍ଚ୍ଚନା ପରେ ଦେବା ଦେବୀଙ୍କ ଶିରା, ପୂଜକ ଓ ଶତାଧିକ ଲୋକ ମନ୍ଦିର ପରିସରରୁ ଡଙ୍ଗର ଅଭିମୁଖେ ବିରାଟ ପଟୁଆରରେ ପାରମ୍ପରିକ ବାଜା ଘଣ୍ଟ, ଶଙ୍ଖର ଧ୍ବନି ଦେଇ ଆଗେଇ ଥିଲେ। ସେଠାରେ ପହଞ୍ଚିବା ପରେ ମା’ ସର୍ଗମାଉଳୀ ଦେବୀଙ୍କଠାରେ ଆଦିବାସୀ ପରମ୍ପରାରେ ଆରମ୍ଭ ହୋଇଥିଲା ପୂଜା କାର୍ଯ୍ୟ। ବିଶ୍ବାସ ରହିଛି ପାହାଡ଼ ଚଢ଼ି ଦେବି ଉପାସନା କଲେ ନିଶ୍ଚିତ ବର୍ଷା ହୋଇଥାଏ ବୋଲି ବରିଷ୍ଠ ନାଗରିକ ମାନେ କହିଛନ୍ତି।
 ସରଗ ମାଉଳୀଙ୍କ ଆସ୍ଥାନ ଗୁମ୍ଫା ସଦୃଶ୍ୟ ପଥର ଉପରେ ୧୨ଖଣ୍ଡ ଗ୍ରାମର ସାମିଲ ହୋଇଥିବା ଦେବାଦେବୀଙ୍କ ପୂଜକ, ଶିରା ମାନଙ୍କୁ ସୂତା ବନ୍ଧା ଯାଇ ୧୨ଟି ଛୋଟ ହାଣ୍ଡିରେ ପାଣି, କ୍ଷିର ଓ ମାଦ୍ରକ ଲାଗି କରା ଯାଇଥିଲା। ପରେ ସର୍ଗ ମାଉଳୀଙ୍କ ଆସନରୁ ଭଲ ବର୍ଷାର କାମନା କରି ଇନ୍ଦ୍ର ଦେବଙ୍କୁ ସନ୍ଦେସ ପାଇଁ ପୂର୍ବ ଦିଗକୁ ଏକ ପାରାକୁ ଉଡା ଯାଇଥିଲା। ପରେ ପାହାଡ଼ ଉପରେ ସରଗ ମାଉଲୀଙ୍କ ପୂଜା ନସରଣୁ  ଆରମ୍ଭ ହୋଇଥିଲା ବର୍ଷା। ଦେବୀ ସରଗ ମାଉଳୀଙ୍କ ପାହାଡ଼ ଯାତ୍ରା ଆଦିବାସୀ ମାନଙ୍କ ବିଶ୍ବାସ ଓ ଭାବନାର ଯାତ୍ରା ହୋଇଥିବାବେଳେ ଦେବୀଙ୍କ ପ୍ରତି ଅଞ୍ଚଳରେ ଭକ୍ତି ଓ ବିଶ୍ୱାସକୁ ମଧ୍ୟ ସ୍ପଷ୍ଟ ପ୍ରମାଣ କରେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow

SUJAYA EDITOR