ଗାଈ ବଳଦଙ୍କୁ ବଞ୍ଚାଇବାକୁ ଦୁର୍ଘଟଣାର ଶିକାର ହେଲା କୋଇଲା ବୁଝେଇ ଟ୍ରକ୍।

Aug 07, 2025 - 16:44
0 246
ଗାଈ ବଳଦଙ୍କୁ ବଞ୍ଚାଇବାକୁ ଦୁର୍ଘଟଣାର ଶିକାର ହେଲା କୋଇଲା ବୁଝେଇ ଟ୍ରକ୍।

 ବାଲିଗୁଡ଼ା ତା - ୦୭/୦୮/୨୫ (ଷ୍ଟାର ନିୟୁଜ ଓଡିଶା)
ଗାଈ ବଳଦ ଗୋଠକୁ ରକ୍ଷା କରିବାକୁ ଯାଇ ଦୁର୍ଘଟଣା ଶିକାର ହେଇଛି କୋଇଲା ବଝେଇ ଟ୍ରକ। ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନ ଅନ୍ତର୍ଗତ ପରମପାଙ୍ଗା ନିକଟସ୍ଥ ୫୯ ନଂ ଜାତୀୟ ରାଜପଥରେ ପୋଲ୍ ତଳକୁ ଓଲୋଟିଲା ଟ୍ରକ। ସୂଚନା ମୁତାବକ ତାଳଚେର ରୁ ଏକ କୋଇଲା ବୁଝେଇ ୧୬ ଚକିଆ ଟ୍ରକ ରାୟଗଡ଼ା ଅଭିମୁଖେ ଯାଇଥିବା ସମୟରେ ପରମପଙ୍ଗା ନିକଟରେ ଏକ ଗାଈ ବଳଦ ଗୋଠ ରାସ୍ତା ଉପରକୁ ଦୌଡ଼ି ଆସିବା ଯୋଗୁଁ ଗୋଠକୁ। ରକ୍ଷା କରିବାକୁ ଯାଇ ଭାରସାମ୍ୟ ହରେଇ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ଡ୍ରାଇଭର ଓ ହେଲପର୍ ଦୁଇ ଜଣ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ଥିବା ଜଣାପଡିଛି। ସୌଭାଗ୍ୟ ବଶତଃ ଏତେ ବଡ଼ ଦୁର୍ଘଟଣାରେ ଜୀବନ ବଞ୍ଚିଯାଇଛି। ଖବର ପାଇ ଘଟଣା ସ୍ଥଳରେ ବାଲିଗୁଡ଼ା ପୋଲିସ୍ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଟ୍ରକକୁ ଯାହାର ନମ୍ବର୍ ଓଡ଼ି ୩୫ ଜି ୫୮୧୨ ଗାଡ଼ିକୁ ଜବତ କରି କିଭଳି ପରିସ୍ଥିତିରେ ଦୁର୍ଘଟଣା ଘଟିଛି ସେ ନେଇ ତଦନ୍ତ କରୁଥିବା ଜଣାପଡିଛି। ଏହି ଅଞ୍ଚଳ ରେ ଅନେକ ସମୟରେ ଦୁର୍ଘଟଣା ଘଟିଥିବା ନେଇ ସ୍ଥାନୀୟ ପ୍ରଶାସନ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା ସ୍ଥାନୀୟ ପ୍ରଶାସନ ଓ ଜାତୀୟ ରାଜପଥ ବିଭାଗ ନୀରବ ଦ୍ରଷ୍ଟା ସାଜିଥିବା ସାଧାରଣରେ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି।

ପରମ ପାଙ୍ଗା ରୁ ସଲମନ ଦିଗାଳ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User