କୁଟ୍ରିଛାପର ପଞ୍ଚାୟତକୁ ବିଧାୟକଙ୍କ ଗସ୍ତ ଓ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଜନସାଧାରଣଙ୍କ ସହ ଆଲୋଚନା।

Aug 07, 2025 - 09:43
0 161
କୁଟ୍ରିଛାପର ପଞ୍ଚାୟତକୁ ବିଧାୟକଙ୍କ ଗସ୍ତ ଓ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଜନସାଧାରଣଙ୍କ ସହ ଆଲୋଚନା।

ଝରିଗାଁ, ୭l୮ (ଷ୍ଟାର ନିୟୁଜ ଓଡିଶା ): ଝରିଗାଁ ବିଧାୟକ ନରସିଂ ଭତରା ଆଜି ଝରିଗାଁ ବ୍ଲକର କୁଟ୍ରିଛାପର ପଂଚାୟତକୁ ଗସ୍ତ କରି ପଂଚାୟତର ବିଭିନ୍ନ ଗ୍ରାମ ବୁଲି ଲୋକଙ୍କ ସମସ୍ୟା ସବୁ ପଚାରି ବୁଝିଛନ୍ତି |ପ୍ରଥମେ ସେ ପଂଚାୟତର ଡିପୁଭଟ୍ଟା ଗ୍ରାମକୁ ଯାଇ ଏକ ବିଦ୍ୟୁତ ଟ୍ରାନ୍ସଫର ର ଉଦଘାଟନ କରିଛନ୍ତି |ଝରିଗାଁ ବିଧାୟକ ଓ ନବରଙ୍ଗପୁର ସାଂସଦ ଙ୍କ ଉଦ୍ୟମରେ ଗ୍ରାମର 40ପରିବାର ବିଦ୍ୟୁତ ଆଲୁଅ ପାଇ ଉଭୟ ସାଂସଦ ଓ ବିଧାୟକଙ୍କୁ ଧନ୍ୟବାଦ ଜଣେଇଛନ୍ତି |ସେଠାରୁ ଶ୍ରୀ ଭତରା କୁଟ୍ରିଛାପର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପରିଦର୍ଶନ ପାଇଁ ଯାଇଥିଲେ |110ଶଯ୍ୟା ବିଶିଷ୍ଟ ଏହି ଆଶ୍ରମ ବିଦ୍ୟାଳୟଟି ଅତି ଦୟନୀୟ ଅବସ୍ଥାରେ ରହିଥିବା ସେ ଜାଣିବାକୁ ପାଇବା ପରେ ଯଥାଶୀଘ୍ର ବିଦ୍ୟାଳୟର ମରାମତି ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେବା ପରେ ତୋହରାକରିଆଗୁଡ଼ା, ମଙ୍ଗଳଦୋରା, ବାଘବେଡା, ରଣ୍ଡାସାହି ଆଦି ଗ୍ରାମସବୁ ବୁଲି ଦେଖିଥିଲେ |ଏହି ଗ୍ରାମ ଗୁଡିକୁ ଯିବା ପାଇଁ ଭଲ ପାଦଚଲା ରାସ୍ତାଟେ ନଥିବା ସେ ଜାଣିବାକୁ ପାଇଥିଲେ |ବର୍ଷା ଦିନ ମାନଙ୍କରେ ଏହି ସବୁ ଗ୍ରାମର ଜନସାଧାରଣ ନାହିଁନଥିବା ଅସୁବିଧା ଭୋଗୁଥିବା ସ୍ଥାନୀୟ ଲୋକଙ୍କ ଠାରୁ ଶୁଣିବାକୁ ପାଇଥିଲେ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଥିଲେ |ବିଧାୟକଙ୍କ ଏହି ଗସ୍ତରେ ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ଗିରି ପାଣ୍ଡେ, ପ୍ରଫୁଲ୍ଲ ପ୍ରଧାନୀ, ଗଣପତି ସାହୁ, ସୋନା ମାଝୀ, କୁଟ୍ରିଛାପର ପଂଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଚରିତା କବିରାଜ, ଝରିଗାଁ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ସୌରଭ କେତନ ବେହେରା, ଫିରୋଜ ଷଡ଼ଙ୍ଗୀ, ଲୋଚ ଉଲ୍କା, ଗୌତମ ହରିଜନଙ୍କ ସମେତ ବହୁସଂଖ୍ୟାରେ ବିଜେପି କର୍ମୀମାନେ ସାମିଲ ରହିଥିଲେ |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User