ନୁଆଁଗୁଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଓୟୁ ଡବ୍ଲୁଜେ ସାମ୍ବାଦିକ ସଙ୍ଘ ପକ୍ଷରୁ ବୃକ୍ଷ ରୋପଣ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ।

Aug 07, 2025 - 21:21
0 41
ନୁଆଁଗୁଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଓୟୁ ଡବ୍ଲୁଜେ ସାମ୍ବାଦିକ ସଙ୍ଘ ପକ୍ଷରୁ ବୃକ୍ଷ ରୋପଣ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ।

ଉମରକୋଟ,୭l୮ (ଷ୍ଟାର ନିୟୁଜ ଓଡିଶା):;ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବେହେଡା ପଂଚାୟତ ନୁଆଁଗୁଡ଼ା ଗ୍ରାମ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ନବରଙ୍ଗପୁର ଓ ୟୁ ଡବ୍ଲୁ ଜେ ସଙ୍ଘ ପକ୍ଷରୁ ଆଜି ବୃକ୍ଷ ରୋପଣ କରାଯିବା ସହିତ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ରାଇଘର, ଉମରକୋଟ, ଝରିଗାଁ, ଡାବୁଗାଁ ଏବଂ ଚନ୍ଦାହାଣ୍ଡି ବ୍ଲକରେ କାର୍ଯ୍ୟରତ ଓୟୁଡବ୍ଲୁଜେ ସଙ୍ଘର ସଦସ୍ୟ ମାନଙ୍କ ମିଳିତ ଉଦ୍ୟମରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଓୟୁଡବ୍ଲୁଜେ ସଙ୍ଘର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଲକ୍ଷ୍ମୀଚନ୍ଦ୍ର ଟାକିରୀ,ଓୟୁ ଡବ୍ଲୁଜେ ନବରଙ୍ଗପୁର ଶାଖାର ଜିଲ୍ଲା ସମ୍ପାଦକ ହରିହର ଶତପଥି, ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ ସାହୁ ପ୍ରମୁଖ ଯୋଗ ଦେଇ ଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିମଲ କୁମାର ବାରୋଇ,ବିଦ୍ୟାଳୟ ର ସଭାପତି ଓ ଗ୍ରାମର ଭଦ୍ରବ୍ୟକ୍ତି ମାନେ ଉପସ୍ଥିତ ରହିଥିଲେ |ବରେଣ୍ୟ ଅତିଥି ଗଣ ନିଜ ନିଜ ଅବିଭାଷଣରେ ବର୍ତମାନ ର ପୃଥିବୀ ଅବସ୍ଥା, ପରିବେଶ ଓ ବାତାବରଣ ସାଙ୍ଗକୁ ବୃକ୍ଷ ରୋପଣ ର ଆବଶ୍ୟକତା ଉପରେ ପ୍ରାଞ୍ଜଳ ଭାବେ ବୁଝେଇବା ସହିତ ଉପସ୍ଥିତ ସମସ୍ତ ସଦସ୍ୟ ଓ ଜନସାଧାରଣଙ୍କୁ ବୃକ୍ଷ ରୋପଣ କରିବା ସହିତ ତାର ଯତ୍ନ ନେବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ |ତତ ସହିତ, ସମସ୍ତେ ସାମ୍ବାଦିକତା କରିବା ସହିତ ସମାଜସେବାରେ ଜଡିତ ରହି ସମାଜର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ |ଏହି ଅବସରରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଖାତା, ପେନ, ପେନସିଲ ଓ ଚକଲେଟ ବଣ୍ଟନ କରାଯାଇଥିଲା |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User