ବିଦ୍ୟୁତ ଆଘାତରେ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ ।

Jul 22, 2025 - 20:46
0 584
ବିଦ୍ୟୁତ ଆଘାତରେ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ	।

ଡାବୁଗାଁ,୨୨l୭ (ଷ୍ଟାର ନିୟୁଜ ଓଡିଶା):  ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକର ଘୋଡାଖୁଣ୍ଟା ପଞ୍ଚାୟତ ଅଧୀନ ମୁଣ୍ଡାଗୁଡା ଛକ ନିକଟରେ ଏକ ଜମି ଭିତରେ ବିଦ୍ୟୁତ ଆଘାତରେ ଜଣେ ବିଦ୍ୟୁତ କର୍ମଚାରୀଙ୍କର ମଙ୍ଗଳବାର ମୃତ୍ୟୁ ଘଟିଛି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ଅଧୀନ ବୋରିଗାଁ ଗ୍ରାମର ରାମା ଭତ୍ରା (36) ଡାବୁଗାଁ ବିଦ୍ୟୁତ ବିଭାଗରେ ଟାଟା କମ୍ପାନୀ ଅଧୀନରେ କାର୍ଯ୍ୟ କରୁଥିଲେ | ମଙ୍ଗଳବାର ସକାଳେ ଅନ୍ୟ ଜଣେ ବିଦ୍ୟୁତ କର୍ମଚାରୀ ଧନସିଂ ଭତ୍ରା ଫୋନ କରି ରାମ ଭତ୍ରାଙ୍କୁ କାର୍ଯ୍ୟ କରିବାକୁ ଡ଼ାକିଥିଲେ | ପରେ ପୂର୍ବାହ୍ନ 10ଘଣ୍ଟା ସମୟରେ ରାମ ଯାଇ ମୁଣ୍ଡାଗୁଡା ଛକ ନିକଟରେ ଏକ ଜମି ଭିତରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ଚଢି କାମ କରୁଥିବା ବେଳେ ହଠାତ ବିଦ୍ୟୁତ ଆସି ଯିବାରୁ ରାମ ବିଦ୍ୟୁତ ଆଘାତ ପାଇ ଖୁଣ୍ଟ ଉପରୁ ତଳକୁ ଖସି ପଡିଥିଲେ | ଖୁଣ୍ଟ ଉପରୁ ଖସି ପଡିବାରୁ ରାମଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା | ଉକ୍ତ ଜମିରେ କାମ କରୁଥିବା ଲୋକେ ସଙ୍ଗେସଙ୍ଗେ ଗ୍ରାମକୁ ଖବର ଦେଇଥିଲେ | ଖବରପାଇ ରାମଙ୍କ ପରିବାର ଲୋକେ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ବା ପରେ ଥାନାକୁ ଖବର ଦେଇଥିଲେ | ଖବରପାଇ ଡାବୁଗାଁ ଥାନା ଏଏସଆଇ ଗୋପାଳକୃଷ୍ଣ ହାଲୱା ଘଟଣା ସ୍ଥଳରେ ପହଞ୍ଚି ରାମଙ୍କ ମୃତଦେହକୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ | ପରେ ଅପରାହ୍ନରେ ମୃତକର ସ୍ତ୍ରୀ କମଳଦେଇ ଭତ୍ରା ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନା ଏଏସଆଇ ଚନ୍ଦ୍ରଶେଖର ହଜାରୀ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ପାଞ୍ଚନାମା କରିଥିଲେ | ଆସନ୍ତାକାଲି ବୁଧବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି | ଏନେଇ ଡାବୁଗାଁ ଥାନାରେ କେସ ନଂ 21/25 ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 16
Angry Angry 0

Comments (0)

User