ବେକରେ ଦଉଡି ଦେଇ ମହିଳାଙ୍କ ଆତ୍ମହତ୍ୟା ।
ଝରିଗାଁ ,୩l୮(ଷ୍ଟାର ନିୟୁଜ ଓଡିଶା): ନିଜ ବେକରେ ଦଉଡି ଦେଇ ଜଣେ ମହିଳା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି |ସୂଚନା ପ୍ରକାରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବାନୁଆଗୁଡ଼ା ପଂଚାୟତ ସଦର ମହକୁମାର ପୁରେନ ମାଝୀଙ୍କ ସ୍ତ୍ରୀ ବାସନ୍ତୀ ମାଝୀ ନିଜ ବାପାଘର (ଦେଉଳକଣା )କୁ ତୋଳି ରୋପିବାକୁ ଯାଉଛି ବୋଲି ଗତକାଲି ସନ୍ଧ୍ୟା 4ଟା ବେଳେ ଘରୁ ବାହାରି ଯାଇଥିଲେ |ହେଲେ ଆଜି ସକାଳୁ ବାନୁଆଗୁଡ଼ା ଗ୍ରାମର କିଛି ମହିଳା ସକାଳୁ ଶୌଚ ହେବାକୁ ଯାଇ ଗ୍ରାମଠାରୁ ପ୍ରାୟ ଦେଢ କିଲୋମିଟର ଦୂର ଚାକୁଣ୍ଡା ପ୍ଲଟ ଭିତରେ ଥିବା ଏକ ଚାକୁଣ୍ଡା ଗଛରେ ଜଣେ ମହିଳା ଝୁଲି ପଡ଼ିଥିବା ଦେଖି ଗ୍ରାମରେ ଆସି କହିଥିଲେ |ପରେ ଯାଇ ଦେଖିଲା ବେଳକୁ ନିଜ ଗ୍ରାମର ପୁରେନ ମାଝୀଙ୍କ ସ୍ତ୍ରୀ ବାସନ୍ତୀ ମାଝୀ |ଏନେଇ ପୁରେନ ମାଝୀ ଝରିଗାଁ ଥାନାରେ ଏକ ଏତଲା ଦେବା ପରେ ଝରିଗାଁ ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠେଇଥିଲେ |ହେଲେ ଝରିଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ କୌଣସି ଡାକ୍ତର ଉପସ୍ଥିତ ନଥିବାରୁ ଶବକୁ ପୁଣି ଝରିଗାଁରୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା |ଶବ ବ୍ୟବଚ୍ଛେଦ ପରେ ପୋଲିସ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରିଥିବା ବେଳେ ଥାନାରେ କେସ ନମ୍ବର 24/25 ରେ ଏକ ମାମଲା ରୁଜୁ କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି | ଖବର ପ୍ରସାରଣ ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି |
ନବରଙ୍ଗପୁର ରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |
What's Your Reaction?
Like
0
Dislike
0
Love
0
Funny
1
Wow
0
Sad
0
Angry
0
Comments (0)