ଭବାନୀପାଟଣା ସରକାରୀ ଶୟଂଶାସିତ ମହାବିଦ୍ୟାଳୟକୁ ମାନ୍ୟତା ମିଳିଛି ସତ କିନ୍ତୁ ଏବେବି ଅନେକ ସମସ୍ୟା ଦେଖା ଦେଇଛି l

Aug 4, 2025 - 09:34
 0  4
ଭବାନୀପାଟଣା ସରକାରୀ ଶୟଂଶାସିତ ମହାବିଦ୍ୟାଳୟକୁ ମାନ୍ୟତା ମିଳିଛି ସତ କିନ୍ତୁ ଏବେବି ଅନେକ ସମସ୍ୟା ଦେଖା ଦେଇଛି l

ଭବାନୀପାଟଣା   ତା.୩/୮(ଷ୍ଟାର ନିୟୁଜ ଓଡିଶା )ସରକାରୀସ୍ଵୟଂଶାସିତ 
ମହାବିଦ୍ୟାଳୟ କୁ  ବିଶ୍ବବିଦ୍ୟାଳୟ ମାନ୍ୟତା ମିଳିଛି ସତ କିନ୍ତୁ ଏବେବି ଅନେକ ସମସ୍ୟା ରହିଛି ଭବାନୀପାଟଣାମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏକ ଛାତ୍ର ପ୍ରତିନିଧି ଦଳ ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୂଳପତି ଡଃ ନିବେଦିତା ନାଥଙ୍କ ଉଦ୍ଦେଶ୍ୟରେ କୂଳସଚିବ ଡଃ ଗୁଣନିଧି ନାଏକ ଓ ଉପ କୂଳସଚିବ ମେଜର ଡଃ ଜୟଦେବ ସାହୁଙ୍କୁ  ସାକ୍ଷାତ କରି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । କଲେଜ ଲାଇବ୍ରେରୀରେ ଆବଶ୍ୟକୀୟ ବହି ଉପଲବ୍ଧ କରାଇବା ସହ ଲାଇବ୍ରେରୀର ପାଠପଢ଼ାର ସମୟ ସୀମାକୁ ବୃଦ୍ଧି କରିବା, ବିଶ୍ବବିଦ୍ୟାଳୟ ପରିସରରେ ଏକ ଉପଭୋକ୍ତା ସମବାୟ ଷ୍ଟୋର ଏବଂ ଜେରକ୍ସ ସେଣ୍ଟର ଆରମ୍ଭ କରି ଛାତ୍ରଛାତ୍ରୀଙ୍କୁ ରିହାତି ମୂଲ୍ୟରେ ଷ୍ଟେସନାରୀ ସାମଗ୍ରୀ ଓ ପ୍ରିଣ୍ଟିଂ ଉପଲବ୍ଧ କରାଇବା, ସାଂସ୍କୃତିକ କ୍ଳବ୍ ଗଠନ କରି ଛାତ୍ରଛାତ୍ରୀଙ୍କୁ ନାଚ, ଗୀତ, ଅଭିନୟ , କଳା ଆଦିରେ ପ୍ରୋତ୍ସାହନ କରିବା , ସମସ୍ତ ବିଭାଗରେ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ପାଇଁ ପଦକ୍ଷେପ ନେବା, ଛାତ୍ର କମନ୍ ରୁମ ର ମରାମତି ଏବଂ ନୂତନ ଗୃହ ନିର୍ମାଣ ପାଇଁ ପଦକ୍ଷେପ ନେବା, ବିଶ୍ବବିଦ୍ୟାଳୟର ସମସ୍ତ ସ୍ଥାନରେ ମାଗଣା ଇଣ୍ଟରନେଟ ଯୋଗାଇବା, ବିଶ୍ବବିଦ୍ୟାଳୟ ପରିସରରେ ଏକ ଏଟିଏମ୍ ଖୋଲିବା ପାଇଁ ପଦକ୍ଷେପ ନେବା, ସମସ୍ତ ବିଭାଗକୁ ସ୍ମାର୍ଟ ବୋର୍ଡ଼ ଦେବା, ଶୌଚାଳୟର ସଠିକ୍ ରକ୍ଷଣାବେକ୍ଷଣ କରିବା, ବଂଶଧାରା ଛାତ୍ର ବାସ ସମ୍ମୁଖରେ ଅଣଛାତ୍ର ମାନେ ମଦ୍ୟପାନ କରୁଥିବା ଅଭିଯୋଗକୁ ଗୁରୁତ୍ବ ଦେଇ ତା ଉପରେ ପଦକ୍ଷେପ ନେବା, ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବିଶ୍ବବିଦ୍ୟାଳୟର ରାସ୍ତା ଓ ବିଭାଗ ପାଇଁ ମାନଚିତ୍ର ଲଗାଇବା, ବ୍ୟାୟାମଶାଳାର ପୁନଃଉଦ୍ଧାର ପାଇଁ ପଦକ୍ଷେପ ନେବା ପ୍ରଭୃତି ଦାବୀ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଛାତ୍ର ନେତା ଚୈତନ୍ୟ ବାଗଙ୍କ ନେତୃତ୍ବରେ ପ୍ରତିଭା ଜାଲ, ବିଭୁତି ମଲ୍ଲିକ, ଆଶିଷ ନାଏକ, ଆଶୁତୋଷ ପୁଜାରୀ, ମାନସ ସିନ୍ଦୂର, ପିନାକୀ ଆଚାର୍ଯ୍ୟ, ଚୈତନ୍ୟ ରଣା, ରୋହନ ମହାପାତ୍ର, ଆଦିତ୍ୟ ରାଉତ, ଆକାଶ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow