ଓଡ଼ିଶା ରାଜସ୍ବ ଅମଲା ସଙ୍ଘ ପକ୍ଷରୁ ଝରୀଗାଁ ବିଧାୟକଙ୍କୁ 10ଦଫା ବିଶିଷ୍ଟ ଦାବିପତ୍ର ପ୍ରଦାନ ।

ଝରିଗାଁ,୫l୮ (ଷ୍ଟାର ନିୟୁଜ ଓଡିଶା ): ଆଜି ଝରିଗାଁ ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବିଧାୟକ ନରସିଂ ଭତରାଙ୍କୁ ସାକ୍ଷାତ କରି ଓଡିଶା ରାଜସ୍ବ ଅମଳା ସଙ୍ଘର ସଦସ୍ୟ/ସଦସ୍ୟାମାନେ ଏକ 10ଦଫା ବିଶିଷ୍ଟ ଦାବିପତ୍ର ପ୍ରଦାନ କରିଛନ୍ତି |ଜିଲ୍ଲା ସ୍ତରରେ କାର୍ଯ୍ୟରତ ରାଜସ୍ବ ଅମଲା ମାନଙ୍କ ମୂଳ ଦରମା ଓଆରଏସପି 2017 ଅନୁଯାୟୀ ଲେବେଲ 9କୁ ବୃଦ୍ଧି କରିବା, ନୂତନ ପଦବୀ ସୃଷ୍ଟି କରିବା, କନିଷ୍ଠ ରାଜସ୍ବ ଅମଲା ମାନଙ୍କ ରେସିଡେନ୍ସି ପିରିୟୋଡ 6ବର୍ଷ ପରିବର୍ତ୍ତେ 4ବର୍ଷ କରିବା,ବରିଷ୍ଠ ରାଜସ୍ବ ସହାୟକ ଏବଂ ଏଏସଏସ ପଦବୀକୁ ଏକତ୍ରୀକରଣ କରାଯାଇ କେବଳ ଏଏସଓ ରଖିବା,କନିଷ୍ଠ ରାଜସ୍ବ ସହାୟକର 4ବର୍ଷ ରେସିଡେନ୍ସି ପିରିୟଡ଼ କରାଯିବା, ଏଏସଓ ପଦବୀକୁ ପଦୋନ୍ନତି ଦିଆଯିବା, ରାଜ୍ୟରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ ବାର୍ଷିକ 20ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବୀମା ଲାଗୁ କରାଯିବା,2020ମସିହାରେ ଲାଗୁ କରାଯାଇଥିବା ପୁନଃ ଥଇଥାନ ଯୋଜନାର ନିୟମାବଳୀକୁ ସମ୍ପୂର୍ଣ୍ଣ ଉଛେଦ କରାଯାଇ 1990ମସିହାରେ ଲାଗୁ କରାଯାଇଥିବା ନିୟମାବଳୀକୁ ପୁନଃ ପ୍ରଚଳନ କରାଯାଇ ମୃତ କର୍ମଚାରୀ ପରିବାରର ସଦସ୍ୟ /ସଦସ୍ୟାଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ପ୍ରଦାନ କରିବା,ଜିଲ୍ଲା ସ୍ତରରେ କାର୍ଯ୍ୟରତ ରାଜସ୍ବ କର୍ମଚାରୀ ମାନଙ୍କୁ ଓଡିଶା ରାଜସ୍ବ ସେବା ପଦବୀରେ 100ପ୍ରତିଶତ ପଦୋନ୍ନତି ପ୍ରଦାନ କରିବା,ତହସିଲ ରେ କାର୍ଯ୍ୟରତ ରାଜସ୍ବ ସହାୟକ ମାନଙ୍କୁ ଏଲଆରଏମଏସ ୟୁଜର ଆଇଡି ପ୍ରଦାନ କରିବା,ନୂତନ ଭାବେ ନିଯୁକ୍ତି ପାଉଥିବା ରାଜସ୍ବ ସହାୟକ ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରବେଶ କାଳୀନ ତାଲିମ ପ୍ରଦାନ କରାଯିବା,ନୂତନ ପେନସନ ଯୋଜନାକୁ ରଦ୍ଦ କରି ସମସ୍ତ କର୍ମଚାରୀ ମାନଙ୍କୁ ପୁରାତନ ପେନସନ ଯୋଜନାର ଅନ୍ତର୍ଭୁକ୍ତ କରିବା ଭଳି 10 ଦଫା ଦାବୀ ଉକ୍ତ ଦାବିପତ୍ରରେ ଉଲ୍ଲେଖ କରାଯାଇଛି |ଏହି ଦାବିପତ୍ର ପ୍ରଦାନ ସମୟରେ ସଙ୍ଘର କର୍ମକର୍ତା ଓ ସଦସ୍ୟ/ସଦସ୍ୟା ମାନଙ୍କ ମଧ୍ୟରେ ପ୍ରଦୀପ କୁମାର ରାୟ, ଦୁର୍ଲଭ ଗୌଡ଼, ବିବେକ ନାୟକ, ସଚ୍ଚିଦାନନ୍ଦ ମଲ୍ଲିକ, ଜ୍ୟୋତିପ୍ରଭା ମାଝୀ, ଅଭିଜିତ ମଣ୍ଡଳ, ଲକି ହରିଜନ, ଗୋପାଳ ବିଶ୍ୱାସ, ଅମିତ ନାୟକ, ସୁଦିପା ହଳଦାର, ଅଭିଷେକ ରାୟ, ଅଖିଳ ସାନ୍ତା, ତପନ ସେଠି ପ୍ରମୁଖ ଉପସ୍ଥିତ ରହିଥିଲେ |
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |
What's Your Reaction?






