ଝରିଗାଁ ନିର୍ବାଚନ ମଣ୍ଡଳୀର 4ଟି ଗ୍ରାମରେ ବିଧାୟକଙ୍କ ଉପସ୍ଥିତିରେ ଟ୍ରାନ୍ଫର ସ୍ଥାପିତ ।

Aug 05, 2025 - 18:05
Updated: 1 year ago
0 89
ଝରିଗାଁ ନିର୍ବାଚନ ମଣ୍ଡଳୀର 4ଟି ଗ୍ରାମରେ ବିଧାୟକଙ୍କ ଉପସ୍ଥିତିରେ ଟ୍ରାନ୍ଫର ସ୍ଥାପିତ ।

ଝରିଗାଁ,୫l୮ (ଷ୍ଟାର ନିୟୁଜ ଓଡିଶା ): ଝରିଗାଁ ନିର୍ବାଚନ ମଣ୍ଡଳୀର ଉପାନ୍ତ ଅଞ୍ଚଳ ଭାବେ ପରିଚିତ କଟନାପାଣି, ଦଶରୀକଚା, ଢେପୁ ଭଟ୍ଟା, ବନୁଗୁଡ଼ା, ଟିପାପାଣି ଓ ଜାମପାଣି ଗ୍ରାମରେ ଆଜି ବିଧାୟକଙ୍କ ଉପସ୍ଥିତିରେ ନୂତନ ଭାବେ ଟ୍ରାନ୍ସଫର ସ୍ଥାପିତ ହୋଇଯାଇଛି|ପ୍ରକାଶ ଥାଉକି, ଦୀର୍ଘ ବର୍ଷ ହେବ ଉପରୋକ୍ତ ଗ୍ରାମ ଗୁଡିକର ଜନସାଧାରଣ ବିଜୁଳି ଆଲୁଅରୁ ବଞ୍ଚିତ ରହି ନାନା ଦୁର୍ଦଶା ଭୋଗି ଆସୁଥିଲେ |ବିଧାୟକ ନରସିଂ ଭତରା ଏହି ଗ୍ରାମ ଗୁଡିକରେ ବସବାସ କରୁଥିବା ଜନସାଧାରଣ ମାନଙ୍କ ଦୁଃଖକୁ ହୃଦୟଙ୍ଗମ କରି ଗ୍ରାମ ଗୁଡିକୁ ବିଦ୍ୟୁତ ସଂଯୋଗ କରିଦେବା ସହିତ ଟ୍ରାନ୍ସଫର ବ୍ୟବସ୍ଥା କରିଦେବା ପରେ ସମସ୍ତ ଅଞ୍ଚଳବାସୀ ବେଶ ଖୁସି ହେବା ସହିତ ବିଧାୟକଙ୍କୁ ଧନ୍ୟବାଦ ଜାଣେଇଛନ୍ତି |ସମସ୍ତେ ବାଜା ବାଜଣା କରି ନାଚିଗାଇ ଏକ ବିରାଟ ଶୋଭାଯାତ୍ରାରେ ବିଧାୟକଙ୍କୁ ନିଜ ଗ୍ରାମକୁ ପାଛୋଟି ନେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିବା ଦେଖିବାକୁ ମିଳିଛି |ଏହି ଟ୍ରାନ୍ସଫର ଉଦ୍ଘାଟନ ସମୟରେ ଅନ୍ୟ ଦଳୀୟ ଓ ବିଭାଗୀୟ କର୍ମକର୍ତା ମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ସମାଜସେବୀ ପ୍ରଫୁଲ୍ଲ ପ୍ରଧାନୀ, ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ସୁଜିତ କୁମାର ପୃଷ୍ଟି ଓ ବିଦ୍ୟୁତ ବିଭାଗର ସମସ୍ତ କର୍ମଚାରୀ, ବିଜେପିର ବରିଷ୍ଠ ଓ କନିଷ୍ଠ କର୍ମକର୍ତା, ଗ୍ରାମର ଜନସାଧାରଣ ଉପସ୍ଥିତ ରହିଥିଲେ |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User