ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଇଁ ପ୍ରସ୍ତୁତି ବୈଠକ l

ଭବାନୀପାଟଣା ତା.୫/୮(ଷ୍ଟାର ନିୟୁଜ ଓଡିଶା ) ଭବାନୀପାଟଣା ସହର ଅନ୍ତର୍ଗତ ପୁରୁଣାପଡା ସ୍ଥିତ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ଠାରେ ପ୍ରତିବର୍ଷ ପରି ଚଳିତ ବର୍ଷ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ କୁ ଉତ୍ସବ ମୁଖର ଓ ଶୃଙ୍ଖଳାର ସହ ପାଳନ କରିବା ପାଇଁ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ମନ୍ଦିର ସମୂହ କମିଟି ସଭାପତି ଇନ୍ଦ୍ରଜିତ୍ ମହାଖୁଡ ଅଧ୍ୟକ୍ଷତା କରିଥିଲେ l ମନ୍ଦିରର ସକ୍ରିୟ ସଦସ୍ୟ ମାନେ ନିଜ ନିଜ ସୁଚିନ୍ତିତ ମତାମତ ଦେଇ ଥିଲେ l ମୁଖ୍ୟତଃ ସହର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ରାଧାକୃଷ୍ଣ ମନ୍ଦିର ଗୁଡିକ ମଧ୍ୟରେ ପୁରୁଣା ପଡା ରାଧାକୃଷ୍ଣ ମନ୍ଦିର ଠାରେ ଭକ୍ତଙ୍କ ଭିଡ଼ ମାତ୍ରାଧିକ ହୋଇଥାଏ l ଏହି ଭିଡକୁ ନିୟନ୍ତ୍ରଣ କରିବା ନିମନ୍ତେ ଟ୍ରାଫିକ୍ ବ୍ୟବସ୍ଥାକୁ ବିଶେଷ ଗୁରୁତ୍ଵ ଦିଆ ଯାଇଥିଲା l ଆସନ୍ତା ୧୬ ତାରିଖ ନନ୍ଦ ଉତ୍ସବରେ ପ୍ରଭୁଙ୍କ ବିମାନ ମନ୍ଦିରରୁ ବାହାରି ତଳ ପଡା ଦେଇ ଶବର ପଡା, ଓ ମୁଖ୍ଯ ରାସ୍ତା ଦେଇ ମନ୍ଦିର ପ୍ରତ୍ୟାବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି ସନ୍ଧ୍ୟାରେ ପ୍ରବଚନ କାର୍ଯ୍ଯକ୍ରମ ର ବ୍ୟବସ୍ଥା କରାଯାଇଛି l ବଲାଙ୍ଗୀର ଜିଲ୍ଲାର ଦିଗସରା ଗ୍ରାମର ପ୍ରବଚକ ତରଣୀସେନ ବେହେରା ପ୍ରବଚନ ଦେବାର କାର୍ଯ୍ୟକ୍ରମ ରହିଛି l ଆଲୋକ ସାହୁ, ବିକାଶ ପ୍ରଧାନ, ବେଣୁଧର ପ୍ରଧାନ, ଚନ୍ଦ୍ର ଶେଖର ଡାକୁଆ, କାଳୀ ପ୍ରସାଦ ଡାକୁଆ, ତ୍ରିଭୁବନ ଡାକୁଆ, ସିନ୍ଧୁ ଡାକୁଆ, ବରିଷ୍ଠ ସାମ୍ବାଦିକ ସନ୍ତୋଷ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l ପରୀକ୍ଷିତ ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ l
What's Your Reaction?






