ଜଳବାୟୁ ପରିବର୍ତ୍ତନର ପ୍ରଭାବ | ଝରିଗାଁ ବ୍ଲକରେ ବର୍ଷା ଉଭାନ ଚାଷ କାମ ଠପ ।

Aug 06, 2025 - 20:08
0 116
ଜଳବାୟୁ ପରିବର୍ତ୍ତନର ପ୍ରଭାବ | ଝରିଗାଁ ବ୍ଲକରେ ବର୍ଷା ଉଭାନ ଚାଷ କାମ ଠପ ।

ଝରିଗାଁ,୬l୮(ଷ୍ଟାର ନିୟୁଜ ଓଡିଶା ):ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ଗତ ଆଠ ଦିନ ହେଲା ବର୍ଷା ଉଭାନ ହୋଇ ଯାଇଛି।ପ୍ରଶାସନ ପକ୍ଷରୁ ଜଳ ସେଚନ ସୁବିଧା ଯୋଗାଇ ଦିଆଯାଇ ନଥିବା ବେଳେ ଏଠାକାର ଚାଷୀ ମାନେ ବର୍ଷା ଉପରେ ନିର୍ଭର କରି ଆସୁଛନ୍ତି।ତେବେ ଗତ ଆଠ ଦିନ ହେବ ଝରିଗାଁ ବ୍ଲକରେ ବର୍ଷା ହୋଇନଥିବା ଯୋଗୁଁ ଚାଷ କାମ ଏକ ପ୍ରକାର ଠଫ ହୋଇଯାଇଛି।ଚଳିତ ବର୍ଷ ଝରିଗାଁ ବ୍ଳକରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଧାନ ଚାଷୀ ମାନଙ୍କୁ ଧାନ ଚାଷ ଆରମ୍ଭରୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି।ଚଳିତ ବର୍ଷ ଝରିଗାଁ ବ୍ଳକରେ ଆବଶ୍ୟକ ଅନୁଯାୟୀ ବର୍ଷା ହୋଇ ନଥିବା ଯୋଗୁଁ ଜୁନ ଜୁଲାଇ ମାସରେ ସ୍ଥାନୀୟ ଚାଷୀ ମାନେ ତଳି ଉପାଡ଼ି ନପାରି ରୁଆ ଏବଂ ବେଉଷଣ କାମ ସଠିକ ସମୟରେ କରିପାରିନଥିଲେ।ଅଗଷ୍ଟ ମାସରେ ଝରିଗାଁ ବ୍ଲକରେ ବର୍ଷା ହୋଇ ନଥିବା ଯୋଗୁଁ ଚାଷ କାମ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି।ଝରିଗାଁ ବ୍ଳକରେ ଯେଉଁ ଚାଷୀ ମାନେ ଧାନ ରୁଆ କରିବା ପାଇଁ ଧାନ ତଳି ପକେଇ ଥଲେ ସେମାନଙ୍କ ମଧ୍ୟରୁ କିଛି ଚାଷୀଙ୍କ ତଳି ପାକଳ ହୋଇ ଯାଇଥିବା ଦେଖିବାକୁ ମିଳିଛି।ବର୍ଷା ଅଭାବ ଯୋଗୁଁ ଧାନ ଜମିରେ ରୁଆ କାମ ହୋଇ ପାରୁନାହିଁ।ସେହିପରି ବର୍ଷା ଅଭାବ ଯୋଗୁଁ ଢେଫ ଧାନ ଜମି ଗୁଡିକ ପାଣି ଅଭାବ ଯୋଗୁଁ ଫାଟି ଆଁ କରିବା ସହ ଧାନ ଗଛ ଗୁଡିକ ଝାଉଁଳି ଗଲାଣି।ଆଉ କିଛି ଦିନ ବର୍ଷା ନହେଲେ ଖାଲ ଧାନ ଜମିରେ ହୋଇ ଥିବା ଧାନ ଚାଷ ଉପରେ ମଧ୍ୟ ପ୍ରଭାବ ପଡିବ ବୋଲି ଆଶଙ୍କା କରୁଛନ୍ତି ଚାଷୀ।ଝରିଗାଁ ବ୍ଳକରେ ୮୩୬୧ ହେକ୍ଟର ଜମିରେ ଧାନ ଚାଷ ହେବାକୁ ଥିବା ବେଳେ ୧୭୬୨ ହେକ୍ଟର ଜମିରେ ଧାନ ବୁଣା ହେଉଥିବା ବେଳେ ୬୫୯୯ ହେକ୍ଟର ଜମିରେ ଧାନ ରୁଆ ହେବ ବୋଲି ସୂଚନା ମିଳିଛି।ସେହିପରି ୪୯୦୦ ହେକ୍ଟର ଖାଲ ଜମିରେ ଧାନ ଚାଷ ହୋଇ ଥିବା ବେଳେ ୩୪୬୧ ହେକ୍ଟର ଢେଫ ଜମିରେ ଧାନ ଚାଷ ହୋଇଥିବା ସୂଚନା ମିଳିଛି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User