ଧର୍ମଗଡ଼ ସବଡ଼ିଭିଜନ ରେ ନୂତନ ଉପ ଜିଲ୍ଲାପାଳ ଭାବରେ ଯୋଗଦାନ କଲେ IAS ପ୍ରେକ୍ଷ୍ୟା ଅଗ୍ରୱାଲ l

Aug 06, 2025 - 21:17
0 72
ଧର୍ମଗଡ଼ ସବଡ଼ିଭିଜନ ରେ ନୂତନ ଉପ ଜିଲ୍ଲାପାଳ ଭାବରେ ଯୋଗଦାନ କଲେ IAS ପ୍ରେକ୍ଷ୍ୟା ଅଗ୍ରୱାଲ l

ଭବାନୀପାଟଣା ତା.୬/୮(ଷ୍ଟାର ନିୟୁଜ ଓଡିଶା )କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ସବଡିଭିଜନରେ ନୂତନ ଭାବରେ ଯୋଗ ଦେଇଥିବା ସବ୍ କଲେକ୍ଟର ମାଡାମ ପ୍ରେକ୍ଷା ଅଗ୍ରୱାଲ IAS ଙ୍କୁ ଆଜି ତାଙ୍କ କାର୍ଯ୍ୟାଳୟରେ ସାମ୍ବାଦିକ ବନ୍ଧୁ ସମୂହ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣେଇଥିଲେ । ସମ୍ପ୍ରତି ତାଙ୍କର ଦ୍ୱିତୀୟ ପର୍ଯ୍ୟାୟ IAS ତାଲିମ ସମାପ୍ତ ହେବାପରେ ତାଙ୍କୁ ରାଜ୍ୟ ସରକାର ଧର୍ମଗଡ଼ରେ ସବ୍ କଲେକ୍ଟର ଭାବରେ ନିଯୁକ୍ତି ଦେଇଥିଲେ। ସେ 2022 ମସିହାରେ UPSC ସିଭିଲ୍ ସର୍ଭିସ୍ ପରୀକ୍ଷାରେ 30 ତମ ସ୍ଥାନ ହାସଲ ମ୍ୟାଡ଼ାମ ପ୍ରେକ୍ଷ୍ୟା ଅଗ୍ରୱାଲ। ସେ 2018 ମସିହାରେ ଭୋପାଳର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଇଲେକ୍ଟ୍ରୋନିକ୍ସ ଏବଂ କମ୍ୟୁନିକେସନ୍ ଇଞ୍ଜିନିୟରିଂରେ ବି.ଟେକ୍ ପାସ୍ କରିଥିଲେ। UPSC ପରୀକ୍ଷାରେ ଭୂଗୋଳ କୁ ଇଚ୍ଛାଧୀନ ବିଷୟ ରଖି ସେ ତାଙ୍କର ଚତୁର୍ଥ ପ୍ରୟାସ ରେ 30 ତମ ସ୍ଥାନ ହାସଲ କରିଥିଲେ । 
ସବ୍ କଲେକ୍ଟର ଭାବରେ ଯୋଗଦାନ କରିବା ପରେ ସେ ସୁଶାସନ ମଡେଲ୍ ଏବଂ ସରକାରୀ ନୀତିଗୁଡ଼ିକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବା ସହିତ ସ୍ଥାନୀୟ ସମସ୍ୟାର ସମାଧାନ କରିବାକୁ ପ୍ରୟାସ କରିବେ ବୋଲି କହିଥିଲେ। ସେ ସମସ୍ତଙ୍କ ସହଯୋଗ କାମନା କରି ଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User