ସ୍ୱାମୀ ସ୍ତ୍ରୀଙ୍କ ଆତ୍ମହତ୍ୟା |କାରଣ ଅସ୍ପଷ୍ଟ |

ଝରିଗାଁ,୫l୮ (ଷ୍ଟାର ନିୟୁଜ ଓଡିଶା ): ଗୋଟିଏ ରାତ୍ରିରେ ଗୋଟେ ପରିବାରର ଦୁହେଁ ସ୍ୱାମୀ ସ୍ତ୍ରୀ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି |ସ୍ତ୍ରୀ ଘର ଭିତରେ ଏକ ଓଢଣୀ ସାହାଯ୍ୟରେ ଆତ୍ମହତ୍ୟା କରିଥିବା ବେଳେ ସ୍ୱାମୀ ଘର ପଛପଟ ଏକ ତେନ୍ତୁଳି ଗଛରେ ସ୍ତ୍ରୀ ର ଏକ ଶାଢ଼ୀ ସାହାଯ୍ୟରେ ଆତ୍ମହତ୍ୟା କରିଛି |ଆତ୍ମହତ୍ୟା ର କାରଣ କିନ୍ତୁ ଅସ୍ପଷ୍ଟ |ଏଭଳି ଏକ ଦୁଖଦଃ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଧୋଡ୍ରା ପଂଚାୟତ ଅନ୍ତର୍ଗତ ସାନ ଭିମାଗୁଡ଼ା ଗ୍ରାମରେ |ମୃତକ ସୁତମ ଭତ୍ରାଙ୍କ ବଡଭାଇ ମଙ୍ଗଳୁ ଭତରାଙ୍କ ବୟାନ ପ୍ରକାରେ,ଗତକାଲି ରାତିରେ ତାଙ୍କ ସାନ ଭାଇ ସୁତମ ଭତରା (32)ଓ ଭାଇବୋହୁ ଫୁଲମଣି ଭତରା (27) ଖିଆପିଆ ସାରି ସୋଇପଡ଼ିଥିଲେ |ହେଲେ ଆଜି ସକାଳୁ ସେ ନିଦରୁ ଉଠି ଦୁହେଁ ଆତ୍ମହତ୍ୟା କରିଥିବା ଜାଣିବାକୁ ପାଇଥିଲେ |ଏନେଇ ମୃତକଙ୍କ ବଡଭାଇ ମଙ୍ଗଳୁ ଭତରା ଉମରକୋଟ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ଉମରକୋଟ ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠେଇ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରି ଘଟଣାର ତଦନ୍ତ କରୁଥିବା ଜଣାପଡିଛି |ଖବର ପ୍ରସାରଣ ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି |
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |
What's Your Reaction?






