ବିସ୍ମୟକର ଶିଶୁ କନ୍ଯାର ବାଲ୍ୟ ପ୍ରତିଭା.

Aug 05, 2025 - 16:17
0 193
ବିସ୍ମୟକର ଶିଶୁ କନ୍ଯାର ବାଲ୍ୟ ପ୍ରତିଭା.

ବାନୀପାଟଣା ୫/୮( ଷ୍ଟାର ନିୟୁଜ ଓଡିଶା )ଭବାନୀପାଟଣା ସହର ଅନ୍ତର୍ଗତ ନକଟିଗୁଡା ରେ ରହୁଥିବା ଛୋଟ ଶିଶୁ କନ୍ଯାର ବିସ୍ମୟକର ବାଲ୍ୟ ପ୍ରତିଭା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି. ଶିଶୁ ର ନାମ ସ୍ବୟଂ ଶ୍ରୀ ନାୟକ ବୟସ ମାତ୍ର ଦୁଇ ବର୍ଷ ତିନି ମାସ. ପିତା ଗୌରୀ ଶଙ୍କର ନାୟକ, ମାତା ପଦ୍ମିନୀ ପାତ୍ର. ତାଙ୍କ ର ନିଜ ଜନ୍ମିତ ସ୍ଥାନ ଗଞ୍ଜାମ ଜିଲା କରା ଖଣ୍ଡି ଗ୍ରାମରେ. କୁନି ଶିଶୁ ର ଅବିଶ୍ବସନୀୟ ସ୍ମରଣଶକ୍ତି ସମ୍ପନ୍ନ. ଏତେ କମ ବୟସରୁ ସ୍ପଷ୍ଟ ଭାବେ ମନେ ରଖି କହି ପାରୁଛନ୍ତି ଏବଂ ଜିନିଷ ପତ୍ର ଚିହ୍ନି ପାରୁଛି. ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରି ପାରନ୍ତି. ସେ ମନେ ରଖି ପାରୁଥିବା ତାଲିକାଟି ହେଲା ଉଭୟ ଓଡିଆ ଓ ଇଂରାଜୀ ଗଣନା, ଉଭୟ ଭାଷାରେ ସାତ ବାରର ନାମ. ବାର ମାସର ନାମ, ଛଅ ରୁତୁ ର ନାମ, ବିଭିନ୍ନ ଆକୃତି ଓ ରଙ୍ଗ ର ନାମ, ହିନ୍ଦୀ ଓ ଇଂରାଜୀ ଭାଷାରେ ସମାନ ଶବ୍ଦ ଉଚ୍ଚାରଣ, ବନ୍ଯ ଓ ଗୃହ ପାଳିତ ପଶୁ ପକ୍ଷୀ ଙ୍କ ନାମ, ବିଭିନ୍ନ ପନିପରିବା ର ନାମ, ଜିଲା ଗୁଡିକର ନାମ, ବିଭିନ୍ନ କ୍ରିୟା ଗୁଡିକର ନାମ, ବିଭିନ୍ନ ଫୁଲ ଓ ଫଳ ର ନାମ, ଶରୀର ର ଅଙ୍ଗ ପ୍ରତ୍ୟଙ୍ଗ, ଯାନ ବାହାନର ନାମ, ଇଂରାଜୀ ଅକ୍ଷରରେ ବିଭିନ୍ନ ଶବ୍ଦ, ବିଭିନ୍ନ ମନ୍ତ୍ର ଉଚ୍ଚାରଣ, ବିଭିନ୍ନ ବୃତ୍ତିର ନାମ, ସାଧାରଣ ଜ୍ଞାନ, ଜାତୀୟ ସଂକେତ, ଜାତୀୟ ସଙ୍ଗୀତ ର କିଛି ଅଂଶ, ବିଭିନ୍ନ ସରୀସୃପ ର ନାମ ମନେ ରଖିପାରିଛି. ମନେ ରଖିବା ସହ ସଙ୍ଗୀତ ଶୁଣିଲେ ହାତ ପାଦ ହଲେଇ ନାଚିବା ଆରମ୍ଭ କରନ୍ତି. ଏହା ସତରେ ଏକ ଆଶ୍ଚର୍ଯ୍ୟଜନକ ଲାଗେ.

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 3
Dislike Dislike 0
Love Love 2
Funny Funny 0
Wow Wow 6
Sad Sad 0
Angry Angry 0

Comments (0)

User