ସ୍ୱାଧୀନତା ଦିବସ ଉପଲକ୍ଷେ କେସିଙ୍ଗା NAC ପକ୍ଷରୁ ପ୍ରସ୍ତୁତି ବୈଠକ l

Aug 05, 2025 - 16:14
0 31
ସ୍ୱାଧୀନତା ଦିବସ ଉପଲକ୍ଷେ କେସିଙ୍ଗା NAC ପକ୍ଷରୁ ପ୍ରସ୍ତୁତି ବୈଠକ l

କେସିଙ୍ଗା,୪ା୮(ଷ୍ଟାର ନିୟୁଜ ଓଡିଶା):  କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସି ପକ୍ଷରୁ ଆସନ୍ତା ୧୫ ତାରିଖରେ ପାଳନ ହେବାକୁ ଥିବା ସ୍ବାଧୀନତା ଦିବସ ପାଇଁ ସୋମବାର ପ୍ରସ୍ତୁତି ବୈଠକ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ନୃପରାଜ ଯାଦବ ଏଥିରେ ସଭାପତିତ୍ୱ କରିଥିଲେ। କିଭଳି ସୁରୁଖୁରୁରେ ଏହି ଦିବସ ପାଳନ କରାଯିବ ସେ ନେଇ ବିଷଦ ଭାବେ ଆଲୋଚନା କରାଯାଇଥିଲା। ଆୟବ୍ୟୟ, ମଞ୍ଚ, ଲାଇଟ, ମାଇକ୍‌ସେଟ, ଟେଣ୍ଟ ଆଦି ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ସହରର ସମସ୍ତ ଘରୋଇ ସ୍କୁଲ, କଲେଜ ଛାତ୍ରୀଛାତ୍ର କିଭଳି ବହୁ ସଂଖ୍ୟାରେ ଅଂଶଗ୍ରହଣ କରିବେ ସେ ନେଇ ସିଟିଜେନ କମିଟି ସଦସ୍ୟଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି।ଏ ବୈଠକରେ ଏନ୍‌ଏସି ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାରୀୟ, ଉପାଧ୍ୟକ୍ଷା ସରସ୍ବତୀ ସାହାଙ୍କ ସମେତ ସମସ୍ତ କାଉନସିଲର, ସିଟିଜେନ କମିଟି ସଦସ୍ୟ ଅଂଶଗ୍ରହଣ କରିଥିଲେl
 କେସିଙ୍ଗା ରୁ ସୁଜୟ ନଙ୍ଗାଳତି ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User