ଓଡ଼ିଶା ରାଜସ୍ୱ ଅମଲା ସଂଘର ଆନ୍ଦୋଳନ ନିଷ୍ପତି ଓଡିଶା ରାଜସ୍ବ ଅମଲା ସଂଘ ଆନ୍ଦୋଳନ ର ଆଜି ଅଷ୍ଟମ ଦିନ ରେ

କଳାହାଣ୍ଡି/ ଆଜି ଭବାନୀପାଟଣା ତା:୧୮/୮(ଷ୍ଟାର ନିୟୁଜ ଓଡିଶା )ରିଖରେ ଓଡ଼ିଶା ରାଜସ୍ୱ ଅମଲା ସଂଘର ତା : ୧୩.୦୭.୨୦୨୫ ରିଖ ର ଏକ ଗୁରୁତ୍ବପୁର୍ଣ ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ନିଷ୍ପତି ଅନୁସାରେ ଗତ ୧୧ ଅଗଷ୍ଟ ୨୦୨୫ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ରେ ଯୋଗଦେଇଛନ୍ତି | ଆଜି ଅଷ୍ଟମ ଦିନ ମଧ୍ୟ ଓଡିଶା ରାଜସ୍ବ ଅମଲା ସଂଘ କଳାହାଣ୍ଡି ଶାଖା ସାମୁହିକ ଛୁଟିରେ ଅଛନ୍ତି | ରାଜସ୍ୱ ଅମଲା ମାନଙ୍କର ସାମୁହିକ ଛୁଟିରେ ଥିବା ଯୋଗୁଁ କଳାହାଣ୍ଡି ଜ଼ିଲ୍ଲାର ସମସ୍ତ ରାଜସ୍ୱ ବିଭାଗୀୟ କାର୍ଯ୍ଯାଳୟ ଗୁଡିକ ଖାଲି ପଡି ରହିଅଛି | ଏହାଦ୍ୱାରା ବିଭିନ୍ନ କାର୍ଯ୍ୟରେ ଆସୁଥିବା ଜନସାଧାରଣ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଆଜି ଅଷ୍ଟମ ଦିନରେ ଓଡିଶା ରାଜସ୍ୱ ଅମଲା ମାନେ ଜ଼ିଲ୍ଲା ଅମଲା ଭବନ ଠାରେ ଏକତ୍ରିତ ହୋଇ ଏକ ପ୍ରତିବାଦ ସଭା ଆୟୋଜନ କରିଥିଲେ ଓ ଏଠାରେ ପ୍ରାୟ 300 ଜଣ ଯୋଗଦେଇଥିଲେ |
ରାଜ୍ୟ ସରକାର ଦାବି ପୂରଣ କରି ବିଜ୍ଞପ୍ତି ପ୍ରକାଶ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ତ୍ରିପତି ବାଲାଜୀ ସାହୁ, ସଭାପତି ଓଡିଶା ରାଜସ୍ୱ ଅମଲା ସଂଘ, ପ୍ରସନ୍ନ କୁମାର ନାୟକ, Action council ଚେୟାରମ୍ଯାନ, ସୁରେନ୍ଦ୍ର ବାବୁ, ରାଜ୍ୟ ଉପସଭାପତି, ପ୍ରଭାତ ମଲ୍ଲିକ, ସଭାପତି, ବଲାଙ୍ଗିର ଜିଲ୍ଲା ସଭାପତି, ରତିକାନ୍ତ ପୁରୋହିତ, ସମ୍ପାଦକ ବଲାଙ୍ଗିର ଶାଖା, ଜ୍ୟୋତି ରଞ୍ଜନ ଦାନୀ, ସଭାପତି, ସୋନପୁର ଜିଲ୍ଲା ସଭାପତି, ନୀଳାମ୍ବର ଶତପଥୀ, ଅଧ୍ୟକ୍ଷ ସୋନପୁର ଜିଲ୍ଲା, ମନୋଜ କୁମାର ବାରିକ କୋରାପୁଟ, କୈଳାଶ ଚନ୍ଦ୍ର ଦାସ, ଦାକ୍ଷିଣାଞ୍ଚଳ ଜୋନ୍ ସଭାପତି, l
କଳାହାଣ୍ଡି ଜ଼ିଲ୍ଲା ରାଜସ୍ୱ ଅମଲା ସଂଘର ଉପ-ସଭାପତି ନୀଳକଣ୍ଠ ଗଉଡ, ସମ୍ପାଦକ ଆଶୁତୋଷ ମିଶ୍ର, କୋଷାଧ୍ୟକ୍ଷ ଅଜିତ ସାହୁ ପ୍ରକାଶ କରିଛନ୍ତି | ଜ଼ିଲ୍ଲା ଅମଲା ଭବନଠାରେ ଭବାନୀପାଟଣା ଓ ଧର୍ମଗଡ ଉପଖଣ୍ଡ ର ଶତାଧିକ କର୍ମଚାରୀ ଉପସ୍ଥିତ ରହିଥିଲେ | ଉପସ୍ଥିତ ଥିବା ଅନ୍ୟ କର୍ମଚାରୀ ହେଲେ ସୁନୀଲ କାନୁନଗୋ, ଲକ୍ଷ୍ମୀ ନାରାୟଣ ପୃଷ୍ଟି , କାଶୀନାଥ ଦଣ୍ଡସେନା, ବିଷ୍ଣୁ ଚରଣ ପାତ୍ର, ଅଜିତ କୁମାର ସାହୁ, ସୁଦୀପ୍ତ ରଞ୍ଜନ ସିଂ, ଚିନ୍ମୟୀ ଠାକୁର , ଲେଖାରାମ ଗହୀର, ଆଶୁତୋଷ ପଣ୍ଡା, ଚିତ୍ତରଞ୍ଜନ କର, ବିନାୟକ ବିଶ୍ୱାଳ ଓ ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ରହିଥିଲେ l
୯ ଦଫା ଦାବି ଗୁଡିକ ମଧ୍ୟରେ ମୁଖ୍ୟତଃ, ଜିଲ୍ଲା ସ୍ତରୀୟ କାର୍ଯ୍ୟରତ ରାଜସ୍ୱ ଅମଲା ମାନଙ୍କ ମୂଳ ଦରମା ORSP-୨୦୧୭ ନିୟମ ଅନୁଯାଇ ଲେବେଲ- ୯ କୁ ବୃଦ୍ଧି କରାଯାଉ | ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ଅଭିଯୋଗ ବିଭାଗର ପତ୍ର ସଂଖ୍ୟା :- ୮୮୯୮ ତାରିଖ – ୧୫-୦୩-୨୦୨୪ ଅନୁଯାୟୀ ସମସ୍ତ ଜିଲ୍ଲାପାଳ ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ତଥ୍ୟ କୁ ଆଧାର କରି ନୂତନ ପଦବୀ ସୃଷ୍ଟି ଓ ପଦବୀ ପୁନର୍ଗଠନ କରାଯାଉ | ଏଥିସହ ଗତ 28 ଜୁଲାଇ 2025 ରେ ଜାରି ହୋଇଥିବା ଓଡିଶା ରାଜସ୍ୱ ସେବା (ସଂଶୋଧନ ) 2025 ନିୟମରେ ରାଜସ୍ବ ଅମଲା ମାନଙ୍କର ଓଡିଶା ରାଜସ୍ୱ ସେବାରେ ପଦୋନ୍ନତି ସମ୍ଭାବନା ବହୁତ କମଥିବାରୁ ରାଜସ୍ୱ ଅମଲା ମାନେ ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିଛନ୍ତି | ନୂତନ ପେନସନ ଯୋଜନା କୁ ରଦ୍ଦ କରି ସମସ୍ତ ସରକାରୀ କର୍ମଚାରୀ ଙ୍କୁ ପୁରାତନ ପେନସନ ଯୋଜନା ରେ ଅନ୍ତର୍ଭୁକ୍ତ କରାଯାଉ |
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା
What's Your Reaction?






