ପ୍ରାକୃତିକ ଶୋଭାରେ ପରିପୂର୍ଣ ଗୁର୍ଜିମୁଣ୍ଡା ମାଁ ଯୋଗମାୟା ଶକ୍ତି ପୀଠ

Aug 19, 2025 - 09:42
 0  8
ପ୍ରାକୃତିକ ଶୋଭାରେ ପରିପୂର୍ଣ ଗୁର୍ଜିମୁଣ୍ଡା ମାଁ ଯୋଗମାୟା ଶକ୍ତି ପୀଠ

କଳାହାଣ୍ଡି ଜିଲ୍ଲା ୧୮/୮(ଷ୍ଟାର ନିୟୁଜ ଓଡିଶା )କେସିଙ୍ଗା ବ୍ଲକ୍ କୁଣ୍ଡାବନ୍ଧ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୁର୍ଜିମୁଣ୍ଡା ଠାରେ ପ୍ରାକୃତିକ ଶୋଭାରେ ପରିପୂର୍ଣ  ମାଁ ଯୋଗମାୟା ଶକ୍ତି ପୀଠ କଳାହାଣ୍ଡି ଜିଲ୍ଲାର ବେଶ୍ ବହୁ ପ୍ରସାରିତ ଶକ୍ତି ପୀଠ ଭାବରେ ଗଣନା କରାଯାଏ। ଏହି ସ୍ଥାନଟି କେସିଙ୍ଗା ରୁ ୧୨ କିମି ଓ ଭବାନୀ ପାଟଣା ସହର ଠାରୁ ୩୨ କିମି ଦୂରରେ ଅବସ୍ଥିତ। ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ି ସହଜ ଓ ସୁବିଧାରେ ଯିବା ଆସିବା ରାସ୍ତା ଅଛି।ଓଡ଼ିଶା ବ୍ୟତୀତ ପଡୋଶୀ ରାଜ୍ୟ ଛତିଶ ଗଡ଼ ଓ ଆନ୍ଦ୍ର ପ୍ରଦେଶ ତଥା କଳାହାଣ୍ଡି ଜିଲ୍ଲା ବ୍ୟତିତ ପଡ଼ୋଶୀ ଜିଲ୍ଲା ମାନଙ୍କରୁ ବର୍ଷ ସାରା ଭକ୍ତ ଶ୍ରଦ୍ଧାଳୁ ଓ ପ୍ରକୃତିପ୍ରେମୀ ପ୍ରତିଦିନ ଶତାଧିକ ଲୋକଙ୍କ ସମାଗମ ହୋଇ ଥାଏ। ଏଠାରେ ପ୍ରତିଦିନ ସକାଳୁ  ମାଁ ଯୋଗମାୟା, ପାତାଲେଶ୍ୱର୍  ମହାପ୍ରଭୁ ଓ ହନୁମାନଙ୍କ ପୂଜାର୍ଚ୍ଚନା କରାଯାଇଥାଏ । ଦିନ  ବାର ଘଣ୍ଟା ସମୟରେ ପାତାଲେଶ୍ୱର୍ ଙ୍କ ଘଣ୍ଟ, ମୃଦଙ୍ଗ ବାଦ୍ୟର ତାଳେ ତାଳେ ମନ୍ଦିର ବେଢ଼ା ପରିକ୍ରମା ବେଶ୍ ଭକ୍ତି ମୟ ପରିବେଶ ସୃଷ୍ଟି କରିଥାଏ, ତାପରେ ମାଁ ଯୋଗମାୟାଙ୍କ  ଭୋଗ ଲାଗି କରାଯାଇଥାଏ। ମନ୍ଦିର ପରିସର ମଧ୍ୟରେ ଥିବା ଅଖଣ୍ଡ ଜ୍ୟୋତି ଯାହା ଚୈତ୍ର ମାସ ୨୦୧୩ ମସିହାରୁ ଦିବାରାତ୍ର  ପ୍ରଜ୍ବଳିତ, ଭକ୍ତ ଓ ଶ୍ରଦ୍ଧାଳୁ ଅଖଣ୍ଡ ଜ୍ୟୋତି ପାଇଁ ଘିଅ ଦାନ କରୁଛନ୍ତି।କାମ ଧେନୁ ଗାଈ ସହିତ  ଅନ୍ୟ ପାର୍ଶ୍ୱ ଦେବା ଦେବୀ  ମନ୍ଦିର ଚାରି ପଟେ ଉପବେଷ୍ଟନ କରି ପୂଜା ପାଉଛନ୍ତି। ସମସ୍ତ ଦେବା ଦେବୀଙ୍କୁ ଦର୍ଶନ କରି ଶ୍ରଦ୍ଧାଳୁ ବେଶ ଆନ୍ଦନ ଅନୁଭବ କରନ୍ତି । ଏଠାରେ ବାର ମାସରେ ତେର ପର୍ବ ପାଳିତ ହେବା ମଧ୍ୟରେ ମୁଖ୍ୟ ପର୍ବ ପର୍ବାଣୀ ଭାବରେ ସୋମବାର ପୂଜା,ମକର ସଂକ୍ରାନ୍ତି, ମହାଶିବରାତ୍ରି ଜାଗର ଯାତ୍ରା, ଚଣ୍ଡୀ ପୂଜା ବୋଲବମ୍ ,  ଦଶହରା ଯାତ୍ରା ବହୁ ଆଡମ୍ବର ସହକାରେ ପାଳିତ ହେବା ସହ ମାନସିକ ପୂଜା,ଜଳାଭିଷେକ ପ୍ରମୁଖ କାର୍ଯ୍ୟ ମଧ୍ୟ କରା ଯାଇଥାଏ।ମୁଖ୍ୟ ମନ୍ଦିର ପ୍ରବେଶ ପଥ ପୂର୍ବ ଦିଗରେ ଶିଶୁ ପ୍ରମୋଦ ଉଦ୍ୟାନ ମଧ୍ୟ ବେଶ୍ ଚିତ୍ତାକର୍ଷକ ହୋଇଥିବାରୁ ଛୋଟ ବଡ଼ ସମସ୍ତଙ୍କୁ ଆକର୍ଷିତ କରିଥାଏ ତଥା ବେଶ ଉପଭୋଗ କରୁଥିବାର୍ ଦେଖିବାକୁ ମିଳେ। ମୁଖ୍ୟ ମନ୍ଦିର ଠାରୁ ପାଖାପାଖି ଏକ କିଲୋମିଟର ଉତ୍ତର ଦିଗକୁ ଗଲେ ଦେଖିବାକୁ ମିଳେ ଦେବ ଗୁମ୍ଫା।ଦେବ ଗୁମ୍ଫା ରେ ପୂଜା ପାଆନ୍ତି ମହାଦେବ ଶିବ, ଗୁମ୍ଫା ଭିତରେ ଥିବା ଶିବ ଲିଙ୍ଗ ପ୍ରତିବର୍ଷ କିଛି ପରିମାଣରେ ବଢେ ,ସାଢେ଼ ତିନି ଫୁଟ୍ ରୁ ବଢି ବର୍ତ୍ତମାନ ୧୩ ଫୁଟ୍ ହୋଇଛି ବୋଲି ପୂଜକ ମତବ୍ୟକ୍ତ କରିଥିଲେ। ଦେବଗୁମ୍ଫା କୁ ଯିବା ପାଇଁ ଭଲ ରାସ୍ତା ନ ଥିବାରୁ ଯିବା ଆସିବା ପାଇଁ ଅସୁବିଧା ସମ୍ମୁଖୀନ ହେବାକୁ ପଡୁଛି ତଥା ଗୁମ୍ଫା ଉପରକୁ ଯିବା ପାଇଁ ପାହାଚର ଆବଶ୍ୟକତା ରହିଛି। ମାଁ ଯୋଗମାୟା ପୀଠକୁ ଯିବା ଆସିବା କରିବା ପାଇଁ ଗମନା ଗମନ ର ବ୍ୟବସ୍ଥାର ଆବଶ୍ୟକତା ରହିଛି।ସେଥି ପ୍ରତି ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ସ୍ଵତନ୍ତ୍ର ଦୃଷ୍ଟି ଦେଲେ ଏହି ସ୍ଥାନଟି ଏକ ଭଲ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଓଡ଼ିଶା ଓ ଭାରତ ମାନଚିତ୍ରରେ ସ୍ଥାନ ପାଇ ପାରନ୍ତା।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow