ରକ୍ତ ଦାନ, ମହତ ଦାନ ଯୁବ ସ୍ବାଭିମାନ ଦିବସ ଅବସରରେ ସମ୍ବାଦ-ଆମ ଓଡ଼ିଶା ଓ କଳାହାଣ୍ଡି ଜିଏନ୍ଏମ୍ କଲେଜ ଅଫ୍ ନସିଂର ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଭବାନୀପାଟଣାରେ ୬୨ ୟୁନିଟ୍ ସଂଗ୍ରହ

ଭବାନୀପାଟଣା, ତା.୧୯/୮( ଷ୍ଟାର ନିୟୁଜ ଓଡିଶା): ସମ୍ବାଦ- ଆମ ଓଡ଼ିଶା ଓ କଳାହାଣ୍ଡିଜିଏନ୍ଏମ୍ କଲେଜ ଅଫ୍ ନସିଂର ମିଳିତ ଆନୁକୂଲ୍ୟରେ ଯୁବ ସ୍ବାଭିମାନ ଦିବସ ଅବସରରେ ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ନସିଂ କଲେଜ ପରିସରରେ ସ୍ବେଚ୍ଛାକୃତ ରକ୍ତଦାନ ଅନୁଷ୍ଠିତ ହୋଇଥିଲା । କଳାହାଣ୍ଡି ଜିଏନ୍ଏମ୍ କଲେଜ ଅଫ୍ ନସିଂର ପରିଚାଳନା ନିର୍ଦ୍ଦେଶକ ଜ୍ୟୋତ୍ସ୍ନାମଞ୍ଜରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ ମୁଖ୍ୟ ଅତିଥି, ସିଡିଏମଓ ଡା. ନିହାରେନ୍ଦ୍ର ପଣ୍ଡା ମୁଖ୍ୟବକ୍ତା, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ଅବକାରୀ ଅଧୀକ୍ଷକ ରଞ୍ଜନ ନାୟକ, ଏନ୍ଆରଏଚ୍ଏମ୍ ଡିପିଏମ୍ ଦିଲୀପ ଦୁବେ ଓ ଯୁବ ଆଇନଜୀବୀ ନିହାର ରଞ୍ଜନ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | ‘ସମ୍ବାଦ’ ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର କୁମାର ବିଶି ପ୍ରାରମ୍ଭିକ ସୂଚନା ଓ ଧନ୍ୟବାଦ ଦେଇଥିଲେ । ନସିଂ କଲେଜ ଅଧ୍ୟକ୍ଷା ଅମ୍ରିତା ସିଂ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ନିଜ ଜନ୍ମଦିନରେ ଶୈଳେଶ କୁମାର ପ୍ରଥମେ ରକ୍ତଦାନ କରିଥିଲେ ମୋଟ୍ ୬୨ ଜଣ ସ୍ବେଚ୍ଛାକୃତ ରକ୍ତଦାନ କରିଥିଲେ। କାର୍ଯ୍ୟକ୍ରମକୁ ଭବାନୀପାଟଣା ରକ୍ତଭଣ୍ଡାରର ଡା. ଅନୁରାଗ ଦାସ, ଡା. ସୁଶୀଲ ସାମନ୍ତରାୟ, ଲାବ୍ ଟେକ୍ନିସିଆନ ଅଜିତ ନାଏକ, ଡମ୍ବରୁଧର ସାହୁ, ଭାସ୍କର ପ୍ରଧାନ, ଜଂଜିର ପ୍ରସାଦ ବାଗ, ଚତୁର୍ଭୁଜ ଦୁବେ ପ୍ରମୁଖ ପରିଚାଳନା କରିଥିଲେ।
କାର୍ଯ୍ୟକ୍ରମରେ ଭବାନୀପାଟଣା ସ୍ବାଗତ ଆଇ- ଆଇଟିଆଇର ଅଧ୍ୟକ୍ଷା ପ୍ରୀତି ପଟ୍ଟନାୟକ, ଆଶିଷ ମହାପାତ୍ର, ଗୁପ୍ତେଶ୍ବରୀ ମାଝୀ, ଉତ୍କଲ ହର
ପାଲ, ବିକ୍ରମ ନାୟକ, ସୁଦୀପ ଗାଇନ, ଆକାଶ ତାଣ୍ଡି, ବିକାଶ ପଣ୍ଡା, କିରଣ ଆଚାର୍ଯ୍ୟ, ଅଞ୍ଜଳି ପାଢ଼ୀ, ଟିନ କୁନା ସୁନା, ଅମଲେଶ ମେହେର, ବାସନ୍ତୀ ସାହୁ, ଅଶୋକ ମିଶ୍ର, ଭବାନୀ ବନ୍ଦୀଛୋଡ, ପଦ୍ମା ପାନ, ନରହରି ପଟ୍ଟନାୟକ,
ସେଲ୍ଫ ପଏଣ୍ଟ ଓ ପାପୁଲି ଇଂପ୍ରେସନ୍ ପଏଣ୍ଟ ମୁଖ୍ୟ ଆକର୍ଷଣ ସନ୍ତୋଷ ବିଶି ପ୍ରମୁଖ ସହଯୋଗ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ବାରା ରକ୍ତଦାନ କାର୍ଯ୍ୟକ୍ରମକୁ ଆହୁରି ଆକର୍ଷଣ କରିବା କରିବା ପାଇଁ ସେଲପି ପଏଣ୍ଟ ଓ ପାପୁଲି ଇଂପ୍ରେସନ ପଏଣ୍ଡ କରାଯାଇଥିଲା। ବର୍ଷା ସତ୍ତ୍ବେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରକ୍ତଦାନ ପାଇଁ ଉତ୍ସାହ ଦେଖାଯାଇଥିଲା ରକ୍ତଦାତା ଜୀବନଦାତା: ଶୈଳେଶ କୁମାର ଜ୍ୟୋତ୍ସ୍ନାମଞ୍ଜରୀ ମିଶ୍ର, ସୀମରନ ସୁଧା ପରିଡ଼ା, ସ୍ମୃତିଶ୍ରୀ ବଳ, ନିହାର ରଞ୍ଜନ ମିଶ୍ର, ପ୍ରିୟଦର୍ଶିନୀ ମିଶ୍ର, ଆକାଶ ତାଣ୍ଡି, ଶ୍ରୀତିପ୍ରଜ୍ଞା ସୁଲି, ଦୁଲ୍ଲବୀ ଗହୀର, ତେଜେଶ୍ଵର ଆଚାରୀ, ଚନ୍ଦ୍ରକାନ୍ତି ତାଣ୍ଡି, ମଧୁସ୍ମିତା ବେହେରା, ସଞ୍ଜୀବ ଦୁର୍ଗା, ଋତିପଣ୍ଡା ପତି, ସତୀଶ ବେହେରା, ପ୍ରଣତି ବେହେରା, ଶ୍ରୁତିଶୁକ୍ଳା ସାହୁ, କବିତା ସାହୁ, ନମିତା ପାଲ, ଅନନ୍ୟା ପାଣିଗ୍ରାହୀ, ଧନଜାଲକ୍ଷ୍ମୀ ସା, ରଶ୍ମିତା ପୁଟଲ, ବିଜନ ଦାସ, ଭେଙ୍କଟେଶ୍ଵରୀ କରୁଆ, ମାମୁନି ବାଗ, ବାଗ, ତପସ୍ବିନୀ ପଣ୍ଡା, ଶର୍ମିଷ୍ଠା ପ୍ରିୟଦର୍ଶିନୀ ସାହୁ, ମୁକେଶ ରଞ୍ଜନ ବାଗ, ଅଓଳି ଭୋଇ, ଅଂଶୁମାନ ସା, ଭବାନୀ ବନ୍ଦୀଛୋଡ, କ୍ଷିତୀଶ ଛତ୍ରୀଆ, ଆଦିତ୍ୟ ପଣ୍ଡା, କମଳେଶ ପ୍ରସାଦ ଭୋଇ, ବଳଭଦ୍ର ନାୟକ, କୀର୍ତ୍ତି ସୁନାବଂଶ, ଅଭିଜିତା ମିଶ୍ର, ମୋନାଲି ମିଶ୍ର, ସୁନନ୍ଦା ସା, ସରୋଜିନୀ ସ୍ବାଇଁ, ନିକୁବତୀ ଯାନୀ, ଅମଲେଶ ମେହେର, ଉତ୍କଳ ହରପାଳ, ବିକାଶ ପଣ୍ଡା, ସାଗରିକା ସା, ଟିନକୁନ ସୁନା, କଳାହାଣ୍ଡି ବ୍ୟାଡମିଣ୍ଟନ ଆସୋସିଏସନ ସଭାପତି ପ୍ରଦୀପ ଦାସ, ପ୍ରିୟଙ୍କା ବିଶି, ଯଶସ୍ବିନୀ ସାହୁ, ସାଗରିକା ଗୌଡ଼, ପୂଜା ରାଉତ, ସୁଦୀପ ଗାଇନ ଉପସ୍ଥିତ ଥିଲେ l
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା
What's Your Reaction?






