ନବ ନିଯୁକ୍ତ ଜିଲ୍ଲା ବିଜେଡି ସଭାପତି ତଥା ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କୁ ଆଜି କଳାହାଣ୍ଡି ଜିଲ୍ଲା ବିଜେଡି ପକ୍ଷରୁ ସ୍ଥାନୀୟ ଟାଉନ ହଲ ଠାରେ ସମ୍ବର୍ଦ୍ଧନା ଦିଆଯାଇଛି।

ଭବାନୀପାଟଣା. ତା. ୫/୯(ଷ୍ଟାର ନିୟୁଜ ଓଡିଶା )କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତିଙ୍କୁ ସ୍ବାଗତ ଓ ସମ୍ବର୍ଦ୍ଧନା ଦେବା ପାଇଁ ଆଜି ବିଜେଡି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ଜିଲ୍ଲା ବିଜେଡି ସଭାପତିଙ୍କୁ ଭବ୍ୟ ସ୍ବାଗତ ପାଇଁ ବିଜୁ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ରେଲୱେ ଷ୍ଟେସନ ଛକ ଠାରୁ ଏକ ବିଶାଳ ବାଇକ ରେଲି ବାହାରି ଭବାନୀପାଟଣା ସହର ପରିକ୍ରମା କରି ମାଁ ମାଣିକେଶ୍ଵରୀ ମନ୍ଦିର ନିକଟରେ ପହଞ୍ଚିଥିଲା । ମାଁ ମାଣିକେଶ୍ଵରୀ ମନ୍ଦିର ଠାରୁ ଏକ ଶୋଭାଯାତ୍ରାରେ ବାହାରି ସମସ୍ତ ନେତୃମଣ୍ଡଳୀ ଟାଉନ ସଭାରେ ଯୋଗଦେଇଥିଲେ। ଟାଉନ ହଲ ଠାରେ ଆୟୋଜିତ ସ୍ବାଗତ ଓ ସମ୍ବର୍ଦ୍ଧନା ସଭାରେ ସମସ୍ତ ବ୍ଳକ, ଏନଏସି, ମ୍ୟୁନିସିପାଲଟି ଏବଂ ବିଭିନ୍ନ ଛାମୁଆ ସଂଗଠନ କର୍ମକର୍ତ୍ତା ତରଫରୁ ଜିଲ୍ଲା ସଭାପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପୂର୍ବତନ ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହ ଦେଓ, ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ନର୍ଲା ବିଧାୟକ ମନୋରମା ମହାନ୍ତି, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାସ, ମହୋଦଧି ବାଗ, ନଗରପାଳ ବିଷ୍ଣୁ ପ୍ରଧାନ, ମହିଳା ସଭାନେତ୍ରୀ ଲଳିତା ନାଏକ, ଜିଲ୍ଲା ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ବରିଷ୍ଠ ବିଜେଡି ନେତା ଭବାନୀ ଶଙ୍କର ମିଶ୍ର, ଜିତେନ୍ଦ୍ର ମହାନ୍ତି, ପ୍ରଦୀପ ମୁଣ୍ଡ, ବିସିସି ବ୍ୟାଙ୍କ ସଭାପତି ଗିରୀଶ ଚନ୍ଦ୍ର ବେହେରା, ଜିତେନ୍ଦ୍ର ନାରାୟଣ ସିଂହଦେଓ, ବିଜେଡି ନେତା ଟିକେଲାଲ ସାହୁ, ଜାକୀର ହୁସେନ, ଦୁର୍ଗା ପ୍ରସାଦ ମହାନ୍ତି, ନୃପରାଜ ଯାଦବ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୁଧିରା ମେହେର ,ସାରଦା ପ୍ରସନ୍ନ ସ୍ବାଇଁ, ଥବୀର ସାହୁ, ଆଇନଜୀବୀ ମୀନା ସାହାଣୀ, ପୂର୍ବତନ ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା, ସବିତା ପ୍ରଧାନ, କଲ୍ୟାଣୀ ନାଏକ, ମନିଷା ମିଶ୍ର , ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ରାଜ୍ୟ ଯୁବ ବରିଷ୍ଠ ଉପ ସଭାପତି ମଣ୍ଟୁ ନାଏକ, ଜୋନ ସଭାପତି ମନିନ୍ଦ୍ର ମହାନ୍ତି , ପ୍ରଶାନ୍ତ ନାଏକ, ଧବଳେଶ୍ଵର ମହାପାତ୍ର, ସାମନ୍ତ ଖମାରୀ, ଜିଲ୍ଲା ଛାତ୍ର ବିଜେଡି ସଭାପତି ଅଜିତ ସାହୁ, ମାଣିକ୍ୟ ନାଏକ, ବଦ୍ରିନାରାୟଣ ପଟ୍ଟନାୟକ, ପରମାନନ୍ଦ ମାଝୀ, ପିତବାସ ବେହେରା, ଶିବା ସାହୁ, ଅମିତ ଯାଦବ, ଅବଦୁଲ କାଦୀର ପ୍ରମୁଖ ଉଦବୋଧନ ଦେଇଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା
What's Your Reaction?






