କଲମ ଆଞ୍ଚଳିକ ଯାଦବ ସମିତି ପକ୍ଷରୁ ନୂଆଁଖାଇ ଭେଟଘାଟ।

Sep 05, 2025 - 19:43
0 23
କଲମ ଆଞ୍ଚଳିକ ଯାଦବ ସମିତି ପକ୍ଷରୁ ନୂଆଁଖାଇ ଭେଟଘାଟ।

କଳାହାଣ୍ଡି ୦୫/୯/:(ଷ୍ଟାର ନିୟୁଜ ଓଡିଶା )ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ପବିତ୍ର ନୂଆଁଖାଇ ଅବସରରେ କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ  କଲମ ଆଞ୍ଚଳିକ ଯାଦବ ସମିତି ପକ୍ଷରୁ ଆଜି କଲମ ଆଞ୍ଚଳିକ ଯାଦବ ସମିତି ସଭାପତି ବଳିଷ୍ଟ ଜୁଆଡ ଙ୍କ ସଭାପତିତ୍ବରେ କଲମ ବଜାର ପଡିଆ ଠାରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଦର ବ୍ଲକ ଯାଦବ ସମିତିର ସଭାପତି ଲିଙ୍ଗରାଜ ଗହିର, ମୁଖ୍ୟବକ୍ତା ଭାବେ ଶ୍ରୀମତୀ କମଳିନୀ ଯାଦବ,ସମ୍ମାନିତ ଅତିଥି ଭାବେ ଜିଲ୍ଲା ଯାଦବ ମହାସଭା କୋଷାଧ୍ୟକ୍ଷ ତୁଳମଣି ନାଗ, ସଦର ସମ୍ପାଦକ କୀର୍ତ୍ତି ଚନ୍ଦ୍ର ଗଉଡ, ସମାଜବାଦି ପାର୍ଟି କଳାହାଣ୍ଡି ଜିଲ୍ଲା ସଭାପତି ଜଗଦିଶ ଯାଦବ ମଞ୍ଚଷିନ ହୋଇ କି ଭଳିଭବରେ କଲମ ଆଞ୍ଚଳିକ ଯାଦବ ସମିତି ସୁଦୃଢ ହେବ ଓ କଲମ ଆଞ୍ଚଳିକ ଯାଦବ ଛାତ୍ର ଛାତ୍ରୀ ମାନେ  ଶିକ୍ଷାର ଉନ୍ନତି କରିବେ  ତାହା ବକ୍ତବ୍ୟ ରଖିଥିବା ବେଳେ । ଆଞ୍ଚଳି ଯାଦବ ସମିତି ଉପ ସଭାପତି ରୁଦ୍ରମଣି ନାଗ ମଞ୍ଚ ପରିଚାଳନା କରିଥିଲେ। ଉକ୍ତ ସଭାରେ ଶତାଧିକ ମହିଳା ଓ ପୁରୁଷ  ଉପସ୍ଥିତ ରହି ନୂଆ ଚୁଡ଼ା ପ୍ରଭୂ ଶ୍ରୀକୃଷ୍ଣ ଙ୍କ ପାଦ ଚରଣରେ ପୂଜାର୍ଚ୍ଚନା କରି ନୂଆ ଚୁଡ଼ା କୁ  କୁରେ ପତ୍ରରେ ପ୍ରସାଦ ସେବନ କରି  ଜୁହାର ଭେଟ ହୋଇଥିଲେ। ପରି ଶେଷରେ ଜମେଶ୍ୱର  ନାଗ ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ  ଆଞ୍ଚଳିକ ଯାଦବ ସମିତି ସାଧାରଣ ସମ୍ପାଦକ ହେମ ସାଗର ବାଗ, କୋଷାଧ୍ୟକ୍ଷ ସୁବାସ ବିଶି, ସହ ସମ୍ପାଦକ ତୀର୍ଥ ବାସି ଚଲାନ ଓ ଯାଦବ କର୍ମକର୍ତ୍ତା ମାନେ ସହଯୋଗ କରି ସଫଳ କରିଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User