ସ୍ଵାମୀ ଙ୍କ ମାଡ଼ରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ କରିଛନ୍ତି ମୃତଙ୍କ ଭାଇ।

ଝରିଗାଁ,୧୮l୮ (ଷ୍ଟାର ନିୟୁଜ ଓଡିଶା ): ବୃଦ୍ଧାକାଳେ ସ୍ଵାମୀ ନିର୍ଯାତନା ଓ ମାଡ ମାରିବା ଘଟଣାରେ ବୃଦ୍ଧା ମହିଳାଙ୍କ ମୃତ୍ୟୁ ଅଭିଯୋଗ ଆଣିଛନ୍ତି ମୃତା ବୃଦ୍ଧା ମହିଳାଙ୍କ ଭାଇ। ମୃତ ବୃଦ୍ଧା ମହିଳା ଜଣକ ହେଲେ ଝରିଗାଁ ଥାନା ଅଧୀନ ତେଲନଦୀ ପଞ୍ଚାୟତର ଲମି ଦୋରା ( ଢେପଗୁଡ଼ା) ଗ୍ରାମର ପୁଦେ ଶାନ୍ତା (୬୧) ପିତା ସମରା ଶାନ୍ତାଙ୍କ ଝିଅ। ଉକ୍ତ ଗ୍ରାମର ସମ୍ବା ଶାନ୍ତାଙ୍କ ପୁଅ ସିଉ ଶାନ୍ତା (୬୫)ଙ୍କୁ ବିବାହ କରିଥିଲେ।ଏତଲା ପ୍ରକାରେ ସ୍ଵାମୀ ଶିଉ ଶାନ୍ତା ସ୍ତ୍ରୀ ପୁଦେ ଶାନ୍ତାଙ୍କୁ ଅକାରଣରେ ସବୁବେଳେ ପାଟିତୁଣ୍ଡ ଝଗଡା କରିବା ସହ ମାରପିଟ୍ କରୁଥିଲେ। ମାସେ ତଳେ ମାରପିଟ୍ କରିବାରୁ ପୁଦେ ଶାନ୍ତାଙ୍କ ବାମ ଗୋଡ଼ ଭାଙ୍ଗିଯାଇଥିବା ମୃତ ବୃଦ୍ଧାଙ୍କ ଭାଇ ସନ୍ୟା ଶାନ୍ତା ଲିଖିତ ଏତଲାରେ ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ଗାଁରେ ଭଦ୍ରବ୍ୟକ୍ତିଙ୍କୁ ନେଇ ଏକ ବୈଠକ କରାଯାଇଥିଲା। ସିଊ ଶାନ୍ତାଙ୍କୁ ଏପରି ଭବିଷ୍ୟତରେ ଗଣ୍ଡଗୋଳ ନକରିବାକୁ ବୁଝା ଯାଇଥିଲା।ଗତ ୧୭ ଅଗଷ୍ଟ ରବିବାର ଦିନ ଅପରାହ୍ନ ପ୍ରାୟ ୫ ଘଣ୍ଟା ସମୟରେ ସିଉ ଶାନ୍ତା ପୁନଃ ଝଗଡା କରି ମାରପିଟ୍ କରିଥିଲେ। ଏହି ସମୟରେ ପଡୋଶୀ ଘର ତପନ ଶାନ୍ତା ପାଟିତୁଣ୍ଡ ଶୁଣି ଘଟଣା ସ୍ଥଳରେ ପହଞ୍ଚି ଛଡ଼ାଛଡ଼ି କରି ଭାଇ ଶନ୍ୟା ଶାନ୍ତାଙ୍କୁ ଖବର ଦେଇଥିଲେ। ପରେ ଆଜି ଭୋର ସକାଳେ ଭଉଣୀ ଘର ଠାରୁ ଦୁଇ ସହ ମିଟର ଦୂରରେ ରହିଥିବା ଭାଇ ସନ୍ୟା ଶାନ୍ତା ପୋଡ଼ଶି ଘର ଇନ୍ଦ୍ର ଶାନ୍ତା,ସୁବାସ ଶାନ୍ତା,ରଞ୍ଜନ ଶାନ୍ତା ଙ୍କୁ ଧରି ଭଉଣୀ ପୂଦେ ଶାନ୍ତାଙ୍କ ମୃତ୍ୟୁବରଣ କରିଥିବା ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଏନେଇ ଆଜି ସକାଳେ ସନ୍ୟା ଶାନ୍ତା ଝରିଗାଁ ଥାନାରେ ଏତଲା ଦେଇଥିଲେ। ଥାନା ଅଧିକାରୀ ପ୍ରଦୀପ କୁମାର ଶବରଙ୍କ ନେତୃତ୍ୱରେ ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ କେସ ନଂ ୧୩୬ under section ଅଣ୍ଡର ସେକ୍ସନ (୧୦୩) ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିବା ବେଳେ ଘଟଣାର ତଦନ୍ତ ପ୍ରକ୍ରିୟା ଜାରି ରହିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୁଚନା ଦେଇଛି। ଅନ୍ୟପକ୍ଷେ ଅଭିଯୁକ୍ତ ସ୍ଵାମୀକୁ ପୋଲିସ ଧରି ଜେରା କରୁଛି।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।
What's Your Reaction?






