କେବେ ମିଳିବ ମାନସିକ ବିକୃତ ଯୁବତୀଙ୍କୁ ସରକାରୀ ଭତ୍ତା ?

ଝରିଗାଁ,୨l୬(ଷ୍ଟାର ନିୟୁଜ ଓଡିଶା ): ସବୁ ଯୋଗ୍ୟତା ଥାଇ ମଧ୍ୟ ଝରିଗାଁ ବ୍ଲକ ଦାଇତ୍ୱରେ ଥିବା କର୍ମଚାରୀଙ୍କ ଅବହେଳା ଯୋଗୁଁ ଜଣେ ମାନସିକ ବିକୃତ ଯୁବତୀ ସରକାରଙ୍କ ଯୋଜନାରେ ସାମିଲ ହୋଇ ନପାରି ଭତ୍ତା ପାଇବାରୁ ବଞ୍ଚିତ ଥିବା ଜଣାପଡିଛି।ଝରିଗାଁ ବ୍ଲକ ପାଲିଆ ପଂଚାୟତ ଅନ୍ତର୍ଗତ ବଡ଼ନୀ ଗ୍ରାମରେ ଏଭଳି ଅଭିଯୋଗ ହୋଇଛି।ସୂଚନା ପ୍ରକରେ ବଡ଼ନୀ ଗ୍ରାମର ସ୍ୱର୍ଗତ ଚୈତନ୍ୟ ମେହେରଙ୍କ 15 ବର୍ଷର ଝିଅ କାଞ୍ଚିଲତା ମେହେର ଜନ୍ମରୁ ମାନସିକ ବିକୃତ।ମାନସିକ ବିକୃତ ନେଇ ତାଙ୍କ ନିକଟରେ ପ୍ରମାଣ ପତ୍ର ରହିଥିବା ବେଳେ ଭତ୍ତା ପାଇଁ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଆବେଦନ କରିଥିଲେ।କିନ୍ତୁ ଆଜି ପର୍ଯ୍ୟନ୍ତ ଭତ୍ତା ମିଳିନଥିବା ପରିବାର ଲୋକ ଅଭଯୋଗ କରିଛନ୍ତି।ପ୍ରଶାସନ ତୁରନ୍ତ ଭତ୍ତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।ଏଠାରେ ପ୍ରକାଶ ଯେ, ବଡନୀ ଗ୍ରାମରେ ଚୈତନ୍ୟ ଏକ ଦୋକାନ କରି ପରିବାର ଚଳାଇ ଆସୁଥିଲେ।2021 ମସିହାରେ କୋଭିଡ ଆକ୍ରାନ୍ତରେ ଚୈତନ୍ୟଙ୍କ ଦେହାନ୍ତ ହୋଇଯାଇଥିଲା।ପରେ ସ୍ତ୍ରୀ ଖେମେନ୍ଦ୍ରୀ ଉପରେ ତିନି ପୁଅ ଓ ଏକ ମାତ୍ର ମାନସିକ ବିକୃତ ଝିଅର ବୋଝ ପଡିଥିଲା।ବର୍ତ୍ତମାନ ତିନି ପୁଅ ପାଠ ପଢୁ ଥିବା ବେଳେ ମାନସିକ ବିକୃତ ଝିଅ ଘରେ ହିଁ ରହୁଛି।ମାଆ ଖେମେନ୍ଦ୍ରୀ କୁଲି କାମ କରି ଯାହା ରୋଜରାଗ କରେ ସେଥିଲେ ପରିବାର ପ୍ରତିପୋଷଣ କରୁଛନ୍ତି।ସେ ମଧ୍ୟ ପରିବାର କଲ୍ୟାଣ ଯୋଜନା ଓ କୋଭିଡ ସହାୟତାରୁ ଆଜି ଯାଏ ବଞ୍ଚିତ ଥିବା ଅଭିଯୋଗ କରିଛନ୍ତି |ତେଣୁ ପ୍ରଶାସନ ମାନସିକ ବିକୃତ ଝିଅକୁ ଭତ୍ତା ଯୋଗେଇ ଦେବା ସହିତ କ୍ଷେମେନ୍ଦ୍ରିକୁ ମଧ୍ୟ କୋଭିଡ ସହାୟତା ଓ ପରିବାର କଲ୍ୟାଣ ଯୋଜନା ରେ ସାମିଲ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି |
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |
What's Your Reaction?






