କନ୍ଧମାଳ ଛାତ୍ର ନେତା ରୁଦ୍ର ପ୍ରସାଦ ଏବିଭିପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ।

Dec 01, 2025 - 12:33
0 14
କନ୍ଧମାଳ ଛାତ୍ର ନେତା ରୁଦ୍ର ପ୍ରସାଦ ଏବିଭିପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ।

ଫିରିଙ୍ଗିଆ,୧l୧୨(ଷ୍ଟାର ନିୟୁଜ):ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ୭୧ ତମ ରାଷ୍ଟ୍ରୀୟ ଅଧିବେଶନ ଦେବଭୂମି ଉତ୍ତରାଖଣ୍ଡ ଦେରାଡୁନ ଠାରେ ଗତ ୨୮.୨୯ ଓ ୩୦ ତାରିଖରେ ଅନୁଷ୍ଠିତ ହୋଇଛି ଏହି ଅଧିବେଶନରେ ଉଦଘାଟନ ରେ ଇସୋର ର ପୂର୍ବ ତନ ଅଧ୍ୟକ୍ଷ ଶ୍ରୀ ଏସ୍ ସୋମୋନାଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ସମଗ୍ର ଭାରତ ରୁ ୧୫୦୦ ଉଦ୍ଧ କାର୍ଯ୍ୟକର୍ତ୍ତା ଏହି ଅଧିବେଶନରେ ପ୍ରତିନିଧି କରିବା ସହ ଓଡ଼ିଶା ରୁ ୩୦ ଉଦ୍ଧ କାର୍ଯ୍ୟକର୍ତ୍ତା ପ୍ରତିନିଧି ଉପସ୍ଥିତ ଥିଲେ ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ନବନିର୍ବାଚିତ ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରଫେସର ରଘୁରାଜ କିଶୋର ତିୱାରୀ ଜୀ ଆଗାମୀ ଶିକ୍ଷା ବର୍ଷ ୨୦୨୫/୨୬ ନିମନ୍ତେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଘୋଷଣା କରିଥିଲେ କନ୍ଧମାଳ ଜିଲ୍ଲା ଯୁବ ଛାତ୍ର ନେତା ଶ୍ରୀମାନ ରୁଦ୍ର ପ୍ରସାଦ ସେଠୀ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ସେ ବର୍ତ୍ତମାନ ଗଂଜାମ ବିଭାଗ ସଂଯୋଜକ ଓ ଓଡ଼ିଶା ପୂର୍ବ ପ୍ରାନ୍ତ ର ସିଡିଡି ସଂଯୋଜକ ଭାବେ ଦାୟିତ୍ଵ ନିର୍ବାହ କରୁଛନ୍ତି ଛାତ୍ର ଜୀବନରୁ ଉପଯୁକ୍ତ ଶିକ୍ଷା ଓ ଛାତୀ ସୁରକ୍ଷା ନିମନ୍ତେ ରୁଦ୍ର ଅନେକ ଆନ୍ଦୋଳନ ଏବଂ ଛାତ୍ର ବିକାଶ କାର୍ଯ୍ୟକ୍ରମ ନେତୃତ୍ୱ ନେଇଛନ୍ତି ଏହି ରୁଦ୍ର ପ୍ରସାଦ ସେଠୀ ଏହି ଦାଇତ୍ୱ ପାଇବା ପରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କନ୍ଧମାଳ ଜିଲ୍ଲା ସମସ୍ତ କାର୍ଯ୍ୟକର୍ତ୍ତା ଓ ପୂରାତନ କାର୍ଯ୍ୟକର୍ତ୍ତା ଶୁଭେଚ୍ଛା ଜଣାଇବା ସହ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି ପରେ କନ୍ଧମାଳ ଜିଲ୍ଲା ସହ ପ୍ରମୁଖ ସୋମୀୟ ରଂଜନ ଦାକୁଆ ଓ ସହ ସଂଯୋଜକ ଶୁଭମ୍ ଜ୍ୟୋତି ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User