ଝରିଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଏଡ୍ସ ଦିବସ ପାଳିତ ।

Dec 1, 2025 - 15:50
 0  67
ଝରିଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଏଡ୍ସ ଦିବସ ପାଳିତ ।

ଝରିଗାଁ,୧l୧୨ (ଷ୍ଟାର ନିୟୁଜ ଓଡିଶା ):ସ୍ଥାନୀୟ ଝରିଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡକ୍ରସ ଏବଂ ରେଡ ରିବନ କ୍ଳବର ମିଳିତ ଆନୁକୂଲ୍ୟରେ ବିଶ୍ୱ ଏଡ୍ସ ଦିବସ ପାଳିତ ହୋଇଛି |ଇତ୍ୟବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏଡ୍ସ ସଚେତନତା ପାଇଁ ଏକ ବିଶାଳ ଶୋଭାଯାତ୍ରା କରାଯାଇଥିଲା |ଏଡ୍ସ ର ନିରାକରଣ ଉଦେଶ୍ୟରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସ୍ଲୋଗାନ ଦେଇ ନଗର ପରିକ୍ରମା କରିଥିଲେ |ତତପରେ ଶିକ୍ଷାନୁଷ୍ଠାନରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇ ଅତିଥି ମାନଙ୍କ ଦ୍ୱାରା ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ପ୍ରତିଯୋଗୀଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା |ଏହି ଉତ୍ସବରେ ଝରିଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶିବ ପ୍ରସାଦ ପଟ୍ଟନାୟକ ସଭାପତିତ୍ୱ କରିଥିବା ସ୍ଥଳେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ବିଭୁତି ଭୂଷଣ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ରୋଗ ସମ୍ପର୍କରେ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ |ସମ୍ମାନିତ ଅତିଥିଭାବେ ଓଡିଆ ଅଧ୍ୟାପକ ଗୋପାଳ ମହାରଣା, ଇଂରାଜୀ ଅଧ୍ୟାପକ ଶଙ୍କର କୁମାର ନାଲା, ଅର୍ଥନୀତି ଅଧ୍ୟାପିକା ତୁଷାରି କୁମାରୀ ପଟ୍ଟନାୟକ ଏବଂ ଗ୍ରନ୍ଥ ପାଳକ ମନୋଜ କୁମାର ମହାପାତ୍ର ଯୋଗଦେଇଥିଲେ |କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଯୁବ ରେଡକ୍ରସ କାଉନଶିଳର ତଥା ରାଜନୀତି ବିଜ୍ଞାନ ଅଧ୍ୟାପକ ସନ୍ତୋଷ କୁମାର ଖିଲାର |ବିଭିନ୍ନ ପ୍ରତିଯୋଗିତାରେ କାଞ୍ଚନ ହରିଜନ,ଭଗବାନ କୁମ୍ଭାର,ଭବସିନ୍ଧୁ ଦୁରିଆ,ଜାନକୀ ହରିଜନ,ରତୁଳା ପରଜା,ମନିତା ମାଝୀ,ଚଇତି ସାନ୍ତା,ନନ୍ଦିନୀ ରେଲି ଓ ସଂଜୁ ମାଝୀ କୃତିତ୍ୱ ହାସଲ କରିଥିଲେ |ବିଭିନ୍ନ କାର୍ଯ୍ୟକ୍ରମରେ ଖେଳ ଶିକ୍ଷକ କୈଳାଶ ଚନ୍ଦ୍ର ପ୍ରଧାନ ଓ ସୁମିତ ଚନ୍ଦନ ପଟ୍ଟନାୟକ ସହଯୋଗ କରିଥିଲେ |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR